ଓ୍ବିଲିୟମ ହେନେଜ୍‌ଙ୍କ ବିରୋଧରେ ଆଉ ଏକ ଠକେଇ ମାମଲା

ଦେବଗଡ଼,୯ା୫(ଶଶାଙ୍କ ଶେଖର ଝାଙ୍କର): ନିଜକୁ ନେତା, ମନ୍ତ୍ରୀ ଓ ନିଜକୁ ପ୍ରଭାବଶାଳୀ ନେତା ମନ୍ତ୍ରୀଙ୍କ ପାଖଲୋକ ଦର୍ଶାଇବା ସହ ସେମାନଙ୍କ ସହିତ ଉଠାଇଥିବା ଫଟୋ ଦେଖାଇ ଅଭିନବ ଉପାୟରେ ଲକ୍ଷଲକ୍ଷ ଟଙ୍କା ଠକେଇ କରି ଜେଲ୍‌ ହାଜତରେ ଥିବା ହାଇପ୍ରୋଫାଇଲ ଠକ ଓ୍ବିଲିୟମ ହେନେଜଙ୍କ ବିରୋଧରେ ଦେବଗଡ଼ ଥାନା ପୋଲିସ ଆଉ ଏକ ଠକେଇ ମାମଲା ରୁଜୁ କରିଛି। ଦେବଗଡ଼ ଥାନା ଗଜୁରିବଣୀ ଗ୍ରାମର ଲିବିଲ ବାର୍ଲାଙ୍କ ଲିଖିତ ଅଭିଯୋଗ ଆଧାରରେ ପୋଲିସ ଓ୍ବିଲିୟମ ବିରୋଧରେ କେସ୍‌ ନଂ- ୨୦୫/୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।