ହ୍ୟୁମାନଙ୍କୁ ନେଇ ବଡ଼ ଖୁଲାସା କଲେ ଆଙ୍କର, ଗୋଟିଏ ପ୍ରଶଂସା ପରେ ଚକ୍ରାନ୍ତ କରି…

ଭୁବନେଶ୍ୱର,୨୧।୧୧: ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ଘଟଛି। ତେବେ ତାଙ୍କ ମୃତ୍ୟୁ ପରେ ଅନେକ ବାଦ ବିବାଦ ଲାଗି ରହିଛି। ତାଙ୍କ ମା’ ହ୍ୟୁମାନଙ୍କ ମୃତ୍ୟୁ ପାଇଁ ତାଙ୍କ ମ୍ୟାନେଜର, ଦିନେଶ, ପ୍ରଶାନ୍ତଙ୍କ ନାଁ ସହ ଜଣେ ମହିଳା ଗାୟିକାଙ୍କ ନାଁ ମଧ୍ୟ ନେଇଛନ୍ତି। ଅନ୍ୟପକ୍ଷେ ମ୍ୟାନେଜର ମଧ୍ୟ ତାଙ୍କ ମା’ ଏବଂ ପରିବାରକୁ ହ୍ୟୁମାନଙ୍କ ମୃତ୍ୟୁର କାରଣ କହିଛନ୍ତି। ଏପରି କି ତାଙ୍କ ମା’ଙ୍କୁ ଅସଭ୍ୟ ଭାଷାରେ ଗାଳି ଦେଇଛନ୍ତି । ଯାହାକୁ ନେଇ ଏବେ ପ୍ରାୟ ସମସ୍ତେ ନିନ୍ଦା କରୁଛନ୍ତି। ତେବେ ବର୍ତ୍ତମାନ ହ୍ୟୁମାନଙ୍କୁ ନେଇ ଆଉ ଏକ ବଡ଼ ଖୁଲାସା କରିଛନ୍ତି ତାଙ୍କ ସହ କାମ କରୁଥିବା ଆଙ୍କର ଲିଜା ଦାସ । ସେ କହିଛନ୍ତି, “ହ୍ୟୁମାନଙ୍କ ସହ କଥା କରେଇ ଦେଉନଥିଲେ ଟିମ ମେମ୍ବର । ହ୍ୟୁମାନଙ୍କୁ ସେମାନେ କବଜା କରି ରଖିଥିଲେ। ମା’ଙ୍କୁ ଗାଳିଦେଇଥିବା ପିଲାଙ୍କୁ ଗିରଫ କରିବା କଥା । ତା ସହ ସେମାନଙ୍କ ଲାଗି ମୋତେ ଅନେକ ପ୍ରୋଗ୍ରାମ କ୍ୟାନସେଲ୍‌ କରିବାକୁ ପଡ଼ିଛି। ମୋତେ ନ ଜଣେଇକି ଟିମ୍‌ରୁ କାଢ଼ି ଦେଇଛନ୍ତି। ହ୍ୟୁମାନଙ୍କର ଯେତେବେଳେ ପ୍ରୋଗ୍ରାମ ହେବ, ଗ୍ରିନ୍‌ରୁମ୍‌ରେ କାହାକୁ ତାଙ୍କ ସହ କଥା କରିବାକୁ ଦିଆଯାଏନି। ତାଙ୍କୁ ବାଲେଶ୍ୱରିଆ ଟିମ୍‌ କବ୍‌ଜା କରିଥିଲେ। ହ୍ୟୁମାନଙ୍କ ସହ କାହାକୁ କଥା ହେବାକୁ ଦେଉ ନ ଥିଲେ। ହ୍ୟୁମାନ ମୋ ପ୍ରଶଂସା କଲା ପରେ ଚକ୍ରାନ୍ତ କରି ମୋତେ ଟିମ୍‌ରୁ କାଢ଼ିଦେଲେ। ବୋଲି ଏମିତି ବଡ କଥା କହିଛନ୍ତି ଆଙ୍କର ।

Dharitri – Odisha’s No.1 Odia Daily