ଭଞ୍ଜନଗର,୧୦ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନାରେ କାର୍ଯ୍ୟରତ ଥିବା ହୋମ୍ଗାର୍ଡ ଗଜେନ୍ଦ୍ର ନାୟକଙ୍କୁ ରବିବାର ତାଙ୍କ ଗ୍ରାମର ଜିତୁ ନାୟକ ଆକ୍ରମଣ କରିଥିଲେ। ଏହାପରେ ଗଜେନ୍ଦ୍ରଙ୍କ ବାଇକ୍କୁ ଜିତୁ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଜିତୁଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।
ଘଟଣାରୁ ପ୍ରକାଶ ଯେ, ଗଜେନ୍ଦ୍ର ରବିବାର ନିଜ ଗ୍ରାମ ସାନକଦଣ୍ଡା ପଞ୍ଚାୟତ ସମାପଲ୍ଲରୁ ଥାନାକୁ ଡ୍ୟୁଟି କରିବାକୁ ଆସୁଥିଲେ। ଏହି ସମୟରେ ତାଙ୍କରି ଗ୍ରାମର ଜିତୁଙ୍କ ବାଇକ୍ ସହ ତାଙ୍କ ବାଇକ୍ ଧକ୍କା ହୋଇଥିଲା। ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ଜିତୁ ଗଜେନ୍ଦ୍ରଙ୍କୁ ଆକ୍ରମଣ କରି ତଳେ ପକାଇ ଦେଇଥିଲେ। ଏହାପରେ ତାଙ୍କ ବାଇକ୍ରେ ମଧ୍ୟ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।