ରାଜଧାନୀରୁ ପୁଣି ୨୧ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ବର୍ଷକର ଶିଶୁ ସାମିଲ୍‌

ଭୁବନେଶ୍ୱର,୨୧।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ଏଠାରୁ ପୁଣି ୨୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୨ରେ ପହଞ୍ଚିଛି। ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୧୬ ଏବଂ ଲୋକାଲ କେସ୍‌ ୫ ବୋଲି ଜଣାପଡିଛି। କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ନୟାପଲ୍ଲୀରୁ ୨୮ ବର୍ଷୀୟା ମହିଳା, ଶରଧାପଲ୍ଲୀରୁ ୩୩ ବର୍ଷୀୟ ପୁରୁଷ, ବଡଗଡରୁ ୩୮ ବର୍ଷୀୟ ପୁରୁଷ, ରସୁଲଗଡରୁ ୨୬ ଏବଂ ୪୫ ବର୍ଷୀୟ ପୁରୁଷ, କୋଲାଠିଆରୁ ୩୨ ବର୍ଷୀୟ ମହିଳା, କଳିଙ୍ଗ ନଗରରୁ ୨୪ ବର୍ଷୀୟ ମହିଳା ଏବଂ ଜଣେ ବର୍ଷକର ଶିଶୁ, ୟୁନିଟ୍‌-୪ରୁ ୩୧ବର୍ଷର ପୁରୁଷ, ଆଇଆରସି ଭିଲେଜରୁ ୫୧ ବର୍ଷୀୟ ପୁରୁଷ,   ବେସରକାରୀ ଡାକ୍ତରଖାନାରେ କାମ କରୁଥିବା ଜଣେ ୨୬ ବର୍ଷୀୟା ପୁରୁଷ, ଫରେଷ୍ଟ ପାର୍କରୁ ୩୮ ଏବଂ ୧୩ ବର୍ଷୀୟ ମହିଳା ଏବଂ ବେସରକାରୀ ଡାକ୍ତରଖାନାରେ କାମ କରୁଥିବା ୫୫, ୨୯ ଓ ୨୩ ବର୍ଷୀୟ ପୁରୁଷ ସାମିଲ ଅଛନ୍ତି। ସେହିପରି ୪୯ ଜଣ ସୁସ୍ଥ ହୋଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଭୁବନେଶ୍ୱରରେ ୧୨୫୨ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୬୨୫ ଜଣ ସୁସ୍ଥ ହୋଇଥିବାବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ୬୧୪ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଖ୍ୟାତ ଅପରାଧୀ ମୁସିମ ଏନ୍‌କାଉଣ୍ଟରରେ ଆହତ

ସମ୍ବଲପୁର ଅଫିସ୍‌,୨।୯: ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ମୁସିମ ଅଖତାର ଆହତ ହୋଇଛି। ସୋମବାର ଭୋର ୫ଟା ୨୦ ମିନଟରେ ସିଟି ଷ୍ଟେସନ ନିକଟରେ ଏହି ଏନକାଉଣ୍ଟର...

ଆଜିଠୁ ୩ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮।୫(ବ୍ୟୁରୋ): ବାତ୍ୟା ଅମ୍ଫନ ପ୍ରଭାବରେ ରାଜ୍ୟରେ ସୋମବାରଠାରୁ ଆରମ୍ଭ ପ୍ରବଳ ବର୍ଷା। ୩ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ...

ବିଦ୍ୟାଳୟରେ ବିସ୍ଫୋରଣ ଘଟି ୨ ଛାତ୍ର ଆହତ ମାମଲା: ୨ ଗିରଫ, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

ଆସିକା, ୨୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ଥାନା କୋତିନଡ଼ା ଫାଣ୍ଡି ଅନ୍ତର୍ଗତ ମାଗୁରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ସକାଳେ ବିସ୍ଫୋରଣ ଘଟି ୨...

ଆସୁଛି ଆଉ ୨ ଲଘୁଚାପ

ଭୁବନେଶ୍ୱର,୫। ୧୦(ବ୍ୟୁରୋ): ଆସନ୍ତା ୧୪ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ୩ ଦିନ ପରେ...

ରାଜଧାନୀରୁ ୪୬ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୧୯।୧୧(ବ୍ୟୁରୋ): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରୁ କରୋନା ସଂକ୍ରମଣ କମୁଥିବା ଦେଖାଯାଉଛି। ଏହି କ୍ରମରେ ଗୁରୁବାର ସହରରୁ ୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...

ଅଧାରୁ ଅବକାଶ ଜଳ ପିଙ୍ଗଣ ନେଇଆସିଲେ ସେବକ: ମହାପ୍ରଭୁଙ୍କର ହେଲା ମହାସ୍ନାନ, ନୀତି ବିଳମ୍ବ

ପୁରୀ ଅଫିସ, ୬ା୬: ଶ୍ରୀମନ୍ଦିରରେ ବୁଧବାର ଅବକାଶ ନୀତି ଚାଲିଥିବାବେଳେ ଜଣେ ସେବକ ଅଧାରୁ ଅବକାଶ ଜଳ ପିଙ୍ଗଣ ନେଇଆସିଥିଲେ। ଫଳରେ ନୀତି ବିଭ୍ରାଟ ହେବାରୁ...

ମଦ ଟ୍ରକ ହାଇଜାକ୍‌ କରିଥିବା ଗ୍ୟାଙ୍ଗ୍‌ ଧରାପଡିଲା

ଭୁବନେଶ୍ୱର,୧୭।୧(ବ୍ୟୁରୋ):ଗାଡି ନମ୍ବର, ଆଧାର କାର୍ଡ ଓ କାଗଜପତ୍ର ଜାଲିଆତି କରିଥିଲେ। ପରେ ମଦ ବୋଝେଇ ଟ୍ରକ୍‌ ହାଇଜାକ୍‌ କରି ରାଜଧାନୀରୁ ନେଇ ଅନୁଗୋଳର ଏକାଧିକ ମଦ...

ମହିଳା ପୋଲିସ ଅଧିକାରୀଙ୍କ କରୋନା ଗୀତ ଭାଇରାଲ

ଖୋର୍ଦ୍ଧା ଅଫିସ,୨୭ା୪ : ସାରା ବିଶ୍ୱ ଆଜି କରୋନା ଯୋଗୁ ଆତଙ୍କିତ ଅବସ୍ଥାରେ ରହିଛି। କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଦେଶରେ ଲକ୍‌ଡାଉନ ଜାରି...

Advertisement
Archives

Model This Week