ହାଇପ୍ରୋଫାଇଲ ଠକ ଉଇଲିୟମଙ୍କ ବିରୋଧରେ ଆଉ ଏକ ଠକେଇ ମାମଲା

ଦେବଗଡ,୨୧।୫(ଶଶାଙ୍କ ଶେଖର ଝାଙ୍କର):ନିଜକୁ ନେତା, ମନ୍ତ୍ରୀ ଓ ପ୍ରଭାବଶାଳୀ ନେତା ମନ୍ତ୍ରୀଙ୍କ ପାଖଲୋକ ଦର୍ଶାଇବା ସହ ସେମାନଙ୍କ ସହିତ ଉଠାଇଥିବା ଫଟୋ ଦେଖାଇ ଲକ୍ଷଲକ୍ଷ ଟଙ୍କା ଠକେଇ କରି ଜେଲ ହାଜତରେ ଥିବା ହାଇପ୍ରୋଫାଇଲ ଠକ ଉଇଲିୟମ ହେନେଜ ବିରୋଧରେ ଆଜି ଦେବଗଡ ଥାନା ପୋଲିସ ଆଉ ଏକ ଠକେଇ ମାମଲା ରୁଜୁ କରିଛି। ଝାରସୁଗୁଡା ଜିଲା ବନ୍ଧବାହାଳ ଅଂଚଳର ଅଶ୍ୱିନ ମିଞ୍ଜଙ୍କ ଲିଖିତ ଅଭିଯୋଗ ଆଧାରରେ ପୋଲିସ ଉଇଲିୟମ ବିରୁଦ୍ଧରେ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ଅଭିଯୋଗକାରୀ ଅଶ୍ୱିନଙ୍କ ଅଭିଯୋଗ ଅନୁଯାୟୀ, ଦେବଗଡ ସହରର ଉଇଲିୟମ ହେନେଜ ନିଜକୁ ଏଚଏଡିଟି ଜାତିସଂଘ ଓ ୟୁଏନ ହାବିଟେଟ, ଏପିଏଚଏସ, ୟୁନାଇଟେଡ ନେସନ ସଂସ୍ଥାର ୧୧ଟି ରାଜ୍ୟର ଜେନେରାଲ ସେକ୍ରେଟାରୀ ପରିଚୟ ଦେବା ସହ ଷ୍ଟର ଚେୟାରମ୍ୟାନ ସମେତ ବିଭିନ୍ନ ସଂସ୍ଥାର ବଡ ବଡ ପଦବୀରେ ଥିବା ଦର୍ଶାଇବା ସହ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଭଳି ବହୁ ବିଶିଷ୍ଟ ଲୋକଙ୍କ ସହିତ ଉଠାଇଥିବା ଫଟୋ ଦେଖାଇଥିଲା।

ସେହିପରି ଆଇଏସଅଫିସର ଓ ଆଇପିଏସ ଅଫିସରଙ୍କ ସମେତ କେଜିଏଫ ମାଇନିଂ ମାଲିକ ରବିଚନ୍ଦ୍ର ରାଜଙ୍କ ନାମ ନେଇ ଏନଏଚଏଆଇ, ପୋଲିସ ଚାକିରି, ସିଭିଲ ଲାଇସେନ୍ସ , ମଦ ବାର ଲାଇସେନ୍ସ, ରେଲଓ୍ବେ ଚାକିରି ଓ ପେଟ୍ରୋଲ ପମ୍ପ, ମାଇନିଂ ଟ୍ରାନ୍ସପୋର୍ଟିଂ ଓଏମ୍‌ସିରେ ଚାକିରି ଓ ଟ୍ରଷ୍ଟ ମାଧ୍ୟମରେ ସ୍କର୍ପିଓ ଓ ୧୬ ଚକିଆ ହାଇୱା କରାଇଦେବା ପାଇଁ ପ୍ରତିଶୃତି ଦେଇଥିଲା । ଏହି କ୍ରମରେ ଉଇଲିୟମ ଏଚଏଡିତି ଜରିଆରେ ୨ଟି ହାଇୱା ଗାଡିର ରେଜଷ୍ଟ୍ରେସନ ଫି’ ବାବଦରେ ତାଙ୍କଠାରୁ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ୨ଲକ୍ଷ ୨୦ ହଜାର ଟଙ୍କା ଆଦାୟ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଉଇଲିୟମଙ୍କ ଚରିତ୍ର ସମ୍ବନ୍ଧରେ ଜାଣିବାକୁ ପାଇବାପରେ ସେ ଉଇଲିୟମଙ୍କୁ ତଙ୍କା ଫେରସ ମାଗିବରୁ ଉଇଲିୟମ ନାନା ବାହାନା ଦେଖାଇ ରିଆମାଳ ବ୍ଲକ ଆଡସ ଗ୍ରାମ ପଂଚାୟତର ରମ୍ଭାପାଲି ଗ୍ରାମରେ ଏକ ମାଇନିଂ ଖୋଲାଯାଉଥିବା କହି ପ୍ରାୟ ୮/୯ ମାସ ହେଲାଦିନ ଗଡାଇ ଚାଲିଥିଲା।

ସେହିପରି ଦେଇଥିବା ଟଙ୍କା ମାଗିଲେ ଉଇଲିୟମ ତାଙ୍କୁ କାମ ହେଲେ କିମ୍ବା ନହେଲେ ଦେଇଥିବା ଟଙ୍କାର ଦୁଇଗୁଣା ଫେରସ୍ତ କରିବାକୁ ପ୍ରତିଶୃତି ଦେଇଥିଲା । ମାତ୍ର ଅଦ୍ୟାବଧି ଅଶ୍ୱିନଙ୍କ କାମ ହୋଇନାହିଁ କି ଉଇଲିୟମଟଙ୍କା ମଧ୍ୟ ଫେରସ୍ତ କରିନାହିଁ । ଏଣେ ଟଙ୍କା ଫେରସ୍ତ ମାଗିଲେ ଉଇଲିୟମ ତାଙ୍କୁ ନାନା ଧମକ ଚମକ ଦେଉଛି । ଉଇଲିୟମ ବିଭିନ୍ନ ସାମୂହିକ ବୈଠକ ମାଧ୍ୟମରେ ଲୋକଙ୍କୁ ଠକି ଟଙ୍କା ଆଦାୟ କରୁଥିବା ବେଳେ ତାଙ୍କ ମଧ୍ୟରେ କମଲ ଲାକ୍ରା ମଧ୍ୟ ସାମିଲ ଥିବା ଅଭିଯୋଗକାରୀ ଅଶ୍ୱିନ ସୁନ୍ଦରଗଡ ଜିଲାର ଉଦିତ ମଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଦେବଗଡ ଥାନାରେ ହସ୍ତଗତ ହେବାପରେ ଦେବଗଡ ଥାନା ପୋଲିସ ଜେଲରେ ଥିବା ଉଇଲିୟମ ବିରୋଧରେ ପୁଣି ଏକ ଠକେଇ ମାମଲା ରୁଜୁ କରିଛି।

ସୂଚନାଯୋଗ୍ୟ ଯେ, ଇତିମଧ୍ୟରେ ଉଇଲିୟମଙ୍କ ବିରୋଧରେ ଦେବଗଡ ଜିଲା ସମେତ , କନ୍ଧମାଳ ଜିଲା ଓ କୋରାପୁର ଜିଲାରେ ମୋଟ ୪ଟି ମାମଲା ରୁଜୁ ହୋଇ ସାରିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri