Posted inଜାତୀୟ

୨୦୨୯ରେ ମହାକାଶ ଯାତ୍ରା କରିବେ ଭାରତୀୟ ଯୁବତୀ ଜାହ୍ନବୀ

ନୂଆଦିଲ୍ଲୀ,୨୩।୬: ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାର ପାଲାକୋଲ୍ଲୁରୁ ଜଣେ ୨୩ ବର୍ଷୀୟା ଯୁବତୀ ଡାଙ୍ଗେଟି ଜାହ୍ନବୀ ୨୦୨୯ ମସିହାରେ ମହାକାଶ ଯାତ୍ରା କରି ଇତିହାସ ରଚିବାକୁ ଯାଉଛନ୍ତି। ନାସାର ପ୍ରତିଷ୍ଠିତ ଇଣ୍ଟରନାସନାଲ ଏୟାର ଆଣ୍ଡ ସ୍ପେସ ପ୍ରୋଗ୍ରାମ (ଆଇଏସପି) ସଫଳତାପୂର୍ବକ ସମାପ୍ତ କରିଥିବା ପ୍ରଥମ ଭାରତୀୟ ଭାବେ ଜାହ୍ନବୀ ଗୌରବ ଅର୍ଜନ କରିଛନ୍ତି। ସେ ଆମେରିକା ଆଧାରିତ ଟାଇଟାନ୍ସ ଅର୍ବିଟାଲ ପୋର୍ଟ ସ୍ପେସ ଷ୍ଟେସନକୁ ଯାତ୍ରା କରିବେ, ଯାହା ଆଗାମୀ ଚାରି ବର୍ଷ ମଧ୍ୟରେ ଉଦ୍‌ଘାଟିତ ହେବ।

ଜାହ୍ନବୀଙ୍କ ମହାକାଶ ଯାତ୍ରାର ସ୍ୱପ୍ନ ପାଲାକୋଲ୍ଲୁରେ ଆରମ୍ଭ ହୋଇଥିଲା, ଯେଉଁଠି ସେ ରାତ୍ରି ଆକାଶରେ ତାରାମାନଙ୍କୁ ଦେଖି ନିଜ ଭବିଷ୍ୟତ କଳ୍ପନା କରୁଥିଲେ। ପଞ୍ଜାବର ଲଭ୍‌ଲି ପ୍ରଫେସନାଲ ୟୁନିଭର୍ସିଟିରୁ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ ଇଂଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଜାହ୍ନବୀ ଏକ ଉଜ୍ଜ୍ୱଳ ଛାତ୍ରୀ ଥିଲେ। ତାଙ୍କ ବାପା ଶ୍ରୀନିବାସ ଓ ମାଆ ପଦ୍ମଶ୍ରୀ ବର୍ତ୍ତମାନ କୁଏତରେ କାର୍ଯ୍ୟରତ। ନିଜର ଅଦମ୍ୟ ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ଜାହ୍ନବୀ ମହାକାଶ ବିଜ୍ଞାନ କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି।

ଜାହ୍ନବୀ ଜଣେ ଉତ୍ସାହୀ ଷ୍ଟେମ (ସାଇନ୍ସ, ଟେକ୍ନୋଲୋଜି, ଇଂଜିନିୟରିଂ ଆଣ୍ଡ ମ୍ୟାଥେମାଟିକ୍ସ) ପ୍ରଚାରକ। ସେ ଇସରୋର ଶିକ୍ଷା କାର୍ଯ୍ୟକ୍ରମରେ ବକ୍ତବ୍ୟ ଦେଇଛନ୍ତି ଏବଂ ଦେଶର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏନଆଇଟି) ଭଳି ପ୍ରମୁଖ ଅନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଛନ। ଏହା ବ୍ୟତୀତ, ସେ ଆନାଲଗ ମିଶନ, ଗଭୀର ସମୁଦ୍ର ଡାଇଭିଂ, ଏବଂ ଗ୍ରହ ବିଜ୍ଞାନ ଓ ଦୀର୍ଘମିଆଦୀ ମହାକାଶ ଯାତ୍ରାର ସ୍ଥିରତା ସମ୍ବନ୍ଧୀୟ ବିଶ୍ୱ ସମ୍ମେଳନରେ ନିୟମିତ ଅଂଶଗ୍ରହଣ କରନ୍ତି। ତାଙ୍କ ଏହି ପ୍ରୟାସା ଭାରତରେ ମହାକାଶ ଶିକ୍ଷା ଓ ଗବେଷଣାକୁ ପ୍ରୋତ୍ସାହନ ଦେଉଛି।

୨୦୨୯ରେ ହେବାକୁ ଥିବା ଟାଇଟାନ୍ସ ସ୍ପେସ ଅର୍ବିଟାଲ ଫ୍ଲାଇଟ ଏକ ପାଞ୍ଚ ଘଣ୍ଟାର ମିଶନ, ଯାହା ବୈଜ୍ଞାନିକ ଗବେଷଣା ଓ ମାନବ ମହାକାଶ ଯାତ୍ରାର ଅଗ୍ରଗତି ପାଇଁ ଏକ ଅନନ୍ୟ ପ୍ଲାଟଫର୍ମ ପ୍ରଦାନ କରିବ। ଜାହ୍ନବୀ ଏହି ମିଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ଏବଂ ମାନବଜାତିର ଆନ୍ତଃଗ୍ରହ ଭବିଷ୍ୟତ ଗଠନରେ ଯୋଗଦାନ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଏ କି ସଙ୍କେତ! ରାତାରାତି ରକ୍ତ ପରି ନାଲି ହୋଇଗଲା ସମୁଦ୍ର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭ା୧୨: ଇରାନର ହରମୁଜ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଅଦ୍ଭୁତ ଏବଂ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ପ୍ରବଳ ବର୍ଷା ପରେ ଦ୍ୱୀପର ବେଳାଭୂମି...

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Shubman Gill: ଟିମ୍ ଇଣ୍ଡିଆର ବଡ଼ ନିଷ୍ପତ୍ତି, ପ୍ଲେଇଂ ଇଲେଭେନରୁ ବିଦା ହେଲେ ଶୁଭମନ ଗିଲ୍

ନୂଆଦିଲ୍ଲୀ,୧୭ା୧୨: ଭାରତୀୟ କ୍ରିକେଟ୍ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟି-୨୦ ପାଇଁ ଶୁଭମନ ଗିଲଙ୍କୁ ପ୍ଲେଇଂ ଇଲେଭେନରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri