କଟକ,୫ା୧୨: ପୂର୍ବରୁ ଅନେକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବାବେଳେ ଆଜି ଅର୍ଥାତ୍ ଶୁକ୍ରବାର ANM ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଯାଇଛି। ପରୀକ୍ଷାର ୩ଘଣ୍ଟା ପୂର୍ବରୁ ଏହି ପ୍ରଶ୍ନପତ୍ର ଲିକ୍ ହୋଇଛି। ଆଜି ଦ୍ୱିତୀୟ ବର୍ଷ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଥିବାବେଳେ ଏହାର ୩ ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଛି। ଅପରାହ୍ନ ୨ଟାରେ ପରୀକ୍ଷା ଥିବା ବେଳେ ପୂର୍ବାହ୍ନ ୧୧ଟାରେ ପ୍ରଶ୍ନପତ୍ର ଲିକ୍ ହୋଇଛି। ଆଜି ମିଡ୍ ଓ୍ବାଇଫେରି ପରୀକ୍ଷା ଥିଲା।