Posted inଖେଳ

ଆନାବେଲ ମହଙ୍ଗା ବିଦେଶୀ ଖେଳାଳି

ମୁମ୍ବାଇ,୧୦ା୧୨: ଓମେନ୍ସ ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌)ର ଦ୍ୱିତୀୟ ସଂସ୍କରଣ ପାଇଁ ନିଲାମି ଶନିବାର ମୁମ୍ବାଇରେ ଅନୁଷ୍ଠିତ ହୋଇଛି। ଆନାବେଲ ସଦରଲାଣ୍ଡ ଓ ଅନ୍‌କ୍ୟାପ୍‌ଡ ଭାରତୀୟ ଖେଳାଳି କାଶ୍‌ଭି ଗୌତମ ସର୍ବାଧିକ ୨କୋଟି ଟଙ୍କା ମୂଲ୍ୟରେ ବିକ୍ରି ହୋଇଛନ୍ତି। ସଦରଲାଣ୍ଡଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ କିଣିଥିବା ବେଳେ କାଶ୍‌ଭି ଗୁଜରାଟ ଜାଏଣ୍ଟ୍ସରେ ସାମିଲ ହୋଇଛନ୍ତି। ଡବ୍ଲ୍ୟୁପିଏଲ୍‌ ଇତିହାସରେ ପ୍ରଥମ ଅନ୍‌କ୍ୟାପ୍‌ଡ ଖେଳାଳି ଭାବରେ ବ୍ରିନ୍ଦା ଦୀନେଶ ୧ କୋଟି ଟଙ୍କା ଅତିକ୍ରମ କରିଥିଲେ। ବ୍ରିନ୍ଦାଙ୍କୁ କିଣିବା ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ୟୁପି ଓ୍ବାରିୟର୍ଜ ମଧ୍ୟରେ କଡା ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ତେବେ ୧.୩ କୋଟି ଟଙ୍କାରେ ୨୨ ବର୍ଷୀୟ ଓପନରଙ୍କୁ ହାତେଇଥିଲା ୟୁପି। ବ୍ରିନ୍ଦା ଚଳିତ ଜାତୀୟ ଦିନିକିଆ ଟୁର୍ନାମେଣ୍ଟରେ ୧୧ ମ୍ୟାଚ୍‌ରୁ ୪୭.୭୦ ଆଭରେଜରେ ୪୭୭ ରନ୍‌ ସ୍କୋର କରିଥିଲେ। ଏହା ସହିତ ଟି୨୦ରେ ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ ୧୨୬ ରହିଛି। ଅଭିଜ୍ଞ ଖେଳାଳି ତଥା ବିଗତ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିବା ଡାଏଣ୍ଡ୍ରା ଡଟ୍ଟିନଙ୍କୁ ନେବା ଲାଗି କୌଣସି ଫ୍ରାଞ୍ଚାଇଜ ଆଗ୍ରହ ପ୍ରକାଶ କରି ନ ଥିଲେ। ଆଉ ଜଣେ ଅଭିଜ୍ଞ ଖେଳାଳି ଶ୍ରୀଲଙ୍କାର ଚାମାରି ଆଟାପାଟ୍ଟୁଙ୍କୁ ମଧ୍ୟ କିଣିବା ପାଇଁ କେହି ଆଗ୍ରହ ପ୍ରକାଶ କରି ନ ଥିଲେ। କ୍ରମାଗତ ଦ୍ୱିତୀୟ ସିଜନ ପାଇଁ ସେ ବିକ୍ରି ହୋଇନାହାନ୍ତି।
୨୨ ବର୍ଷୀୟା ସଦରଲାଣ୍ଡ ପ୍ରଥମ ସିଜନରେ ଗୁଜରାଟ ପକ୍ଷରୁ ଖେଳିଥିଲେ। ସଦରଲାଣ୍ଡଙ୍କୁ କିଣିବା ପାଇଁ ମୁମ୍ବାଇ, ୟୁପି ଓ ଦିଲ୍ଲୀ ଆଗ୍ରହ ପ୍ରକାଶ କରିଥିବା ବେଳେ ଦିଲ୍ଲୀ ବାଜି ମାରି ନେଇଥିଲ। ଫିବ୍‌ ଲିଚ୍‌ଫିଲ୍ଡ ୧ କୋଟି ଟଙ୍କାରେ ଗୁଜରାଟକୁ ଯାଇଥିବା ବେଳେ ଦକ୍ଷିଣ ଆଫ୍ରିକାର ସବନିମ୍‌ ଇସମାଇଲ୍‌ ୧.୨ କୋଟି ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ହୋଇଥିଲେ। ଭାରତୀୟ ଖେଳାଳିଙ୍କ ମଧ୍ୟରେ ଏକତା ବିସ୍ତ ୬୦ ଲକ୍ଷ ଟଙ୍କାରେ ଆରସିବିରେ ଯୋଗ ଦେଇଥିବା ବେଳେ ୩୦ ଲକ୍ଷ ଟଙ୍କାରେ ଗୁଜରାଟରେ ସାମିଲ ହୋଇଛନ୍ତି ବେଦା କ୍ରିଷ୍ଣମୂର୍ତ୍ତି। ଜର୍ଜିଆ ଓ୍ବେୟାରହାମଙ୍କୁ ୪୦ ଲକ୍ଷ ଓ କେଟ୍‌ କ୍ରସଙ୍କୁ ୧୦ ଲକ୍ଷ ଟଙ୍କାରେ ଆରସିବି କିଣିଥିବା ବେଳେ ଡାନିଏଲ ଓ୍ବାୟାଟ୍‌ ୩୦ ଲକ୍ଷ ଟଙ୍କାରେ ୟୁପିରେ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri