ଆଉ ୪୩ ମୋବାଇଲ ଆପ୍‌ ବ୍ୟାନ୍‌

ନୂଆଦିଲ୍ଲୀ: ଦେଶର ସଂହତି ଏବଂ ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରୁଥିବା ୪୩ ବିଦେଶୀ ମୋବାଇଲ ଆପ୍ଲିକେଶନକୁ ସରକାର ମଙ୍ଗଳବାର ବ୍ୟାନ୍‌ କରିଛନ୍ତି। ଇଲେକ୍‌ଟ୍ରୋନିକ୍ସ ଏବଂ ଇନ୍‌ଫରମେଶନ ଟେକ୍ନୋଲୋଜି ମନ୍ତ୍ରଣାଳୟ ପକ୍ଷରୁ ଏଭଳି କଠୋର କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। ବ୍ଲକ୍‌ ହୋଇଥିବା ଆପ୍‌ଗୁଡିକ ମଧ୍ୟରେ ଆଲାବାବା ଓ୍ବାର୍କବେଞ୍ଚ, ଆଲି ଏକ୍ସପ୍ରେସ, ଆଲିପେ କ୍ୟାଶିଅର, କ୍ୟାମ୍‌କାର୍ଡ ଏବଂ ଓ୍ବିଡେଟ ଭଳି ଅନ୍ୟ ଆପ୍‌ ସାମିଲ ରହିଛି। ଏହି କାର୍ଯ୍ୟାନୁଷ୍ଠାନ ନେଇ ଲୋକମାନଙ୍କୁ ଅବଗତ କରାଯାଇଛି। ଇଣ୍ଡିଆନ ସାଇବର କ୍ରାଇମ କୋଅର୍ଡିନେଶନ ସେଣ୍ଟର ଏ ସଂକ୍ରାନ୍ତ ଏକ ବିସ୍ତୃତ ରିପୋର୍ଟ ସରକାର ପ୍ରଦାନ କରିଛନ୍ତି। ଚଳିତ ବର୍ଷ ଜୁନ ୨୯ରେ ପ୍ରଥମେ ୯ ଚାଇନା ଆପ୍‌ ବିରୋଧରେ ସରକାର ବ୍ୟାନ୍‌ ଲଗାଇଥିଲେ। ସେହିଭଳି ସେପ୍ଟେମ୍ବର ୨ରେ ଆଉ ୧୧୮ ଆପ୍‌କୁ ଭାରତରୁ ନିଷେଧ କରାଯାଇଥିଲା। ସୂଚନା ଏବଂ ପ୍ରଯୁକ୍ତି ଆଇନ ଧାରା ୬୯ଏ ଅନୁସାରେ ସରକାର ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡିଛି। ବ୍ୟାନ୍‌ ଆପ୍‌ ମଧ୍ୟରେ ଆଲି ସପ୍ଲାୟର, ଲାଲା ମୁଭ୍‌ ଇଣ୍ଡିଆ, ସ୍ନାକ ଭିଡିଓ, କ୍ୟାମ୍‌ କାର୍ଡ, କ୍ୟାମ୍‌କାର୍ଡ ବିସିଆର୍‌,ସୋଲ୍‌, ଚାଇନିଜ ସୋସିଆଲ, ଡେଟ୍‌ ଇନ ଏସିଆ, ଓ୍ବି ଡେଟ, ସିଙ୍ଗୋଲ, ଆଡୋର ଆପ୍‌, ଟ୍ରୁଲି ଚାଇନିଜ, ଟ୍ରୁଲି ଏସିଆନ, ଚାଇନା ଲଭ, ଡେଟ୍‌ ମାଇଁ ଏଜ୍‌, ଏସିଆନ ଡେଟ୍‌ ରହିଛି। ଏହାବାଦ ଫାଷ୍ଟ ଓ୍ବିସ୍‌, ଟ୍ୟୁବିଟ, ଓ୍ବିଓ୍ବାର୍କ ଚାଇନା, ଫାଷ୍ଟ ଲଭ୍‌ ଲାଇଭ, ରିଲା, କ୍ୟାଶିୟର ଓ୍ବାଲେଟ, ମ୍ୟାଙ୍ଗୋ ଟିଭି, ଏମ୍‌ଜି ଟିଭି, ଓ୍ବି ଟିଭି, ଓ୍ବି ଟିଭି ଲାଇଟ୍‌, ଲକି ଲାଇଭ,ଟାବାଓ ଲାଇଭ, ଡିଂ ଟକ୍‌, ଆଇଡେଣ୍ଟିଟି ଭି, ଆଇସୋଲାଣ୍ଡ ଟୁ, ବକ୍ସ ଷ୍ଟାର, ହିରୋଜ ଇଭଲ୍‌ଭ, ହାପି ଫିସ୍‌, ଜେଲିପପ୍‌ ମ୍ୟାଚ୍‌, ମଞ୍ଚକିନ୍‌ ମ୍ୟାଚ୍‌ ଏବଂ କନକୁଇଷ୍ଟା ଅନ୍‌ଲାଇନ ଆପ୍‌କୁ ବ୍ୟାନ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫୨୭ ଟି ଭାରତୀୟ ପଦାର୍ଥରେ କ୍ୟାନ୍ସର ସୃଷ୍ଟିକାରୀ ରାସାୟନିକ ପଦାର୍ଥ ପାଇଲା ୟୁରୋପୀୟ ୟୁନିଅନ: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୨୫।୪: ୟୁରୋପୀୟ ୟୁନିଅନର ଖାଦ୍ୟ ନିରାପତ୍ତା କର୍ତ୍ତୃପକ୍ଷ ଇଥାଇଲନ୍ ଅକ୍ସାଇଡ୍, କର୍କଟ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ଭାରତ ସହିତ ସଂଯୁକ୍ତ ୫୨୭ ଉତ୍ପାଦରେ ଚିହ୍ନଟ...

ହର୍ଲିକ୍ସରୁ ‘ସ୍ୱାସ୍ଥ୍ୟ’ ଲେବଲ୍ ପ୍ରତ୍ୟାହାର କଲା ଏଚୟୁଏଲ, ‘ପୁଷ୍ଟିକର ପାନୀୟ’ ଭାବରେ କଲା ରିବ୍ରାଣ୍ଡିଂ

ନୂଆଦିଲ୍ଲୀ,୨୫।୪: ସ୍ୱାସ୍ଥ୍ୟ ପାନୀୟ ବର୍ଗରେ ସାମ୍ପ୍ରତିକ ନିୟାମକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରିବ୍ରାଣ୍ଡିଂ ପଦକ୍ଷେପ ନେଇଛି। କମ୍ପାନୀ...

ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ...

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ...

୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା...

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri