ଋଣ ସୁଝି ପାରିଲେନି ଅନିଲ ଅମ୍ବାନୀ; ଗ୍ରୁପ ମୁଖ୍ୟାଳୟକୁ କବ୍‌ଜା କଲା ବ୍ୟାଙ୍କ

ମୁମ୍ବାଇ,୩୧।୭ : ୟେସ୍‌ ବ୍ୟାଙ୍କରୁ ଆଣିଥିବା ଋଣ ଅନିଲ ଅମ୍ବାନୀ ଶୁଝିବାକୁ ସକ୍ଷମ ହୋଇ ନ ହେବାରୁ ତାଙ୍କ କମ୍ପାନୀର ମୁ୍‌ମ୍ବାଇ କାର୍ଯ୍ୟାଳୟକୁ ବ୍ୟାଙ୍କ ପକ୍ଷରୁ କବ୍‌ଜା କରାଯାଇଛି। ଅନିଲ ଧୀରୁ ଭାଇ ଅମ୍ବାନୀ ଗ୍ରୁପର ମୁଖ୍ୟ କାର୍ଯ୍ୟାଳୟ କୁହାଯାଉଥିବା ରିଲାଏନ୍ସ ସେଣ୍ଟରକୁ ୟେସ୍‌ ବ୍ୟାଙ୍କ ନିଜ ଅକ୍ତିଆରକୁ ନେଇଥିବା ଜଣାପଡିଛି। ସର୍‌ଫାଏସି ଆଇନ ଅନୁସାରେ ୨୨ ଜୁଲାଇରେ ଏହି ବିଲଡିଂକୁ ବ୍ୟାଙ୍କ ନିଜ ଅଧିନକୁ ନେଇଛି। ଦକ୍ଷିଣ ମୁମ୍ବାଇ ସାନ୍ତାକ୍ରୁଜର ରହିଥିବା ପ୍ରାୟ ୨୧,୪୩୨ ବର୍ଗ ମିଟର ଏରିଆରେ ଥିବା କାର୍ଯ୍ୟାଳୟ ଏବଂ ନାଗିନ ମହଲରେ ଦୁଇ ମହଲା କୋଠାକୁ ବ୍ୟାଙ୍କ ନିଜ ଅଧୀନକୁ ନେଇଥିବା ବୁଧବାର ଏକ ଇଂରାଜୀ ଖବରକାଗଜରେ ବିଜ୍ଞାପନ ଦିଆଯାଇଛି। ଅନୀଲ ୨୮୯୨ କୋଟି ଟଙ୍କା ପଇଠ କରିବାକୁ ସକ୍ଷମ ନ ହେବାରୁ ବ୍ୟାଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅନିଲ ଅମ୍ବାନୀଙ୍କ ଗ୍ରୁପ ଉପରେ ୟେସ୍‌ ବ୍ୟାଙ୍କର ମୋଟ୍‌ ୧୨ ହଜାର କୋଟି ଟଙ୍କାର ଋଣ ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟ ୧୬ରୁ ୧୦୦୦ଟଙ୍କାର ସିଲିଣ୍ଡର ହୋଇଯିବ ୨୯୦୦! ତୁରନ୍ତ କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ, ୯।୮: ଯଦି ଆପଣଙ୍କର ଏଲପିଜି (LPG) ଗ୍ୟାସ ସଂଯୋଗ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୬ ଅଗଷ୍ଟ ସୁଦ୍ଧା ଇ-କେୱାଇସି…

Add-On Credit Card କ’ଣ? କିଏ କରିପାରିବେ ଏହାର ବ୍ୟବହାର, ଜାଣନ୍ତୁ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ, ୭।୮: ଆଜିକାଲି ପରିବାରର ବିଭିନ୍ନ ଖର୍ଚ୍ଚ ଯେପରିକି ଘରୋଇ ବିଲ୍, ଶପିଂ, ଭ୍ରମଣ ଏବଂ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ଆଦି ଏକାଠି ପରିଚାଳନା କରିବା କଷ୍ଟକର…

କ’ଣ ସାଧାରଣ ଲୋକ UPI ଟ୍ରାଞ୍ଜାକ୍ସନବେଳେ ଦେବେ ଏକ୍ସଟ୍ରା ଚାର୍ଜ? ଅର୍ଥମନ୍ତ୍ରୀ କଲେ ଖୁଲାସା

ନୂଆଦିଲ୍ଲୀ, ୭।୮: ଯଦି ଆପଣ ବି ନିତିଦିନ ଛୋଟ-ବଡ଼ କାମ ପାଇଁ UPI ବ୍ୟବହାର କରୁଛନ୍ତି ଏବଂ ମନରେ ଟ୍ରାଞ୍ଜାକ୍ସନ୍ ଚାର୍ଜ ଲାଗିବାର ଭୟ ଥିଲା, ତେବେ…

ଆସନ୍ତାକାଲିଠୁ Flipkart Freedom Sale ଆରମ୍ଭ: ଜାଣନ୍ତୁ ୫ ଧମାକାଦାର ଡିସ୍‌କାଉଣ୍ଟ, କରନ୍ତୁ ନାହିଁ ମିସ୍‌

ନୂଆଦିଲ୍ଲୀ, ୭।୮: Flipkart Freedom Sale ୨୦୨୬ ଆସନ୍ତାକାଲି ଅର୍ଥାତ୍‌ ୮ ଅଗଷ୍ଟରୁ ଆରମ୍ଭ ହେଉଛି। ଯଦି ଆପଣ ଏହି ସେଲ୍‌ରେ ନୂଆ ଫୋନ କିଣିବାକୁ ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri