ପାଟଣା,୨୦।୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ବାଲି ବନ୍ଧ ଅଙ୍ଗନ ୱାଡି କେନ୍ଦ୍ରକୁ ଶୁକ୍ରବାର ପୂର୍ବାହ୍ନରେ ମାଜିଷ୍ଟ୍ରେଟ ଲୀଳା ବତୀ ନାୟକଙ୍କ ଉପସ୍ଥିତିରେ ଗେଟର ତାଲା ଭାଙ୍ଗି ଅଙ୍ଗନୱାଡ଼ି କେନ୍ଦ୍ରକୁ ପ୍ରଶାସନ ଖୋଲିଛି। ବାଲି ବନ୍ଧ ଗ୍ରାମର ଯୁବତୀ କିମ୍ବା ମହିଳା ଗାଁ ଅଙ୍ଗନୱାଡ଼ି କେନ୍ଦ୍ର କର୍ମୀ ରହିବା ଦାବିରେ ଦେଢ଼ବର୍ଷ ଧରି ପାଟଣା ବ୍ଲକ ବାଲିବନ୍ଧ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଥିଲେ ଗ୍ରାମବାସୀ । ଗ୍ରାମର ଆଶାୟୀକୁ ନିଯୁକ୍ତି ନ ଦେଇ ଅନ୍ୟ ଗାଁର ଜଣେ ଆଶାୟୀକୁ ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି ପାଇଥିବାରୁ ପ୍ରତିବାଦ କରି ଅଙ୍ଗନୱାଡ଼ି କେନ୍ଦ୍ରକୁ ଚାବି ପକାଇ ରଖି ଥିଲେ ଗ୍ରାମବାସୀ । ଉତ୍ତେଜନାକୁ ଆଖି ଆଗରେ ରଖି ଗ୍ରାମରେ ଏକ ପ୍ଲାଟୁନ ପୋଲିସ ଫୋର୍ସସହ ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟ, ଘଟଗାଁ ଏସଡିପିଓ ବିଜୟ କୃଷ୍ଣ ମହାପାତ୍ର, ସିଡିଭିପିଓ କଳ୍ପନା ଦୋରା ଓ ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡ଼ ପ୍ରମୁଖ ଉପସ୍ଥିତିରେ ଅଙ୍ଗନୱାଡ଼ି ଖୋଲିଛି।


