ନବୀନଙ୍କୁ ନେଇ ଏମିତି ବଡ଼ କଥା କହିଦେଲେ ଅନିଲ: ରାଜନୀତିରେ ହଲ୍‌ଚଲ୍‌

ଭୁବନେଶ୍ୱର,୪।୧୧: ସୋସିଆଲ ମିଡିଆରେ ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ। ସେ ଫେସବୁକ ପୋଷ୍ଟରେ ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କରିଛନ୍ତି। ସେ କହିଛନ୍ତି ଆପଣଙ୍କୁ ଲୋକେ ୨୪ ବର୍ଷ ନିରଙ୍କୁଶ କ୍ଷମତା ପ୍ରଦାନ କରିଛନ୍ତି।ଏହାର ପ୍ରତିବଦଳରେ ଲୋକେ ପାଇଲେ କଣ? ଗୋଟିଏ ଶୀତଳ ଭଣ୍ଡାର କି ମହାନଦୀରେ ଗୋଟିଏ ବନ୍ଧ କରିପାରିଲେନି। ଆପଣଙ୍କୁ ଯେଉଁମାନେ ରାଜନୀତିକୁ ଆଣିଥିଲେ ଆପଣ କଣ କଲେ? ଦିଲୀପ ରାୟ, ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ରଙ୍କ ପ୍ରତି କଣ କଲେ ବୋଲି ସେ ପ୍ରଷ୍ନ କରିଛନ୍ତି। ଆପଣ ଯାହା କରିଥିଲେ, ତାହାକୁ ବେଇମାନ କୁହାଯିବ ନା କୁହାଯିବ ନାହିଁ ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Share
Tags: Bjd bjp