ବାର୍ଷିକ ଅଶୋଧିତ ଇସ୍ପାତ ଉତ୍ପାଦନ ୪ ନିୟୁତ ଟନ୍‌ ଅତିକ୍ରମ କଲା

ରାଉରକେଲା ଅଫିସ,୧୧।୪: ଆର୍‌ଏସ୍‌ପି ପ୍ରମୁଖ ଉତ୍ପାଦନ କ୍ଷେତ୍ରରେ ବିବିଧ ରେକର୍ଡ ସହ ୨୦୨୨-୨୩ ଆର୍ଥତ୍କ ବର୍ଷ ଶେଷ ହୋଇଛି। ଗତ ଆର୍ଥତ୍କ ବର୍ଷରେ ଇସ୍ପାତ କାରଖାନାର ଇତିହାସରେ ପ୍ରଥମ ଥର ପାଇଁ ୪ ନିୟୁତ ଟନ୍‌ ଅଶୋଧିତ ଇସ୍ପାତ ଉତ୍ପାଦନ ରେଖା ଅତିକ୍ରମ କରିଛି। ଉକ୍ତ ଆର୍ଥତ୍କ ବର୍ଷରେ ଆର୍‌ଏସ୍‌ପି ପକ୍ଷରୁ ୪୦୩୮୯୭୭ ଟନ୍‌ ଅଶୋଧିତ ଇସ୍ପାତ ଉତ୍ପାଦନ  କରି ଏହାର ସର୍ବକାଳୀନ ଶ୍ରେଷ୍ଠ ଉତ୍ପାଦନ ରେକର୍ଡ ହାସଲ କରିଛି। ଏହାସହ ପୂର୍ବ ଆର୍ଥତ୍କ ବର୍ଷର ସର୍ବଶ୍ରେଷ୍ଠ ୩୯୮୭୨୫୯ ଟନ୍‌ ଅଶୋଧିତ ଇସ୍ପାତ ଉତ୍ପାଦନ କରି ଏହି ସଫଳତା ହାସଲରେ ପ୍ରମୁଖ ଭାବରେ ଯୋଗଦାନ ଦେଇଛି। ବ୍ଲାଷ୍ଟ ଫର୍ନେସ-୫ରୁ ହଟ୍‌ ମେଟାଲ ଉତ୍ପାଦନ ମଧ୍ୟ ଗତ ଆର୍ଥତ୍କ ବର୍ଷରେ ସର୍ବୋଚ୍ଚ ସ୍ତର ୨୭୬୪୨୭୫ ଟନ୍‌କୁ ଛୁଇଁଥିଲା। ଯାହାକି ୨୦୧୬-୧୭ର ପୂର୍ବ ଶ୍ରେଷ୍ଠ ୨୭୫୭୧୯୦ଟନ୍‌ ରେଖାକୁ ଅତିକ୍ରମ କରିଥିଲା। ସେହିପରି ବିକ୍ରି ଯୋଗ୍ୟ ଇସ୍ପାତ ଉତ୍ପାଦନରେ ମଧ୍ୟ ବିଗତ ଆର୍ଥିକ ବର୍ଷରେ ୩୭୭୧୮୪୭ ଟନ୍‌ ରେକର୍ଡ ସ୍ତର ହାସଲ ହୋଇପାରିଛି। ଅତ୍ୟାଧୁନିକ ହଟ୍‌ ଷ୍ଟ୍ରିପ୍‌ ମିଲ୍‌-୨ ଏହାର ସର୍ବକାଳୀନ ଶ୍ରେଷ୍ଠ ୧୭୭୩୨୪୩ ଟନ୍‌ ଏଚ୍‌ଆର କଏଲ ଉତ୍ପାଦନ କରି ଫିନ୍‌ସିଂ ମିଲ୍‌ଗୁଡିକର ନେତୃତ୍ୱ ନେଇଥିଲା। ଏହି ଧାରା ବିକ୍ରିଯୋଗ୍ୟ ଇସ୍ପାତ ଚାଲାଣରେ ମଧ୍ୟ ପ୍ରତିଫଳିତ ହୋଇଥିଲା ଓ ୨୦୨୨-୨୩ଆର୍ଥିକ ବର୍ଷରେ ଆର୍‌ଏସ୍‌ପି ସର୍ବକାଳୀନ ଶ୍ରେଷ୍ଠ ୩୭୭୧୨୭୦ ଟନ୍‌ ବିକ୍ରୟ ଯୋଗ୍ୟ ଇସ୍ପାତ ଚାଲାଣ କରିଥିଲା। ସିଣ୍ଟରିଂ ପ୍ଲାଣ୍ଟଗୁଡିକ ମଧ୍ୟ ସମଧାରାରେ ଉତ୍କୃଷ୍ଟ ପ୍ରଦର୍ଶନ କରି ୭୦୧୨୦୦୩ ଟନ୍‌ ସିଣ୍ଟର ଉତ୍ପାଦନ କରିବା ସହ ଯେକୌଣସି ଆର୍ଥିକ ବର୍ଷ ସର୍ବୋତ୍ତମ ପ୍ରଦର୍ଶନ ହାସଲ କରିଥିଲା। ସେହିପରି ହାରାହାରି ୯୦.୧ ପୁସିଂ ହାସଲ ପୂର୍ବକ କୋକ୍‌ ଓଭେନ ବ୍ୟାଟେରୀ-୬ ଏହାର ସର୍ବଶ୍ରେଷ୍ଠ ବାର୍ଷିକ ଉତ୍ପାଦନ ହାସଲ କରିଥିଲା। ଗତ ଆର୍ଥିକବର୍ଷରେ ଆର୍‌ଏସ୍‌ପି ୧୦୦ ନିୟୁତ ଟନ୍‌ ଅଶୋଧିତ ଇସ୍ପାତ ଉତ୍ପାଦନର ପ୍ରମୁଖ ମାଇଲଖୁଣ୍ଟ ମଧ୍ୟ ଅତିକ୍ରମ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ପ୍ରତିଷ୍ଠା ଦିବସ, ଖଲ୍ଲିକୋଟ ବିଧାୟକ…

ପୁରୁଷୋତ୍ତମପୁର,୬ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଳେଶ୍ବରଖଣ୍ଡି ଠାରେ ଆଛୁଲି ମଣ୍ଡଳ ପକ୍ଷରୁ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ରାଜ୍ଯକାର୍ଯ୍ଯକାରିଣୀ…

ନଡ଼ିଆ ଗଛରୁ ବାଘୁଆ ମହୁମାଛି ବାହାରି ହଠାତ କଲା ଆକ୍ରମଣ: ବୃଦ୍ଧ ଗୁରୁତର, ୪ ଯୁବକ…

ମୋହନା,୬।୪:(ମନ୍ମଥ ମିଶ୍ର): ବାଘୁଆ ମହୁମାଛି ଆକ୍ରମଣରେ ୪ ଆହତ ଜଣେ ବୃଦ୍ଧ ଗୁରୁତର। ଏଭଳି ଘଟଣା ଘଟିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ପାଣିଗଣ୍ଡା ଗାଁରେ।…

ଓଡ଼ିଆ ପକ୍ଷରେ କ୍ୟାମ୍ପସ ସଫେଇ: ଓଡ଼ିଆ ଅସ୍ମିତା ଉପରେ ସଚେତନ କରାଇବା ଲକ୍ଷ୍ୟ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ): ଓଡ଼ିଆ ପକ୍ଷ ଅବସରରେ ସୋମବାର ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସଫେଇ କାର୍ଯ୍ୟକ୍ରମ ହୋଇଥିଲା। ଅଧକ୍ଷ ବିଭାସ କୁମାର ଦାସଙ୍କ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଭଗବାନ ମୁଦୁଲିଙ୍କୁ ଗୁରୁଦାୟିତ୍ୱ: ଉନ୍ନୟନ ପରିଷଦ ଅଧ୍ୟକ୍ଷ ମନୋନୀତ

ନନ୍ଦପୁର,୬।୪(ତୁଷାର କାନ୍ତ ମହାନ୍ତି): ରାଜ୍ୟ ସରକାର ରାଜ୍ୟର ୨୩ ଆଦିବାସୀ ବହୁଳ ଜିଲା ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ନବ କଳେବର କରି ଅଧକ୍ଷ ଓ ଉପାଧ୍ୟକ୍ଷଙ୍କ…

କୂଅରେ ପଡି ଚାଲିଗଲା ଶିକ୍ଷକଙ୍କ ଜୀବନ, ପକ୍ଷାଘାତ ରୋଗ….

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ ଶିବ ଶକ୍ତି ନଗରରେ ଅଭାବନୀୟ ଘଟଣା । କୂଅରେ ପଡି ଶିକ୍ଷକଙ୍କ ମୃତ୍ୟୁ । ମୃତ…

ଓପିଏସସି କାର୍ଯ୍ୟାଳୟ ଆଗରେ ଡିଗ୍ରିଧାରୀ ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଧାରଣା

କଟକ,୬।୪(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଡିଗ୍ରିଧାରୀ ଡାକ୍ତରୀ ଛାତ୍ରୀଛାତ୍ର ପ୍ରତିବାଦ କରିଛନ୍ତି। ନିଯୁକ୍ତି ପାଇ ନ ଥିବା ଶତାଧିକ ଏମ୍‌ବିବିଏସ୍‌ ଡାକ୍ତର ବିକ୍ଷୋଭ ପ୍ରଦର୍ଶନ…

ଆମେରିକା-ଇରାନ ବିବାଦ ଶେଷ ହେବ, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ? ପାକିସ୍ତାନ ପ୍ରସ୍ତୁତ କଲାଣି ଡ୍ରାପ୍ଟ – ସର୍ତ୍ତାବଳୀ କ’ଣ ଜାଣନ୍ତୁ

ତେହରାନ,୬।୪: ଆମେରିକା ଏବଂ ଇରାନ ମଧ୍ୟରେ ଏକ ମାସରୁ ଅଧିକ ସମୟ ଧରି ଚାଲିଥିବା ସଂଘର୍ଷ ଶେଷ ହେବାକୁ ଯାଉଛି ଏବଂ ହର୍ମୁଜ ପ୍ରଣାଳୀ ଖୁବ ଶୀଘ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri