ରାଗିଗଲେ ପଡ଼ୋଶୀ, ବ୍ଲେଡ୍‌ରେ କଲେ ଆକ୍ରମଣ, ଆଉ ତା’ ପରେ…

ହିଞ୍ଜିଳିକାଟୁ,୧୫ା୧୧(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା କୋଳିଦାସପୁର ଗ୍ରାମରେ ୨ ପଡ଼ୋଶୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଜଣେ ଅନ୍ୟ ଜଣଙ୍କୁ ବ୍ଲେଡରେ ଆକ୍ରମଣ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଚିନ୍ତାମଣି ନାହାକ (୪୫)। ତେବେ ଆକ୍ରମଣରେ ଗୁରୁତର ହୋଇଛନ୍ତି ଭିକାରୀ ସାମଲ (୪୭)। ଶୁକ୍ରବାର ରାତିରେ ଦୁଇ ପଡ଼ୋଶୀଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ ପାଟିତୁଣ୍ଡ ଓ ଗଣ୍ଡଗୋଳ ଘଟିଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଚିନ୍ତାମଣି ବ୍ଲେଡରେ ଭିକାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପୋଲିସ ୯୬୫/୨୫ରେ ମାମଲା ରୁଜୁ କରି ଶନିବାର ଚିନ୍ତାମଣିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Dharitri – Odisha’s No.1 Trusted Odia Daily

Share