ମେଡିକାଲ ଯାଉଥିବା ସମୟରେ ଏଏନ୍‌ଏମ୍‌ଙ୍କୁ ଧକ୍କା ଦେଲା ହାଇଓ୍ବା

ଭଞ୍ଜନଗର,୮ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ ଏଏନ୍‌ଏମ୍‌ ନନ୍ଦିନୀ ଆଚାର୍ଯ୍ୟ (୪୨) ଗୁରୁବାର ଏକ ହାଇଓ୍ବା ଧକ୍କାରେ ଗୁରୁତର ହୋଇଛନ୍ତି । ତାଙ୍କର ଡାହାଣ ହାତଗୋଡ଼ରେ ଆଘାତ ଲାଗିଛି। ତାଙ୍କୁ ପ୍ରଥମେ ଭଞ୍ଜନଗର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଏଠାରେ ଆବଶ୍ୟକ ଚିକିତ୍ସା ସୁବିଧା ନ ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ନିଆଯାଇଛି।

ଘଟଣାରୁ ପ୍ରକାଶ ଯେ, ନନ୍ଦିନୀ ସୋରାଦେବୀ ମନ୍ଦିର ରାସ୍ତାରେ ରୁହନ୍ତି। ଗତକାଲି ସେ ନିଜ ସ୍କୁଟିରେ ମେଡିକାଲକୁ ସରକାରୀ କାମରେ ଯାଉଥିଲେ। ଏହି ସମୟରେ ଏକ ହାଇଓ୍ବା ଶ୍ରୀରାମ ନଗରଠାରେ ଭଞ୍ଜନଗର ଜଳଭଣ୍ଡାର ଭିତରୁ ହଠାତ୍‌ ବାହାରି ପଡ଼ିଥିଲା। ଫଳରେ ନନ୍ଦିନୀଙ୍କୁ ହାଇଓ୍ବାଟି ଧକ୍କା ଦେଇଥିଲା। ଏହାପରେ ସଂପୃକ୍ତ ଅଞ୍ଚଳବାସୀ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରିଥିଲେ।

Share
Tags: accidentANM