Posted inଖେଳ

ଅଲିମ୍ପିକ୍ସରେ ଅଙ୍କିତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ

ପ୍ୟାରିସ,୨୫ା୭: ପ୍ରଥମ ଥର ଅଲିମ୍ପିକ୍ସରେ ଭାଗ ନେଇଥିବା ଅଙ୍କିତା ଭକତ ବ୍ୟକ୍ତିଗତ ମହିଳା ରିକର୍ଭ ପ୍ରତିଯୋଗିତାରେ ଭାରତୀୟଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ ସହ ୧୧ଶ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟପକ୍ଷରେ ଟିମ୍‌ ଇଭେଣ୍ଟରେ ୪ର୍ଥ ସ୍ଥାନ ସହ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି । ୨୬ବର୍ଷୀୟା ଅଙ୍କିତା ୬୬୬ ପଏଣ୍ଟ ସହ ଭାରାତୀୟ ମହିଳାଙ୍କ ମଧ୍ୟରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ବେଳେ ତାଙ୍କ ପଛକୁ ଭଜନ କୌର (୫୫୯ ପଏଣ୍ଟ ସହ ୨୨ତମ ସ୍ଥାନ) ଏବଂ ଦୀପିକା କୁମାରୀ (୬୫୮ ପଏଣ୍ଟ ସହ ୨୩ତମ ସ୍ଥାନ) ରହିଥିଲେ।

ଟିମ୍‌ ଇଭେଣ୍ଟରେ ଭାରତ ୧୯୮୩ ପଏଣ୍ଟ ସ୍କୋର କରି ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ଦକ୍ଷିଣ କୋରିଆ ୨୦୪୬ ପଏଣ୍ଟ ସହ ଷ୍ଟାଣ୍ଡିଂର ଶୀର୍ଷରେ ରହିଥିବା ବେଳେ ଚାଇନା ଦ୍ୱିତୀୟ ଓ ମେକ୍ସିକୋ ତୃତୀୟ ସ୍ଥାନ ଅଧିକାର କରିଥିଲା। ଷ୍ଟାଣ୍ଡିଂ ଶ୍ରେଷ୍ଠ ୪ ଦଳ ସିଧାସଳଖ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ୫ମରୁ ୧୨ତମ ସ୍ଥାନରେ ରହିଥିବା ଦଳଗୁଡ଼ିକ ମଧ୍ୟରେ ପ୍ରି-କ୍ୱାର୍ଟର ଅନୁଷ୍ଠିତ ହେବ। ଭାରତ କ୍ୱାର୍ଟରଫାଇନାଲରେ ଫ୍ରାନ୍ସ ଓ ନେଦରଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚର ବିଜେତା ସହ ଖେଳିବ।

ଭାରତ କ୍ୱାର୍ଟରଫାଇନାଲ ଜିତିଲେ ସେମିଫାଇନାଲରେ ହେଭିଓ୍ବେଟ୍‌ କୋରିଆ ସହିତ ମୁକାବିଲା କରିବ। ୩ବର୍ଷ ପୂର୍ବେ କୋରିଆ ମହିଳା ଦଳ ଅଲିମ୍ପିକ୍ସରେ କ୍ରମାଗତ ୯ମ ଥର ପଦକ ଜିତି ଅବିସ୍ମରଣୀୟ ରହିଛି। ବ୍ୟକ୍ତିଗତ ବିଭାଗରେ କୋରିଆର ଲିମ୍‌ ଶିୟନ ୬୯୪ ସ୍କୋର କରି ବିଶ୍ୱ ରେକର୍ଡ ସହ ଷ୍ଟାଣ୍ଡିଂର ଶୀର୍ଷ ସ୍ଥାନରେ ରହିଥିବା ବେଳେ ତାଙ୍କ ଦେଶର ସୁୟନ ନାମ୍‌ (୬୮୮) ଦ୍ୱିତୀୟ ଏବଂ ଚାଇନାର ୟାଙ୍ଗ ଜିଆଓଲେଇ (୬୭୩) ତୃତୀୟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

୧୪ ଫାର୍ମାସିଷ୍ଟଙ୍କ ଲେଭେଲ-୨କୁ ପଦୋନ୍ନତି

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୩୬ ଜଣ ଫାର୍ମାସଷ୍ଟଙ୍କ ମଧ୍ୟରୁ ୧୪ ଜଣ ପଦୋନ୍ନତି ପାଇଛନ୍ତି। ସୂଚନା ମୁତାବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri