ପରଦାରେ ହିଟ୍‌ ଥିଲା ଯୋଡ଼ି, ହେଲେ ଗୋଟିଏ ଝଟ୍‌କାରେ ମାଧୁରୀ ନେଇଥିଲେ ବଡ଼ ନିଷ୍ପତ୍ତି; ଜାଣିଲେ…

ବମ୍ବେ: ଏକ ସମୟରେ ବଡ଼ ପରଦାର ହିଟ୍‌ ଯୋଡ଼ିଙ୍କ ମଧ୍ୟରେ ଗଣା ହେଉଥିଲେ ଅଭିନେତା ଅନିଲ କପୁର ଏବଂ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ। ଉଭୟଙ୍କ ଚଳଚ୍ଚିତ୍ର ରିଲିଜ ହେବା ମାତ୍ରେ ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହେଉଥିଲା। ଦର୍ଶକମାନେ ଦୁହିଁଙ୍କୁ ଏକାଠି ଦେଖିବାକୁ ଅପେକ୍ଷା କରି ରହୁଥିଲେ। ‘ବେଟା’, ‘ରାମ ଲଖନ’, ‘ଜମାଇ ରାଜା’, ‘ଖେଲ’ ଏବଂ ‘ତେଜାବ’ ଭଳି କିଛି ଫିଲ୍ମ ଲୋକଙ୍କୁ ବେଶ ପସନ୍ଦ ଆସିଥିଲା। ହେଲେ ହଠାତ ଏହି ଯୋଡ଼ି ବଡ଼ ପରଦାରୁ ଗାଏବ ହୋଇଯାଇଥିଲେ। ଦର୍ଶକଙ୍କ ପାଇଁ ଏହା ବଡ଼ ଝଟ୍‌କା ଥିଲା।

କହିବାକୁ ଗଲେ ଅନିଲ-ମାଧୁରୀଙ୍କ ଏଭଳି ଅଦୃଶ୍ୟ ହୋଇଯିବା ପଛରେ ବଡ଼ କାରଣ ଥିଲା। ସେତେବେଳେ ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ କିଛି ଶୁଣିବାକୁ ମିଳୁଥିଲା। ଅନିଲ କିନ୍ତୁ ପୂର୍ବରୁ ବିବାହିତ ଏବଂ ତାଙ୍କର ସନ୍ତାନ ଜନ୍ମ ହୋଇସାରିଥିଲେ। ଏମିତିରେ ସ୍ତ୍ରୀ ସୁନୀତା କପୁରଙ୍କ ପାଖରେ ଏହି ଖବର ପହଞ୍ଚିଯାଇଥିଲା।

ଥରେ ସୁନୀତା ପିଲାମାନଙ୍କୁ ଧରି ସ୍ବାମୀ ଅନିଲଙ୍କ ଏକ ଫିଲ୍ମର ଶୁଟିଂ ସେଟ୍‌ରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ଥିଲେ ମାଧୁରୀ। ପରିବାର ସହ ଅନିଲଙ୍କୁ ଦେଖିବା ପରେ ମାଧୁରୀଙ୍କୁ କିଛି ଭଲ ଲାଗି ନ ଥିଲା। ସେହି ସମୟରେ ଅନିଲଙ୍କ ସହ କାମ କରିବେ ନାହିଁ ବୋଲି ସେ ନିଷ୍ପତ୍ତି ନେଇଥିଲେ। କାରଣ ତାଙ୍କ ପାଇଁ ଅଭିନେତାଙ୍କ ପରିବାର ଭାଙ୍ଗୁ ବୋଲି ସେ ଚାହୁଁ ନ ଥିଲେ।

୧୯୮୯ରେ ଏକ ସାକ୍ଷାତକାରରେ ମାଧୁରୀଙ୍କୁ ଅନିଲଙ୍କୁ ବିବାହ କରିବେ କି ବୋଲି ପ୍ରଶ୍ନ କରାଯାଇଥିଲା। ଏହାର ଜବାବରେ ମାଧୁରୀ କହିଥିଲେ ‘ନା’। ଅନିଲ ବହୁତ ସମ୍ବେଦନଶୀଳ ବ୍ୟକ୍ତି ହୋଇଥିବାରୁ ସେ ସେଭଳି ବ୍ୟକ୍ତିଙ୍କୁ ବିବାହ କରିବାକୁ ଚାହୁଁ ନ ଥିବା କହିଥିଲେ।

ଏହି ଘଟଣାକୁ ଅନେକ ବର୍ଷ ବିତିଗଲାଣି। ଉଭୟ ପରସ୍ପରର ବୈବାହିକ ଜୀବନରେ ଆଗକୁ ବଢ଼ିଛନ୍ତି। ତେବେ ଦୁହେଁ ୨୦୧୯ରେ ଫିଲ୍ମ ‘ଟୋଟାଲ ଧମାଲ’ରେ ନଜର ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପିନ୍‌ରେ ଦମ୍‌ ଦେଖାଇଲା ଶ୍ରୀଲଙ୍କା

କଲମ୍ବୋ,୮ା୨- ଟି୨୦ ବିଶ୍ୱକପ୍‌ରେ ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ୨୦ ରନରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଶ୍ରୀଲଙ୍କା ଦ୍ୱାରା ପ୍ରଦତ୍ତ ୧୬୪ ରନର ଟାର୍ଗେଟକୁ ପିଛା…

ସଭା ମଞ୍ଚରେ ମନ୍ତ୍ରୀ-ବିଧାୟକଙ୍କ ଆଲୋଚନା: ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା…

ବଲାଙ୍ଗୀର,୮।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜର ରବିବାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମଞ୍ଚ ଉପରେ ବସିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ଏବଂ ସମ୍ବଲପୁର…

ଦେଓମାଳି ବୁଲିବାକୁ ଆସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

ଜାପାନ ନିର୍ବାଚନ: ଆସିଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ, ଜାଣନ୍ତୁ କେଉଁ ଦଳ…

ଟୋକିଓ,୮ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ସରକାର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜୟୀ ହେବା…

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri