Posted inଖେଳ

ଆନାବେଲ ମହଙ୍ଗା ବିଦେଶୀ ଖେଳାଳି

ମୁମ୍ବାଇ,୧୦ା୧୨: ଓମେନ୍ସ ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌)ର ଦ୍ୱିତୀୟ ସଂସ୍କରଣ ପାଇଁ ନିଲାମି ଶନିବାର ମୁମ୍ବାଇରେ ଅନୁଷ୍ଠିତ ହୋଇଛି। ଆନାବେଲ ସଦରଲାଣ୍ଡ ଓ ଅନ୍‌କ୍ୟାପ୍‌ଡ ଭାରତୀୟ ଖେଳାଳି କାଶ୍‌ଭି ଗୌତମ ସର୍ବାଧିକ ୨କୋଟି ଟଙ୍କା ମୂଲ୍ୟରେ ବିକ୍ରି ହୋଇଛନ୍ତି। ସଦରଲାଣ୍ଡଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ କିଣିଥିବା ବେଳେ କାଶ୍‌ଭି ଗୁଜରାଟ ଜାଏଣ୍ଟ୍ସରେ ସାମିଲ ହୋଇଛନ୍ତି। ଡବ୍ଲ୍ୟୁପିଏଲ୍‌ ଇତିହାସରେ ପ୍ରଥମ ଅନ୍‌କ୍ୟାପ୍‌ଡ ଖେଳାଳି ଭାବରେ ବ୍ରିନ୍ଦା ଦୀନେଶ ୧ କୋଟି ଟଙ୍କା ଅତିକ୍ରମ କରିଥିଲେ। ବ୍ରିନ୍ଦାଙ୍କୁ କିଣିବା ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ୟୁପି ଓ୍ବାରିୟର୍ଜ ମଧ୍ୟରେ କଡା ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ତେବେ ୧.୩ କୋଟି ଟଙ୍କାରେ ୨୨ ବର୍ଷୀୟ ଓପନରଙ୍କୁ ହାତେଇଥିଲା ୟୁପି। ବ୍ରିନ୍ଦା ଚଳିତ ଜାତୀୟ ଦିନିକିଆ ଟୁର୍ନାମେଣ୍ଟରେ ୧୧ ମ୍ୟାଚ୍‌ରୁ ୪୭.୭୦ ଆଭରେଜରେ ୪୭୭ ରନ୍‌ ସ୍କୋର କରିଥିଲେ। ଏହା ସହିତ ଟି୨୦ରେ ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ ୧୨୬ ରହିଛି। ଅଭିଜ୍ଞ ଖେଳାଳି ତଥା ବିଗତ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିବା ଡାଏଣ୍ଡ୍ରା ଡଟ୍ଟିନଙ୍କୁ ନେବା ଲାଗି କୌଣସି ଫ୍ରାଞ୍ଚାଇଜ ଆଗ୍ରହ ପ୍ରକାଶ କରି ନ ଥିଲେ। ଆଉ ଜଣେ ଅଭିଜ୍ଞ ଖେଳାଳି ଶ୍ରୀଲଙ୍କାର ଚାମାରି ଆଟାପାଟ୍ଟୁଙ୍କୁ ମଧ୍ୟ କିଣିବା ପାଇଁ କେହି ଆଗ୍ରହ ପ୍ରକାଶ କରି ନ ଥିଲେ। କ୍ରମାଗତ ଦ୍ୱିତୀୟ ସିଜନ ପାଇଁ ସେ ବିକ୍ରି ହୋଇନାହାନ୍ତି।
୨୨ ବର୍ଷୀୟା ସଦରଲାଣ୍ଡ ପ୍ରଥମ ସିଜନରେ ଗୁଜରାଟ ପକ୍ଷରୁ ଖେଳିଥିଲେ। ସଦରଲାଣ୍ଡଙ୍କୁ କିଣିବା ପାଇଁ ମୁମ୍ବାଇ, ୟୁପି ଓ ଦିଲ୍ଲୀ ଆଗ୍ରହ ପ୍ରକାଶ କରିଥିବା ବେଳେ ଦିଲ୍ଲୀ ବାଜି ମାରି ନେଇଥିଲ। ଫିବ୍‌ ଲିଚ୍‌ଫିଲ୍ଡ ୧ କୋଟି ଟଙ୍କାରେ ଗୁଜରାଟକୁ ଯାଇଥିବା ବେଳେ ଦକ୍ଷିଣ ଆଫ୍ରିକାର ସବନିମ୍‌ ଇସମାଇଲ୍‌ ୧.୨ କୋଟି ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ହୋଇଥିଲେ। ଭାରତୀୟ ଖେଳାଳିଙ୍କ ମଧ୍ୟରେ ଏକତା ବିସ୍ତ ୬୦ ଲକ୍ଷ ଟଙ୍କାରେ ଆରସିବିରେ ଯୋଗ ଦେଇଥିବା ବେଳେ ୩୦ ଲକ୍ଷ ଟଙ୍କାରେ ଗୁଜରାଟରେ ସାମିଲ ହୋଇଛନ୍ତି ବେଦା କ୍ରିଷ୍ଣମୂର୍ତ୍ତି। ଜର୍ଜିଆ ଓ୍ବେୟାରହାମଙ୍କୁ ୪୦ ଲକ୍ଷ ଓ କେଟ୍‌ କ୍ରସଙ୍କୁ ୧୦ ଲକ୍ଷ ଟଙ୍କାରେ ଆରସିବି କିଣିଥିବା ବେଳେ ଡାନିଏଲ ଓ୍ବାୟାଟ୍‌ ୩୦ ଲକ୍ଷ ଟଙ୍କାରେ ୟୁପିରେ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri