୫୦ ହଜାର ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀଙ୍କ ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା

ଭୁବନେଶ୍ୱର,୮ା୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ପଞ୍ଚାୟତରେ ସେବା ଯୋଗାଉଥିବା ୫୦ ହଜାର ଗୋଷ୍ଠୀ ସହାୟକ କର୍ମଚାରୀଙ୍କ ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି।

ସମସ୍ତ ଗୋଷ୍ଠୀ ସହାୟକ କର୍ମଚାରୀ ମାନଙ୍କୁ ବାର୍ଷିକ ପୋଷାକ ଭତ୍ତା ଭାବରେ ୧୦୦୦ ଟଙ୍କା ମିଳିବ। ସମସ୍ତଙ୍କୁ ପରିଚୟ ପତ୍ର ମଧ୍ୟ ଯୋଗାଇ ଦିଆଯିବ।
ସେମାନଙ୍କ ପସନ୍ଦର ସ୍ମାର୍ଟ ଫୋନ କିଣିବା ପାଇଁ ଗୋଷ୍ଠୀ ସହାୟକ କର୍ମାଚାରୀମାନଙ୍କୁ ଏକକାଳୀନ ୫୦୦୦ ଟଙ୍କା ସହାୟତା ବି ଯୋଗାଇ ଦିଆଯିବ।
ସବୁ ସିଆରପି-ସିଏମ୍‌ଙ୍କୁ ପାରିଶ୍ରମିକ ଭାବରେ ମାସିକ ୩୦୦୦ ଟଙ୍କା ପ୍ରଦାନ କରାଯିବ।
ଏମାନଙ୍କୁ ଗସ୍ତ ଖର୍ଚ୍ଚ ବାବଦ ମାସିକ ୩୫୦ ଟଙ୍କା ପ୍ରଦାନ କରାଯିବ।
ଟେଲିଫୋନ ଭତ୍ତା ବାବଦରେ ସିଆରପି-ସିଏମ୍‌ଙ୍କୁ ମାସିକ ୧୫୦ ଟଙ୍କା ପ୍ରଦାନ କରାଯିବ । ଯାହାଫଳରେ ଏହା ବୃଦ୍ଧି ପାଇ ୨୫୦ ଟଙ୍କାରେ ପହଞ୍ଚିବ।
ଏହି ପ୍ୟାକେଜକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଆବଶ୍ୟକ ଆର୍ଥିକ ବ୍ୟବସ୍ଥା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ମିଶନ ଶକ୍ତି ଆନ୍ଦୋଳନକୁ ଆହୁରି ଆଗକୁ ନେବାରେ ପଞ୍ଚାୟତସ୍ତରରେ କାମ କରୁଥିବା ଏହି ଗୋଷ୍ଠୀ ସହାୟକ କର୍ମଚାରୀମାନଙ୍କର ମହତ୍ତ୍ବପୂର୍ଣ୍ଣ ଭୂମିକା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରୂପାନ୍ତରିତ ଓଡ଼ିଶା ଗଠନ ଦିଗରେ ଅଧିକ ପରିଶ୍ରମ କରିବାକୁ ଏହି ଆର୍ଥିକ ପ୍ୟାକେଜ ସେମାନଙ୍କୁ ଉତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri