ଆଉ ୪୩ ମୋବାଇଲ ଆପ୍‌ ବ୍ୟାନ୍‌

ନୂଆଦିଲ୍ଲୀ: ଦେଶର ସଂହତି ଏବଂ ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରୁଥିବା ୪୩ ବିଦେଶୀ ମୋବାଇଲ ଆପ୍ଲିକେଶନକୁ ସରକାର ମଙ୍ଗଳବାର ବ୍ୟାନ୍‌ କରିଛନ୍ତି। ଇଲେକ୍‌ଟ୍ରୋନିକ୍ସ ଏବଂ ଇନ୍‌ଫରମେଶନ ଟେକ୍ନୋଲୋଜି ମନ୍ତ୍ରଣାଳୟ ପକ୍ଷରୁ ଏଭଳି କଠୋର କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। ବ୍ଲକ୍‌ ହୋଇଥିବା ଆପ୍‌ଗୁଡିକ ମଧ୍ୟରେ ଆଲାବାବା ଓ୍ବାର୍କବେଞ୍ଚ, ଆଲି ଏକ୍ସପ୍ରେସ, ଆଲିପେ କ୍ୟାଶିଅର, କ୍ୟାମ୍‌କାର୍ଡ ଏବଂ ଓ୍ବିଡେଟ ଭଳି ଅନ୍ୟ ଆପ୍‌ ସାମିଲ ରହିଛି। ଏହି କାର୍ଯ୍ୟାନୁଷ୍ଠାନ ନେଇ ଲୋକମାନଙ୍କୁ ଅବଗତ କରାଯାଇଛି। ଇଣ୍ଡିଆନ ସାଇବର କ୍ରାଇମ କୋଅର୍ଡିନେଶନ ସେଣ୍ଟର ଏ ସଂକ୍ରାନ୍ତ ଏକ ବିସ୍ତୃତ ରିପୋର୍ଟ ସରକାର ପ୍ରଦାନ କରିଛନ୍ତି। ଚଳିତ ବର୍ଷ ଜୁନ ୨୯ରେ ପ୍ରଥମେ ୯ ଚାଇନା ଆପ୍‌ ବିରୋଧରେ ସରକାର ବ୍ୟାନ୍‌ ଲଗାଇଥିଲେ। ସେହିଭଳି ସେପ୍ଟେମ୍ବର ୨ରେ ଆଉ ୧୧୮ ଆପ୍‌କୁ ଭାରତରୁ ନିଷେଧ କରାଯାଇଥିଲା। ସୂଚନା ଏବଂ ପ୍ରଯୁକ୍ତି ଆଇନ ଧାରା ୬୯ଏ ଅନୁସାରେ ସରକାର ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡିଛି। ବ୍ୟାନ୍‌ ଆପ୍‌ ମଧ୍ୟରେ ଆଲି ସପ୍ଲାୟର, ଲାଲା ମୁଭ୍‌ ଇଣ୍ଡିଆ, ସ୍ନାକ ଭିଡିଓ, କ୍ୟାମ୍‌ କାର୍ଡ, କ୍ୟାମ୍‌କାର୍ଡ ବିସିଆର୍‌,ସୋଲ୍‌, ଚାଇନିଜ ସୋସିଆଲ, ଡେଟ୍‌ ଇନ ଏସିଆ, ଓ୍ବି ଡେଟ, ସିଙ୍ଗୋଲ, ଆଡୋର ଆପ୍‌, ଟ୍ରୁଲି ଚାଇନିଜ, ଟ୍ରୁଲି ଏସିଆନ, ଚାଇନା ଲଭ, ଡେଟ୍‌ ମାଇଁ ଏଜ୍‌, ଏସିଆନ ଡେଟ୍‌ ରହିଛି। ଏହାବାଦ ଫାଷ୍ଟ ଓ୍ବିସ୍‌, ଟ୍ୟୁବିଟ, ଓ୍ବିଓ୍ବାର୍କ ଚାଇନା, ଫାଷ୍ଟ ଲଭ୍‌ ଲାଇଭ, ରିଲା, କ୍ୟାଶିୟର ଓ୍ବାଲେଟ, ମ୍ୟାଙ୍ଗୋ ଟିଭି, ଏମ୍‌ଜି ଟିଭି, ଓ୍ବି ଟିଭି, ଓ୍ବି ଟିଭି ଲାଇଟ୍‌, ଲକି ଲାଇଭ,ଟାବାଓ ଲାଇଭ, ଡିଂ ଟକ୍‌, ଆଇଡେଣ୍ଟିଟି ଭି, ଆଇସୋଲାଣ୍ଡ ଟୁ, ବକ୍ସ ଷ୍ଟାର, ହିରୋଜ ଇଭଲ୍‌ଭ, ହାପି ଫିସ୍‌, ଜେଲିପପ୍‌ ମ୍ୟାଚ୍‌, ମଞ୍ଚକିନ୍‌ ମ୍ୟାଚ୍‌ ଏବଂ କନକୁଇଷ୍ଟା ଅନ୍‌ଲାଇନ ଆପ୍‌କୁ ବ୍ୟାନ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

ଚାକିରି ପଛରେ କେତେ ଆଉ ଦୌଡ଼ିବେ? ସରକାରଙ୍କ ଏସବୁ ଯୋଜନାରେ ଆରମ୍ଭ କରନ୍ତୁ ନିଜ ବ୍ୟବସାୟ; ମିଳୁଛି ବଡ଼…

ନୂଆଦିଲ୍ଲୀ,୧୭।୬: ଦେଶରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବକଯୁବତୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି, କିନ୍ତୁ ପ୍ରତିଯୋଗିତା ଯୋଗୁ  ସମସ୍ତଙ୍କୁ ସରକାରୀ ଚାକିରି ମିଳିବା…

ଚାକିରି ପଛରେ ଗୋଡ଼ାଇବା ଛାଡ଼ନ୍ତୁ, ଜେସିବି କିଣନ୍ତୁ! ମାସକୁ ଲକ୍ଷ ଲକ୍ଷ ରୋଜଗାର, ହେବେ ମାଲାମାଲ୍‌…

ନୂଆଦିଲ୍ଲୀ,୧୭।୬: ଭାରତରେ ଜେସିବି(JCB)ର ଚାହିଦା ବେଶ୍‌ ଅଧିକ। ନାଳ ଖୋଳିବାଠାରୁ ଆରମ୍ଭ କରି ଘର ଭାଙ୍ଗିବା, ନିର୍ମାଣ କାର୍ଯ୍ୟ, ସଡ଼କ ପ୍ରସ୍ତୁତି ଏବଂ ଜମି ସମତଳ କରିବା…

ଆଜି ୫୦ ହଜାର କୋଟି ସାମ୍ରାଜ୍ୟର ମାଲିକ ୨୫ ବର୍ଷର ଏହି ଯୁବକ! ୧୪ ବର୍ଷ ବୟସରୁ କଲେଜ ଛାଡି ଆରମ୍ଭ କରିଥିଲେ…

ନୂଆଦିଲ୍ଲୀ,୧୭।୬: : ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ (SpaceX), ଏଆଇ-ଆଧାରିତ (AI-based) କୋଡିଂ ପ୍ଲାଟଫର୍ମ ‘କର୍ସର’ (Cursor)ର ପ୍ୟାରେଣ୍ଟ କମ୍ପାନୀ ‘ଏନିସ୍ପିୟର ଇଙ୍କ’ (Anysphere Inc)କୁ ୬୦…

ଇଥାନଲ୍ ବ୍ୟବସାୟରୁ ବମ୍ପର ଲାଭ! କମ୍ ନିବେଶରେ କୋଟିପତି ବନାଇବ ଏହି ୩ଟି ସୁପରହିଟ୍ ବିଜନେସ୍ ଆଇଡିଆ

ନୂଆଦିଲ୍‌ଲୀ,୧୭।୬: ଭାରତରେ ଗ୍ରୀନ ଏନର୍ଜି (ଶକ୍ତି) ଏବଂ ବୈକଳ୍ପିକ ଇନ୍ଧନର ଚାହିଦା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହି ସମୟରେ ଇଥାନଲ (Ethanol) ଏଭଳି ଏକ ସେକ୍ଟର…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

ସରକାରଙ୍କ ବଡ଼ ନିଷ୍ପତ୍ତି: ଡିଜେଲ ଉପରେ ରପ୍ତାନି ଶୁଳ୍କ ପ୍ରତି ଲିଟର ୧୪ ଏବଂ ATF ଉପରେ ପ୍ରତି ଲିଟର ୧୨.୫ ଟଙ୍କା ବୃଦ୍ଧି, ଜାଣନ୍ତୁ କ’ଣ ପଡିବ ପ୍ରଭାବ

ନୂଆଦିଲ୍ଲୀ,୧୬।୬: କେନ୍ଦ୍ର ସରକାର ଜୁନ ୧୬, ୨୦୨୬ ରୁ ପେଟ୍ରୋଲିୟମ ଉତ୍ପାଦ ଉପରେ ରପ୍ତାନି ଶୁଳ୍କ ସଂଶୋଧନ କରିଛନ୍ତି। ଡିଜେଲ ଏବଂ ବିମାନ ଟର୍ବାଇନ ଇନ୍ଧନ (ATF)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri