ବିଓଏମ୍‌ର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬।୫: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବିଓଏମ୍‌ର ବାର୍ଷିକ ଫଳାଫଳ (୨୦୨୨-୨୩ ଆର୍ଥିକ ବର୍ଷ) ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଋଣ ଓ ଜମା ଅଭିବୃଦ୍ଧି କ୍ଷେତ୍ରରେ ୨୦୨୨-୨୩ ଆର୍ଥିକ ବର୍ଷ ମଧ୍ୟରେ ବିଓଏମ୍‌ ଅନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ବ୍ୟାଙ୍କ ଭାବେ ପରିଗଣିତ ହୋଇଛି। ଉଲ୍ଲେଖଯୋଗ୍ୟ, ବିଓଏମ୍‌ର ପୁଣେସ୍ଥିତ ମୁଖ୍ୟ କାର୍ଯ୍ୟାଳୟର ସୂଚନା ଅନୁସାରେ ୨୦୨୨-୨୩ ଆର୍ଥିକ ବର୍ଷରେ ବ୍ୟାଙ୍କ ମୋଟ ୧୨୬% ଅଭିବୃଦ୍ଧି ହାରରେ ୨୬୦୨ କୋଟି ଟଙ୍କାର ଲାଭ କରିଛି। ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ବ୍ୟାଙ୍କର ଗ୍ରସ୍‌ ଅଗ୍ରିମ କ୍ଷେତ୍ରରେ ୨୯.୪% ର ଅଭିବୃଦ୍ଧି ଘଟି ୧,୭୫,୧୨୦ କୋଟି ଟଙ୍କାରେ ପହଞ୍ଚତ୍ଛି। ସେହିଭଳି ଜମା ଅଭିବୃଦ୍ଧି କ୍ଷେତ୍ରରେ ବ୍ୟାଙ୍କର ମୋଟ ୧୫.୭ %ର ଅଭିବୃଦ୍ଧି ଘଟିଛି ଏବଂ ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ବ୍ୟାଙ୍କ ୨,୩୪,୦୮୩ କୋଟି ଟଙ୍କା ସଂଗ୍ରହ କରିପାରିଛି। ସେହିପରି ସ୍ବଳ୍ପ ମୂଲ୍ୟରେ କରେଣ୍ଟ ଆକାଉଣ୍ଟ ଏବଂ ସେଭିଂ ଆକାଉଣ୍ଟ (କାସା) ଜମା କ୍ଷେତ୍ରରେ ମଧ୍ୟ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଶୀର୍ଷ ସ୍ଥାନ ବଜାୟ ରଖିଛି। ଏପରିକି ବ୍ୟାଙ୍କର ମୋଟ୍‌ ବ୍ୟବସାୟିକ ଅଭିବୃଦ୍ଧି ୨୧.୨%ର ବୃଦ୍ଧି ହାରରେ ସର୍ବାଧିକ ୪,୦୯,୨୦୨ କୋଟି ଟଙ୍କା ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୩୦ରୁ ୩ୟ ଏମ୍‌ଆଇଓ ମହାକୁମ୍ଭ

ଭୁବନେଶ୍ୱର,୨୦।୧୧: ଚଳିତ ମାସ ୩୦ରୁ ୩ୟ ମେକ୍‌ ଇନ୍‌ ଓଡ଼ିଶା (ଏମ୍‌ଆଇଓ) କନ୍‌କ୍ଲେଭ ସ୍ଥାନୀୟ ଜନତା ମଇଦାନଠାରେ ହେବାକୁ ଯାଉଛି। ଏପରିକି ଚଳିତ ବର୍ଷ ନଭେମ୍ବର...

ଆର୍‌ବିଆଇ ମୁଦ୍ରାନୀତି କମିଟି ବୈଠକ ଆରମ୍ଭ; ରେପୋ ରେଟ୍‌ ହ୍ରାସ ସମ୍ଭାବନା

ନୂଆଦିଲ୍ଲୀ,୨-୯: ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ମୁଦ୍ରାନୀତି କମିଟି ବୈଠକ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ବର୍ତ୍ତମାନ ଅର୍ଥନୀତିରେ ମାନ୍ଦାବସ୍ଥା ଲାଗି...

ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ପୀତି ୭.୩୫% ସ୍ତର ଛୁଇଁଲା

  ନୂଆଦିଲ୍ଲୀ,୧୪-୧: ବଜାରରେ ଏବେ ଦରଦାମ ବଢୁଛି। ଚଳିତ ବର୍ଷ ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ସାଢେ ୫ ବର୍ଷର ସର୍ବୋଚ୍ଚ ସ୍ତର ଟପି ୭.୩୫% ସ୍ତରରେ...

ଜିରୋ ବାଲାନ୍ସ ଆକାଉଣ୍ଟରୁ ୩୦୦ କୋଟି ଆଦାୟ

ନୂଆଦିଲ୍ଲୀ,୧୨।୪:  ଜିରୋ ବାଲାନ୍ସ କିମ୍ବା ବେସିକ ସେଭିଂ ବ୍ୟାଙ୍କ ଡିପୋଜିଟ୍‌ ଆକାଉଣ୍ଟ (ବିଏସ୍‌ବିଡିଏ)ରେ କିଛି ସେବା ଯୋଗାଣ ଲାଗି ବ୍ୟାଙ୍କଗୁଡିକ ସାଧାରଣ ଲୋକଙ୍କଠାରୁ ଅତ୍ୟଧିକ ପରିପାଣର ଚାର୍ଜ...

ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ଦୁର୍ନୀତି: ୫୭୦ କୋଟି ଜବତ;ପ୍ରଥମଥର ଚାର୍ଜଶିଟ୍‌ ଫାଇଲ କଲା ଇଡି

ନୂଆଦିଲ୍ଲୀ,୧୮-୮: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ମାମଲାରେ ପ୍ରଥମଥର ଚାର୍ଜଶିଟ୍‌ ଦାଖଲ କରିଛି। ଏହି ମାମଲାରେ ଇଡି ୫୭୦ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଥିବା ଶନିବାର...

୧୧ ଲକ୍ଷ ବିଏସ୍‌-୬ ଯାନ ବିକିଲା ହୋଣ୍ଡା ଟୁହ୍ବିଲର୍ସ

ନୂଆଦିଲ୍ଲୀ,୨୪।୭: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ୧୧ ଲକ୍ଷ ୟୁନିଟ ଦୁଇ ଚକିଆ ଯାନ ବିକ୍ରି ମାଇଲଖୁଣ୍ଟ ସ୍ଥାପନ ସମ୍ପର୍କରେ...

ଦୀପ୍ତିଙ୍କୁ ୨ କୋଟିର ପ୍ୟାକେଜ

ହାଇଦ୍ରାବାଦ: ହାଇଦ୍ରାବାଦର ମେଧାବୀ ଛାତ୍ରୀ ଦୀପ୍ତି ନାରକୁଟୀ ଆମେରିକାର ଅଗ୍ରଣୀ ସଫ୍ଟଓ୍ବେୟାର କମ୍ପାନୀ ମାଇକ୍ରୋସଫ୍ଟ ପକ୍ଷରୁ ଗ୍ରେଡ୍‌-୨ ପୋଷ୍ଟ ପାଇଁ ମନୋନୀତ ହୋଇଛନ୍ତି। ସେ ବାର୍ଷିକ...

ବର୍ଷକ ଭିତରେ ଆସିବ ନୂଆ ଇ-କମର୍ସ ପଲିସି

ନୂଆଦିଲ୍ଲୀ,୨୬-୬: କେନ୍ଦ୍ର ସରକାର ଆସନ୍ତା ଏକ ବର୍ଷ ଭିତରେ ନୂଆ ରାଷ୍ଟ୍ରୀୟ ଇ-ବାଣିଜ୍ୟ (ଇ-କମର୍ସ) ନୀତି ଜାରି କରିବେ। ଏହାଦ୍ୱାରା ଇଣ୍ଟରନେଟ୍‌ ଜରିଆରେ ଅନ୍‌ଲାଇନରେ ହେଉଥିବା...

Advertisement
Archives

Model This Week