ବିଭିନ୍ନ ଦାବି ନେଇ ଆନ୍ଦୋଳନ ପାଇଁ ଅଙ୍ଗନଓ୍ବାଡ଼ି କର୍ମଚାରୀ ସଂଘର ସଜବାଜ

ଦାରିଙ୍ଗବାଡ଼ି,୨୫ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ସଭାଗୃହରେ ଅଙ୍ଗନଓ୍ବାଡ଼ି କର୍ମଚାରୀ ସଂଘର ଜିଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତୀୟ ମଜଦୂର ସଂଘ ସହ ଅନୁବନ୍ଧିତ ଅଲ ଓଡ଼ଶା ଅଙ୍ଗନଓ୍ବାଡ଼ି ଲେଡିଜ୍‌ ଓ୍ବାର୍କର୍ସ ଆସୋସିଏଶନର ରାଜ୍ୟ ସଭାନେତ୍ରୀ ସୁମିତା ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସମ୍ପାଦିକା କୁଞଲତା ଦାସଙ୍କ ସହ ଭାରତୀୟ ମଜଦୂର ସଂଘର ଜିଲା ସଭାପତି ଅଶୋକ ପରିଡ଼ା, ଅଙ୍ଗନଓ୍ବାଡ଼ି ଜିଲା ସଭାନେତ୍ରୀ ଶର୍ମିଷ୍ଠା ନାୟକ ଓ ସମ୍ପାଦିକା ସାରଦା ପରିଚ୍ଛା, ଦାରିଙ୍ଗବାଡ଼ି ବ୍ଲକ ସଭାନେତ୍ରୀ ରଶ୍ମି ନାୟକ, ଜିଲା କୋଷାଧ୍ୟକ୍ଷ କୁନି ସାହୁ ପ୍ରମୁଖ ମଞ୍ଚାସୀନ ହୋଇ ବିଭିନ୍ନ ସମସ୍ୟା ଓ ତାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ।

ବୈଠକରେ ବିଭିନ୍ନ ଦାବି ଓ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଶେଷ କରି ଜିଲାରେ ଅଧିକାଂଶ ପଞ୍ଚାୟତରେ ନେଟ୍‌ଓ୍ବର୍କ ବ୍ୟବସ୍ଥା ନ ଥିବାରୁ ଫେସ୍‌ କ୍ୟାପଚର ପାଇଁ ନେଟ୍‌ ବ୍ୟବସ୍ଥା କରିବା, ସମସ୍ତଙ୍କୁ ଉଚ୍ଚକ୍ଷମତା ସମ୍ପର୍ଣ୍ଣ ମୋବାଇଲ ପ୍ରଦାନ ପାଇଁ ଦାବି କରାଯାଇଛି। ସ୍ଥାୟୀ ଚାକିରି ନ ହେବା ପର୍ଯ୍ୟନ୍ତ ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ୨୩ହଜାର ଓ ସହାୟିକାକୁ ୧୫ହଜାର ଟଙ୍କା ଦରମା ପ୍ରଦାନ, ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ପୋଷଣ ଯୋଜନାରେ ସିଝା ଅଣ୍ଡା ଦେବା ପାଇଁ ଆବଶ୍ୟକ ଖର୍ଚ୍ଚ ବ୍ୟବସ୍ଥା,
ଅନ୍ୟ କର୍ମଚାରୀଙ୍କ ଭଳି ଅଙ୍ଗନଓ୍ବାଡ଼ି କର୍ମୀ ଓ ସହାୟିକା କାର୍ଯ୍ୟ ସମୟରେ ମୃତ୍ୟୁବରଣ କଲେ ତାଙ୍କ ପରିବାରର ଜଣଙ୍କୁ ନିଯୁକ୍ତି ଓ ଷାଠିଏ ବର୍ଷ ପରେ ଦୁଇ ବର୍ଷ ଚାକିରି ବୃଦ୍ଧି ସିଧାସଳଖ ଦେବାକୁ ନିର୍ଦ୍ଦେଶ ଦିଆଯିବା, ହିତାଧିକାରୀଙ୍କୁ ଦିଆଯାଉଥିବା ଅତି ନିମ୍ନମାନର ଛତୁଆ ବଦଳରେ ବିକଳ୍ପ ବ୍ୟବସ୍ଥା କରାଯିବା ଆବଶ୍ୟକ ବୋଲି ବୈଠକରେ କୁହାଯାଇଥିଲା।

ଦୀର୍ଘବର୍ଷ ଧରି ପଡ଼ିରହିଥିବା ଅଙ୍ଗନଓ୍ବାଡ଼ି ଗୃହ ନିର୍ମାଣ ତୁରନ୍ତ ଶେଷ କରିବାକୁ ପଦକ୍ଷେପ ନିଆଯାଉ। କାରଣ କୋଠା ନ ଥିବାରୁ ବହୁ ହଇରାଣ ଭୋଗୁଥିବା କୁହାଯାଇଛି। ନୂତନ ଶିକ୍ଷା ନୀତି ଅନୁସାରେ ଯୋଗ୍ୟତା ଓ ଦକ୍ଷତା ଭିତିରେ ପଦନ୍ନୋତି କରାଯାଉ ବୋଲି କୁହାଯିବା ସହ ଗତ ନିର୍ବାଚନରେ ଘୋଷଣା ହୋଇଥିବା ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ୩ହଜାର ଓ ସହାୟିକାଙ୍କୁ ମାସିକ ୧୫୦୦ଟଙ୍କା ପ୍ରଦାନ କରାଯାଉ ବୋଲି ରାଜ୍ୟ ସାଧାରଣ ସମ୍ପାଦିକା ସୂଚନା ଦେଇଥିଲେ। ଜାତିସଂଘର ନିଷ୍ପତ୍ତି ଅନୁସାରେ ନିରନ୍ତର ବିକାଶ ଲକ୍ଷ୍ୟ ଭିତ୍ତିରେ ୨୦୩୦ ସୁଦ୍ଧା କୁପୋଷଣ ମୁକ୍ତ ପଞ୍ଚାୟତ ପାଇଁ ଅଙ୍ଗନଓ୍ବାଡ଼ିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅଶୋକ ପରିଡ଼ା ସୂଚନା ଦେଇ ଉପସ୍ଥିତ ଅଙ୍ଗନଓ୍ବାଡ଼ି କର୍ମୀ ଓ ସହାୟିକାଙ୍କୁ ଉତ୍ସାହିତ କରିଥିଲେ।
ଜିଲାସ୍ତରୀୟ ବୈଠକରେ ପ୍ରତି ବ୍ଲକର ସେକ୍ଟର ସ୍ତରରୁ କର୍ମୀ ଓ ସହାୟିକାମାନେ ଯୋଗଦେଇ ଥିଲେ। ଉପରୋକ୍ତ ଦାବି ପୂରଣ ନ ହେଲେ କର୍ମୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?