ସବ୍ୟସାଚୀଙ୍କ ଆଉ ଏକ ବଦାନ୍ୟତା: ୧୬ଦିନ ପରେ ମରଶରୀର ପାଇଲେ ପରିବାର

ଭୁବନେଶ୍ୱର, ୧୭।୭(ବ୍ୟୁରୋ): ବିଦେଶରେ ବନ୍ଧା ପଡ଼ିଥିଲା ମରଶରୀର। ଶେଷଥର ପାଇଁ ମରଶରୀରକୁ ଦେଖିବା ପାଇଁ ପରିବାର ବ୍ୟାକୁଳ ଥିଲେ। ୧୬ଦିନ ପରେ ମା’ ଫେରିପାଇଲେ ପୁଅକୁ, ସ୍ତ୍ରୀ ସ୍ବାମୀକୁ ଏବଂ ପିଲାମାନେ ‘ବାପା’ଙ୍କୁ। ହେଲେ ଜୀବନ୍ତ ନୁହେଁ ମୃତ ଅବସ୍ଥାରେ। ପୁରା ଗଁା ସ୍ତବ୍ଧ ପାଲଟିଯାଇଛି। ଗଞ୍ଜାମ ଜିଲାର ଖଲ୍ଲିକୋଟ ପଞ୍ଚାୟତ ଖୁଜାପଲ୍ଲୀ ଗାଁର ବଳରାମ ପ୍ରଧାନ। ବୟସ ୩୬ବର୍ଷ। ଦୀର୍ଘ ଦେଢବର୍ଷ ହେବ ରୋଜଗାର ଆଶାରେ ଦୁବାଇକୁ ଯାଇଥିଲେ। ସେଠାରେ ଦାଦନ ଶ୍ରମିକଭାବେ କାମ କରୁଥିଲେ। କିନ୍ତୁ କରୋନା ସବୁକିଛି ବିଗାଡ଼ି ଦେଲା। କାମ ଧନ୍ଦା ନ ପାଇବାରୁ ଭବିଷ୍ୟତ ଚିନ୍ତା କରି ବଳରାମଙ୍କ ମୃତ୍ୟୁ ଘଟିଲା। ଗତ ୨୯ତାରିଖରେ ବଳରାମଙ୍କ ମୃତ୍ୟୁ ହୋଇଥିବା ଖବର ଘରଲୋକ ପାଇଥିଲେ। ସେହିଦିନଠାରୁ କେମିତି ବଳରାମଙ୍କ ମୃତଦେହ ଗ୍ରାମକୁ ଆସିବ ସେଥିପାଇଁ ସମସ୍ତେ ଚିନ୍ତାରେ। ଏମିତି ସମୟରେ ବିପଦର ବନ୍ଧୁ ସାଜିଲେ ଅଭିନେତା ସବ୍ୟସାଚୀ। ଏସମ୍ପର୍କରେ ଖବର ପାଇବା କ୍ଷଣି ୩୦ଦିନରେ ଆସି ପହଞ୍ଚତ୍ବାକୁ ଥିବା ମରଶରୀରକୁ ନିଜ ମାନବିକତା ଦେଖାଇ ୩ଦିନ ମଧ୍ୟରେ ଆଣି ପରିବାର ଲୋକଙ୍କ ହସ୍ତାନ୍ତର କରିଲେ। ଅନ୍ତର୍ଜାତୀୟ ଏୟାରପୋର୍ଟରେ ମରଶରୀର ଆସି ପହଞ୍ଚତ୍ବାରେ ବହୁ ସମସ୍ୟା ହୁଏ। କିନ୍ତୁ ସବ୍ୟସାଚୀ କନ୍‌ସୁଲେଟ୍‌ ଜେନେରାଲ ଅଫ୍‌ ଇଣ୍ଡିଆଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ ଦୁବାଇ ପୋଲିସଙ୍କ ସହ ଯୋଗାଯୋଗ କରିବାପରେ ମରଶରୀରକୁ ଉଦ୍ଧାର କରି କରୋନା ଟେଷ୍ଟ କରାଯାଇଥିଲା। ଏହାପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ମରଶରୀର ଓଡ଼ିଶାରେ ପହଞ୍ଚତ୍ବା ସବ୍ୟଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା। ଏହାପରେ ସେ ଗୁଇନ୍ଦା ବିଭାଗ ଡିଆଜି ଅନୁପ ସାହୁଙ୍କୁ ଯୋଗାଯୋଗ କରିବାପରେ କଷ୍ଟମ୍‌ ଇନ୍‌ସ୍ପେକ୍ଟର ମାଲ୍ୟବିକ ଘୋଷ, ଏୟାରପୋର୍ଟ ଥାନା ଆଇଆଇସି ଉମାକାନ୍ତ ପ୍ରଧାନ, ଏୟାର ଇଣ୍ଡିଆ ସିନିୟର୍‌ ମ୍ୟାନେଜର୍‌ ଜିତେନ୍ଦ୍ର ଦାସଙ୍କ ସହାୟତାରେ ବଳରାମଙ୍କ ମରଶରୀରକୁ ସବ୍ୟସାଚୀ ଗତକାଲି ହସ୍ତାନ୍ତର କରିଛନ୍ତି। ବଳରାମ କାମ କରୁଥିବା କମ୍ପାନୀ ସହ ସବ୍ୟସାଚୀ ଯୋଗାଯୋଗ କରିଛନ୍ତି। ଏହାସହିତ ବଳରାମଙ୍କ ୨ପୁଅଙ୍କ ପାଠପଢ଼ାର ଦାୟିତ୍ୱ ବହନ କରିବାପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?