ପୁଣି ଓଡ଼ିଶାକୁ ମିଳିଲା ବଡ଼ ଉପହାର: ମୋଦି-ଅଶ୍ବିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨।୩: ଓଡିଶାରେ ରେଳ ସଂଯୋଗୀକରଣକୁ ଅଧିକରୁ ଅଧିକ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ଓଡିଶା ସହିତ ଆସାମ ଓ ତେଲଙ୍ଗାନାକୁ ସଂଯୋଗ କରିବା ପାଇଁ ଏକ ନୂଆ ଅମୃତ ଭାରତ ଟ୍ରେନ ସେବା ଆରମ୍ଭ କରିବାକୁ ଅନୁମୋଦନ ଦେଇଛନ୍ତି। ଏହା ସହିତ ଦୁଇଟି ସ୍ବତନ୍ତ୍ର ରେଳସେବାକୁ ନିୟମିତ କରିବା ପରିଣତ କରିବା ପାଇଁ ମଧ୍ୟ ଅନୁମୋଦନ ଦିଆଯାଇଛି।

ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଆଲୋଚନା କରି ଓଡିଶାର ଜନସାଧାରଣଙ୍କ ପାଇଁ ଅଧିକ ରେଳସେବା ଯୋଗାଇଦେବା ପାଇଁ ଅନୁରୋଧ କରିଥିଲେ। ରେଳମନ୍ତ୍ରୀ ବୈଷ୍ଣବ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଏକ ନୂତନ ଅମୃତ ଭାରତ ଟ୍ରେନ ଆସାମର କାମାକ୍ଷା ଏବଂ ତେଲଙ୍ଗାନାର ଚାରଲାପାଲି (ସିକନ୍ଦରାବାଦ) ମଧ୍ୟରେ ଚାଲିବ। ଏହା ଓଡିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ରୋଡ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବାଲୁଗାଁ ଏବଂ ବ୍ରହ୍ମପୁର ଦେଇ ଯିବ।

ଉଲ୍ଲେଖନୀୟ ଯେ,ଭୁବନେଶ୍ୱର-ଧାନବାଦ(18403/18404) ସ୍ପେଶାଲ ଟ୍ରେନ ଧାନବାଦ ପହଞ୍ଚିବା ପୂର୍ବରୁ କଟକ, ଢେଙ୍କାନାଳ, ତାଳଚେର ରୋଡ, ଅନୁଗୋଳ, ରେଢାଖୋଲ, ସମ୍ବଲପୁର ସହର, ଝାରସୁଗୁଡା ଏବଂ ରାଉରକେଲା ଷ୍ଟେଶନ ଦେଇ ଯିବ। ଏହିଟ୍ରେନକୁ ଏବେ ନିୟମିତ କରାଯାଇଛି।

ସେହିପରି ପୁରୀ-ପାଟନା ସ୍ପେଶାଲ ଟ୍ରେନ(08439/08440)ପାଟନା ପହଞ୍ଚିବା ପୂର୍ବରୁ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ, ଭଦ୍ରକ ଏବଂ ବାଲେଶ୍ବର ଷ୍ଟେଶନ ଦେଇ ଯିବ। ଏହାକୁ ମଧ୍ୟ ନିୟମିତ କରାଯାଇଛି।
ରାଜ୍ୟରେ ରେଳ ସଂଯୋଗକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବା ପାଇଁ ଏହି ଟ୍ରେନ ସେବା ଅନୁମୋଦନ କରିବା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ହେବ କି ପରମାଣୁ ଆକ୍ରମଣ? ରିପୋର୍ଟରୁ ଜଣାପଡ଼ିଲା ଏମିତି…

ତେହରାନ,୧୨ା୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ପରେ ପାରସ୍ୟ ଉପସାଗରର ପରିସ୍ଥିତି କ୍ରମାଗତ ଭାବରେ ଖରାପ ହେଉଛି। ଏହି ସମୟରେ ଅନୁମାନ ଆରମ୍ଭ ହୋଇଛି ଯେ, ଯଦି…

ମଧ୍ୟପ୍ରାଚ୍ୟ ଯୁଦ୍ଧ; ସାଉଦି ଆରବକୁ ନେଇ ବଡ଼ ବୟାନ ଜାରି କଲା ପାକିସ୍ତାନ, ସମସ୍ତେ ଛାନିଆ!

ନୂଆଦିଲ୍ଲୀ,୧୨।୩: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ପାକିସ୍ତାନ ସାଉଦି ଆରବ ପ୍ରତି ତାର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି…

ଜଙ୍ଗଲରେ ବ୍ୟାପିଲାଣି ନିଆଁ, ରୋକିବା ପାଇଁ ଅଣ୍ଟାଭିଡ଼ିଲେ ଜିଲାପରିଷଦ ସଭ୍ୟ

ପରଜଙ୍ଗ,୧୨ା୩(ନିଗମାନନ୍ଦ ଦଳବେହେରା): ଦିନକୁ ଦିନ ଖରାର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଢେଙ୍କାନାଳ ବନଖଣ୍ଡର ମହାବିରୋଡ୍‌ ବନାଞ୍ଚଳରେ ଥିବା ଜଙ୍ଗଲଗୁଡ଼ିକରେ ନିଆଁ ଲାଗିବା ଆରମ୍ଭ ହୋଇଛି। ଯାହା…

ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ ଅଧ୍ୟାପକ, ୪ଥର ଗର୍ଭନଷ୍ଟ ପରେ…

ବ୍ରହ୍ମପୁର,୧୨।୩ (ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରିରୀକ ସମ୍ପର୍କ ରଖିବା ଓ ପରବର୍ତ୍ତୀ ସମୟରେ ପ୍ରତାରିତ କରିଥିବା ଜଣେ ଅଧ୍ୟାପକଙ୍କୁ…

କେଉଁ ପ୍ରକାର ସଙ୍କେତ? ନୀଳଚକ୍ରରୁ ଛିଣ୍ଡିଗଲା ବାନା, ବଡ଼ ବିପଦ….

ପୁରୀ,୧୨।୩( ଅଜିତ୍ କୁମାର ମହାନ୍ତି): ଶ୍ରୀମନ୍ଦିର ନୀଳଚକ୍ର ଉପରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ନୀଳଚକ୍ର ସହ ସଂଯୋଗ ହୋଇ ରହୁଥିବା…

ବଦ୍ରିନାଥ-କେଦାରନାଥ ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ ପ୍ରସ୍ତାବ ମଞ୍ଜୁରୀ, ନିଷ୍ପତ୍ତି ପଛର କାରଣ…

ଡେରାଡୁନ,୧୨ା୩: ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି (BKTC) ଉତ୍ତରାଖଣ୍ଡରେ ଏହାର ଅଧିକାର କ୍ଷେତ୍ର ଅନ୍ତର୍ଗତ ୪୭ଟି ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ କରିବା ପ୍ରସ୍ତାବକୁ ମଞ୍ଜୁର କରିଛି। ଯେଉଁଥିରେ…

ସ୍ତ୍ରୀ ଏବଂ ଝିଅଙ୍କୁ ଖଣ୍ଡାରେ ହାଣି ହତ୍ୟା କଲା ସ୍ବାମୀ, କାରଣ ଜାଣିଲେ ଥରି ଉଠିବ….

ଜୟପୁର,୧୨।୩: ରାଜସ୍ଥାନର ରାଜଧାନୀ ଜୟପୁରର ଡୁଡୁରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ବିଚୁନ୍ ଗାଁରେ ଜଣେ ବ୍ୟକ୍ତି ଘରୋଇ କଳହକୁ ନେଇ ତାଙ୍କ ସ୍ତ୍ରୀ ଏବଂ…

ଦୂର ହେବ ଭାରତର ତେଲ ଚିନ୍ତା: ଆସିଲା ବଡ଼ ଖୁସି ଖବର

ନୂଆଦିଲ୍ଲୀ,୧୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସାଉଦି ଆରବର ଅଶୋଧିତ ତୈଳ ବହନ କରୁଥିବା ଏକ ବଡ଼ ଟ୍ୟାଙ୍କର୍‌ ସୁରକ୍ଷିତ ଭାବରେ ମୁମ୍ବାଇରେ ପହଞ୍ଚିଛି। ଜାହାଜଟି ହର୍ମୁଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri