ଭୁବନେଶ୍ୱରରେ ୧୨୦ଶଯ୍ୟା ବିଶିଷ୍ଟ ଅଙ୍କୁରା ହସ୍ପିଟାଲ

ଭୁବନେଶ୍ୱର,୨୨।୨(ଅଭୟ ଦାଶ)ଦେଶର ପ୍ରମୁଖ ଘରୋଇ ହେଲ୍‌ଥ କେୟାର ସଂସ୍ଥା ତଥା ଅଙ୍କୁରା ହସ୍ପିଟାଲ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ୟୁନିଟ୍‌ ବୁଧବାର ଭୁବନେଶ୍ୱରର ବାପୁଜୀ ନଗରଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଓବି ଆଣ୍ଡ ଓସିଡବ୍ଲ୍ୟୁଡବ୍ଲ୍ୟୁବିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ସାମାଜିକ କର୍ମୀ ରବୀନ୍ଦ୍ର ନାଥ ଛୋଟରାୟ,ଏମ୍‌ପି ଲଭୁ ଶ୍ରୀକ୍ରିଷନ ଦେବରାୟାଲୁଙ୍କ ସମେତ ଅଙ୍କୁରା ହସ୍ପିଟାଲର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଡା.କ୍ରିଷା ପ୍ରସାଦ ଭୁନାମ ପ୍ରମୁଖ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ହାଇଦ୍ରାବାଦଭିତ୍ତିକ ହେଲ୍‌ଥ କେୟାର ସଂସ୍ଥା ତଥା ମହିଳା ଏବଂ ଶିଶୁଙ୍କ ସ୍ବତନ୍ତ୍ର ଚିକିତ୍ସାଳୟ ‘ଅଙ୍କୁରା ହସ୍ପିଟାଲ’ ଭୁବନେଶ୍ୱରର ବାପୁଜୀନଗରଠାରେ ୧୨୦ଶଯ୍ୟା ବିଶିଷ୍ଠ ଏକ ଅତ୍ୟାଧୁନିକ ହେଲ୍‌ଥ କେୟାର ୟୁନିଟ୍‌ର ଆନୁଷ୍ଟାନିକ ଶୁଭାରମ୍ଭ କରିଛନ୍ତି। ଏଠାରେ ଉଚ୍ଚ ଆପଦପୂର୍ଣ୍ଣ ଶିଶୁ, ପେଡିଆଟ୍ରିକ, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ଶିଶୁ ସ୍ନାୟବିକ ବିଜ୍ଞାନ, ଅର୍ଥୋପେଡିକ୍ସ, କ୍ୟାନ୍‌ସର ଚିକିତ୍ସା ଓ ଜରୁରିକାଳୀନ ଚିକିତ୍ସା ଆଦି ଉପଲବ୍ଧ। ସେହିଭଳି ଦୀର୍ଘ ୧ଦଶନ୍ଧିରୁ ଅଧିକ ସମୟ ଧରି ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟର ୧୪ଟି କେନ୍ଦ୍ର (ୟୁନିଟ୍‌)ରେ ହସ୍ପିଟାଲ ମହିଳା ଓ ଶିଶୁମାନଙ୍କ ପାଇଁ ସ୍ବତନ୍ତ୍ର ସ୍ବାସ୍ଥ୍ୟସେବା ସହ ସବୁ ବର୍ଗର ବିଶ୍ୱସନୀୟତା ଅର୍ଜନ କରିପାରିଛି। ସେହିପରି ୧୨୦ଶଯ୍ୟା ବିଶିଷ୍ଟ ଭୁବନେଶ୍ୱର ୟୁନିଟ୍‌ରେ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା, ଜରୁରିକାଳୀନ ଚିକିତ୍ସା ସେବା ସହିତ ସୁସଜ୍ଜିତ ଆମ୍ବୁଲାନ୍ସ, ରୋଗୀ ପରିବହନ ସେବା, ଫାର୍ମାସି, ପରୀକ୍ଷାଗାର ଏବଂ ଗୋଟିଏ ଛାତ ତଳେ ରେଡିଓଲୋଜି ସେବା ଉପଲବ୍ଧ।
ଏ ସମ୍ପର୍କରେ ଅଙ୍କୁରା ହସ୍ପିଟାଲର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଡା.କ୍ରିଷା ପ୍ରସାଦ ଭୁନାମ କହିଛନ୍ତି, ରୋଗୀ ସେବା ଉପରେ ଆମର ସର୍ବଦା ଧ୍ୟ୍ୟାନ ରହିଥିଲାବେଳେ ମହିଳା ଓ ଶିଶୁମାନଙ୍କ ବିଭିନ୍ନ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛୁ। ଏପରିକି ସବୁ ବର୍ଗର ଲୋକଙ୍କ ସ୍ବାସ୍ଥ୍ୟ୍‌ସେବା କ୍ଷେତ୍ରରେ ଆମେ ନିରନ୍ତର ଆମର ପ୍ରତିବଦ୍ଧତାକୁ ପୂରଣ କରିଆସିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ମେଷ ସମେତ ୩ ରାଶିରେ ଧନବର୍ଷା

୧୭ ଅଗଷ୍ଟ ସକାଳେ ସୂର୍ଯ୍ୟ କେତୁଙ୍କ ଦ୍ୱାରା ଶାସିତ ମଘା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ପାଇଁ ନକ୍ଷତ୍ରର ଏହି ପରିବର୍ତ୍ତନ ସକାଳ ୮:୦୩ ରେ ଘଟିବ।…

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଆହୁରି ସକ୍ରିୟ ହେଲା ଲଘୁଚାପ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କଲା IMD

ଭୁବନେଶ୍ବର,୧୩।୮: ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ହୀରାକୁଦ ଡ୍ୟାମକୁ ପ୍ରବେଶ କରୁଛି ୧ ଲକ୍ଷ ଘନଫୁଟରୁ ଅଧିକ ବନ୍ୟାଜଳ, ୨ ଗେଟ୍‌ରେ ହେଉଛି ନିଷ୍କାସନ

ସମ୍ବଲପୁର,୧୩ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାର ପୁଣି ୪ଟି ସ୍ଲୁଇସ୍‌ ଗେଟ୍‌ ବନ୍ଦ କରାଯାଇଛି ଫଳରେ ବର୍ତ୍ତମାନ କେବଳ ୨ଟି ଗେଟ୍‌ରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ତେବେ…

କୂଳ ଲଙ୍ଘୁଛି ସମୁଦ୍ର: ପଥର ବନ୍ଧ ନିର୍ମାଣ ଦାବି ଦୋହରାଇଲେ ଅଞ୍ଚଳବାସୀ

ଛତ୍ରପୁର,୧୩।୮(ଦିଲୀପ ସାମଲ): ଦିନକୁ ଦିନ ସମୁଦ୍ର କୂଳ ଲଘୁଂଥିବାରୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ସମୁଦ୍ର ଉପକୂଳରେ ସ୍ଥାୟୀ ପଥର ବନ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri