ଭୁବନେଶ୍ୱର,୧୧।୧୦: ରାଜ୍ୟ ଅତିଥି ଭବନରେ ଭାଜପାର ଗୁରୁତ୍ୱପୂର୍ଣ୍ଣ ବୈଠକ।ସଭାପତି ମନମୋହନ ସାମଲ, ମାନସ ମହାନ୍ତି, ବସନ୍ତ ପଣ୍ଡା ଉପସ୍ଥିତ ଥିବା ମଧ୍ୟ ଦେଖିବାକୁ ମିଳିଛି। ପୂର୍ବତନ ଏମ୍ପି ବସନ୍ତ ପଣ୍ଡାଙ୍କ ମାନଭଞ୍ଜନ ପାଇଁ ଉଦ୍ୟମ ଚର୍ଚ୍ଚା ହେଉଛି। ଜୟ ଢୋଲକିଆ ଭାଜପାରେ ସାମିଲ ପୂର୍ବରୁ ମାନଭଞ୍ଜନ ଉଦ୍ୟମ ନେଇ ଚର୍ଚ୍ଚା ଜୋର ଧରିଛି।
ସ୍ବର୍ଗତ ବିଜେଡି ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଭାଜପାରେ ଯୋଗ ଦେବାକୁ ଯାଉଛନ୍ତି। ଜୟଙ୍କୁ ସ୍ବାଗତ କରିବାକୁ ଭାଜପା କାର୍ଯ୍ୟାଳୟ ମଧ୍ୟ ପ୍ରସ୍ତୁତି ଆରମ୍ଭ କଲାଣି। ବର୍ତ୍ତମାନ ଜୟଙ୍କ ଭାଜପା ଯୋଗ ଦେବାର ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି। ରାଜ୍ୟ ଭାଜପା ମୁଖ୍ୟାଳୟରେ ଶୀଘ୍ର ଆନୁଷ୍ଠାନିକ ଯୋଗଦାନ ହୋଇପାରେ ବୋଲି କୁହାଯାଉଛି। ଯାହା ବିଜେଡିକୁ ଏକ ଶକ୍ତ ଝଟ୍କା ବୋଲି କୁହାଯାଉଛି। କୁହାଯାଉଛି ଯେ ଜୟ ଭାଜପାର କେନ୍ଦ୍ରୀୟ ନେତୃତ୍ବଙ୍କୁ ବି ଭେଟିସାରିଲେଣି। ଆଜି ସେ ରାଜ୍ୟ କାର୍ଯ୍ୟାଳୟକୁ ଆସି ପଦ୍ମ ଧରିପାରନ୍ତି ବୋଲି କୁହାଯାଉଛି । କାରଣ ଢୋଲକିଆଙ୍କ ପରେ ଜୟଙ୍କୁ ବିଜେଡି ପ୍ରାର୍ଥୀ କରିବା ନେଇ ବିଜେଡି ନେତା ଦେବୀ ମିଶ୍ର କିଛିଦିନ ପୂର୍ବରୁ ସଙ୍କେତ ଦେଇଥିଲେ। କିନ୍ତୁ ଜୟ ଦଳ ଛାଡିଲେ ବିଜେଡିକୁ ଏହା ଶକ୍ତ ଝଟ୍କା ଦେଇପାରେ।
ଜୟଙ୍କ ବାପା ବିଜେଡରେ ଥିବାରୁ ସେ ମଧ୍ୟ ବିଜେଡିରୁ ପ୍ରାର୍ଥୀ ହେବେ ବୋଲି କୁହାଯାଉଥିଲା। ଯାହାଦ୍ୱାରା ବିଜେଡିକୁ ସିମ୍ପାଥି ଭୋଟ ମଧ୍ୟ ମିଳିଥାଆନ୍ତା। କିନ୍ତୁ ଗତକାଲି ନବୀନ ଦିଲ୍ଲୀରୁ ଫେରୁ ଫେରୁ ଜୟଙ୍କ ପଦ୍ମ ଧରିବା କିଛି ରାଜନୈତିକ ମହଲରେ ଝଡ ସୃଷ୍ଟି କରିଛି। ଯଦି ଭାଜପା ପକ୍ଷରୁ ଜୟ ପ୍ରାର୍ଥୀ ହୁଅନ୍ତି ତେବେ ବିଜେଡିରୁ କିଏ ପ୍ରାର୍ଥୀ ହେବେ ସେନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।