ଚିନ୍ତା ବଢ଼ାଇଲାଣି କଟକ ବେହେରା ସାହି: ଆଉ ୫୭ ପଜିଟିଭ ଚିହ୍ନଟ

କଟକ ଅଫିସ, ୩।୮: କଟକ ସହରରୁ ସୋମବାର ୮୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୭୯ ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୮ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ। ଏ ନେଇ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ଟୁଇଟ୍‌କରି ସୂଚନା ଦିଆଯାଇଛି। ତେବେ ମାଲଗୋଦାମର ବେହେରା ସାହିରୁ ୫୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ସିଏମ୍‌ସି ଚିନ୍ତାରେ ପଡ଼ିଛି। ତେବେ ଗତ ରବିବାର ବେହେରା ସାହିରୁ ୨୨ଜଣ ପଜିଟିଭ ଚିହ୍ନଟ ହୋଇଥିଲେ।