ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨ ତମ ବାର୍ଷିକ ଉତ୍ସବ ଉପଲକ୍ଷେ ମନ୍ଦିର ପରିବେଶ ଚଳଚଞ୍ଚଳ ହୋଇ ପଡ଼ିଛି । ୩ ଦିନ ଧରି ମା”ଙ୍କ ମନ୍ଦିରରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହେବାକୁ ଥିବା ବେଳେ ରବିବାର କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ନିଷ୍ଠାର ସହ ରହିଥିବା ଶତାଧିକ ମହିଳା ଓ ପୁରୁଷମାନେ ଗ୍ରାମ ଖଣ୍ଡିଆବନ୍ଧ ପୋଖରୀକୁ ଯାଇ ସେଠାରେ ପୂଜକ ପୂଜାର୍ଚ୍ଚନା ସାରିବା ପରେ ମନ୍ଦିର ଅଭିମୁଖେ କଳସ ଯାତ୍ରା ବାହାରିଥିଲା।
ନାମ ସଙ୍କୀର୍ତ୍ତନ ,ବାଜା, ବାଣ ସାଉଣ୍ଡ ଓ ହରିବୋଲ ହୁଳହୁଳିରେ ଗାଁ ଦାଣ୍ଡ ଓ ବଜାର ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଥିଲା । ଗାଁ ଓ ବଜାର ପରିକ୍ରମା କରି ମନ୍ଦିରରେ ପ୍ରବେଶ କରି କଳସ ସ୍ଥାପନ କରିଥିଲେ ।
ସନ୍ତୋଷ କୁମାର ଦାସ ଓ ତାଙ୍କ ସହଧର୍ମିଣୀ ଶିଖା ଦାସ କର୍ତ୍ତା ଦାୟିତ୍ୱନିର୍ବାହ କରିଥିବା ବେଳେ ଚନ୍ଦ୍ର ଶେଖର ମହାପାତ୍ର ମୁଖ୍ୟ ପୂଜକ ଓ ସହଯୋଗୀ ପୂଜକ ପ୍ରମୋଦ ବିହାରୀ ପାଣିଗ୍ରାହୀ ପୂଜାର୍ଚ୍ଚନା ଦାୟିତ୍ୱରେ ରହିଛନ୍ତ। ମନ୍ଦିର ପରିଚାଳନା କମିଟିର ମୁଖ୍ୟ ସଂଚାଳକ ବିନୟ କୁମାର ଦଳବେହେରା ଓ କମିଟିର ସମସ୍ତ ସଦସ୍ୟ ମାନଙ୍କ ସହଯୋଗରେ ଆରମ୍ଭ ହୋଇଯାଇଛି ମା ” ତାରିଣୀଙ୍କ ୧୨ ତମ ବାର୍ଷିକ ଉତ୍ସବ ୩ ଦିନ ବ୍ୟାପୀ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।