ବିଭିନ୍ନ ଦାବି ନେଇ ଆନ୍ଦୋଳନ ପାଇଁ ଅଙ୍ଗନଓ୍ବାଡ଼ି କର୍ମଚାରୀ ସଂଘର ସଜବାଜ

ଦାରିଙ୍ଗବାଡ଼ି,୨୫ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ସଭାଗୃହରେ ଅଙ୍ଗନଓ୍ବାଡ଼ି କର୍ମଚାରୀ ସଂଘର ଜିଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତୀୟ ମଜଦୂର ସଂଘ ସହ ଅନୁବନ୍ଧିତ ଅଲ ଓଡ଼ଶା ଅଙ୍ଗନଓ୍ବାଡ଼ି ଲେଡିଜ୍‌ ଓ୍ବାର୍କର୍ସ ଆସୋସିଏଶନର ରାଜ୍ୟ ସଭାନେତ୍ରୀ ସୁମିତା ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସମ୍ପାଦିକା କୁଞଲତା ଦାସଙ୍କ ସହ ଭାରତୀୟ ମଜଦୂର ସଂଘର ଜିଲା ସଭାପତି ଅଶୋକ ପରିଡ଼ା, ଅଙ୍ଗନଓ୍ବାଡ଼ି ଜିଲା ସଭାନେତ୍ରୀ ଶର୍ମିଷ୍ଠା ନାୟକ ଓ ସମ୍ପାଦିକା ସାରଦା ପରିଚ୍ଛା, ଦାରିଙ୍ଗବାଡ଼ି ବ୍ଲକ ସଭାନେତ୍ରୀ ରଶ୍ମି ନାୟକ, ଜିଲା କୋଷାଧ୍ୟକ୍ଷ କୁନି ସାହୁ ପ୍ରମୁଖ ମଞ୍ଚାସୀନ ହୋଇ ବିଭିନ୍ନ ସମସ୍ୟା ଓ ତାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ।

ବୈଠକରେ ବିଭିନ୍ନ ଦାବି ଓ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଶେଷ କରି ଜିଲାରେ ଅଧିକାଂଶ ପଞ୍ଚାୟତରେ ନେଟ୍‌ଓ୍ବର୍କ ବ୍ୟବସ୍ଥା ନ ଥିବାରୁ ଫେସ୍‌ କ୍ୟାପଚର ପାଇଁ ନେଟ୍‌ ବ୍ୟବସ୍ଥା କରିବା, ସମସ୍ତଙ୍କୁ ଉଚ୍ଚକ୍ଷମତା ସମ୍ପର୍ଣ୍ଣ ମୋବାଇଲ ପ୍ରଦାନ ପାଇଁ ଦାବି କରାଯାଇଛି। ସ୍ଥାୟୀ ଚାକିରି ନ ହେବା ପର୍ଯ୍ୟନ୍ତ ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ୨୩ହଜାର ଓ ସହାୟିକାକୁ ୧୫ହଜାର ଟଙ୍କା ଦରମା ପ୍ରଦାନ, ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ପୋଷଣ ଯୋଜନାରେ ସିଝା ଅଣ୍ଡା ଦେବା ପାଇଁ ଆବଶ୍ୟକ ଖର୍ଚ୍ଚ ବ୍ୟବସ୍ଥା,
ଅନ୍ୟ କର୍ମଚାରୀଙ୍କ ଭଳି ଅଙ୍ଗନଓ୍ବାଡ଼ି କର୍ମୀ ଓ ସହାୟିକା କାର୍ଯ୍ୟ ସମୟରେ ମୃତ୍ୟୁବରଣ କଲେ ତାଙ୍କ ପରିବାରର ଜଣଙ୍କୁ ନିଯୁକ୍ତି ଓ ଷାଠିଏ ବର୍ଷ ପରେ ଦୁଇ ବର୍ଷ ଚାକିରି ବୃଦ୍ଧି ସିଧାସଳଖ ଦେବାକୁ ନିର୍ଦ୍ଦେଶ ଦିଆଯିବା, ହିତାଧିକାରୀଙ୍କୁ ଦିଆଯାଉଥିବା ଅତି ନିମ୍ନମାନର ଛତୁଆ ବଦଳରେ ବିକଳ୍ପ ବ୍ୟବସ୍ଥା କରାଯିବା ଆବଶ୍ୟକ ବୋଲି ବୈଠକରେ କୁହାଯାଇଥିଲା।

ଦୀର୍ଘବର୍ଷ ଧରି ପଡ଼ିରହିଥିବା ଅଙ୍ଗନଓ୍ବାଡ଼ି ଗୃହ ନିର୍ମାଣ ତୁରନ୍ତ ଶେଷ କରିବାକୁ ପଦକ୍ଷେପ ନିଆଯାଉ। କାରଣ କୋଠା ନ ଥିବାରୁ ବହୁ ହଇରାଣ ଭୋଗୁଥିବା କୁହାଯାଇଛି। ନୂତନ ଶିକ୍ଷା ନୀତି ଅନୁସାରେ ଯୋଗ୍ୟତା ଓ ଦକ୍ଷତା ଭିତିରେ ପଦନ୍ନୋତି କରାଯାଉ ବୋଲି କୁହାଯିବା ସହ ଗତ ନିର୍ବାଚନରେ ଘୋଷଣା ହୋଇଥିବା ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ୩ହଜାର ଓ ସହାୟିକାଙ୍କୁ ମାସିକ ୧୫୦୦ଟଙ୍କା ପ୍ରଦାନ କରାଯାଉ ବୋଲି ରାଜ୍ୟ ସାଧାରଣ ସମ୍ପାଦିକା ସୂଚନା ଦେଇଥିଲେ। ଜାତିସଂଘର ନିଷ୍ପତ୍ତି ଅନୁସାରେ ନିରନ୍ତର ବିକାଶ ଲକ୍ଷ୍ୟ ଭିତ୍ତିରେ ୨୦୩୦ ସୁଦ୍ଧା କୁପୋଷଣ ମୁକ୍ତ ପଞ୍ଚାୟତ ପାଇଁ ଅଙ୍ଗନଓ୍ବାଡ଼ିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅଶୋକ ପରିଡ଼ା ସୂଚନା ଦେଇ ଉପସ୍ଥିତ ଅଙ୍ଗନଓ୍ବାଡ଼ି କର୍ମୀ ଓ ସହାୟିକାଙ୍କୁ ଉତ୍ସାହିତ କରିଥିଲେ।
ଜିଲାସ୍ତରୀୟ ବୈଠକରେ ପ୍ରତି ବ୍ଲକର ସେକ୍ଟର ସ୍ତରରୁ କର୍ମୀ ଓ ସହାୟିକାମାନେ ଯୋଗଦେଇ ଥିଲେ। ଉପରୋକ୍ତ ଦାବି ପୂରଣ ନ ହେଲେ କର୍ମୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri