ଆଉ ୨ ଲଘୁଚାପ: କାଲିଠୁ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର,୩୦ା୮(ଅନୁରାଧା ମହାରଣା) – ରାଜ୍ୟରେ ଏବେ ମୌସୁମୀ ବର୍ଷା ଜାରି ରହିଛି। ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଥିବାବେଳେ ଅଧିକାଂଶ ସ୍ଥାନରେ ତୁହାକୁ ତୁହା ବର୍ଷା ଏବଂ ଆଉ କିଛି ସ୍ଥାନରେ ଖରା ଓ ଗୁଳୁଗୁଳି ସହ ହାଲୁକା ବର୍ଷା ହୋଇଛି। ଆଗକୁ ବଙ୍ଗୋପସାଗରରେ ଆଉ ୨ଟି ଲଘୁଚାପ ସୃଷ୍ଟିହେବା ସମ୍ଭାବନା ଥିବାରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ଆସନ୍ତା ୩ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟିହେବ। ଏହା ପ୍ରଭାବରେ ରବିବାରଠାରୁ ରାଜ୍ୟରେ ପୁଣି ବର୍ଷା ବଢ଼ିବ। ଏହି ଲଘୁଚାପ ଅଧିକ ଘନୀଭୂତ ହୋଇ ୫ ତାରିଖରେ ଅବପାତର ରୂପ ନେବାର ସମ୍ଭାବନା ରହିଛି। ଏହାର ପରବର୍ତ୍ତୀ ସ୍ଥିତି ନେଇ ସୂଚନା ଦିଆଯାଇ ନ ଥିଲେ ମଧ୍ୟ ପ୍ରବଳ ବର୍ଷା ନେଇ କେତେକ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହାପରେ ଦ୍ୱିତୀୟ ସପ୍ତାହ ବେଳକୁ ପୁଣି ଆଉ ଏକ ଲଘୁଚାପ ମଧ୍ୟ ସୃଷ୍ଟିହେବା ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

Share
Tags: odisharain