ପଟ୍ଟାଙ୍ଗି,୨୯।୧(ଶରତ କୁମାର ଧଳ): ଓଡ଼ିଶାର ସୀମାନ୍ତ ଗ୍ରାମରେ ପଡୋଶୀ ଆନ୍ଧ୍ର ଅନୁପ୍ରବେଶ କରି ଲୋକଙ୍କୁ ପ୍ରଲୋଭିତ କରୁଥିଲେ ମଧ୍ୟ ଏହାର ପ୍ରଭାବ ଓଡିଶା ଉପରେ ପଡୁନାହିଁ । ଏହିପରି ଦୃଶ୍ୟ ପୁଣି କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକ ଅଧିନରେ ରହିଥିବା କୋଟିଆ ପଞ୍ଚାୟତର ଉପର ସେମ୍ବି ଗ୍ରାମ, ଗଞ୍ଜେଇ ପଦର ପ୍ରମୁଖ ଅଞ୍ଚଳରେ ଦେଖିବାକୁ ମିଳିଛି ।
ସୂଚନା ମୁତାବକ, ଗୁରୁବାର ଆନ୍ଧ୍ର ରାଜ୍ୟର କିଛି ସରକାରୀ ଅଧିକାରୀ ଉକ୍ତ ସୀମାନ୍ତ ଗ୍ରାମଗୁଡିକରେ ପହଞ୍ଚି ନିଜ ରାଜ୍ୟର ରାସନ କାର୍ଡ ଆଧାର କାର୍ଡକୁ ଆଧାରିତ କରି ପ୍ରଦାନ କରୁଥିବା ବେଳେ ଓଡ଼ିଶାର କୋଟିଆ ପଞ୍ଚାୟତ ସଦର ମହକୁମାରେ ରହିଥିବା ପୋଲିସ ଖବର ପାଇ ପହଞ୍ଚି ଆନ୍ଧ୍ର ରାଜ୍ୟର ଅଧିକାରୀଙ୍କୁ ବାରଣ କରି ଫେରିଯିବା ପାଇଁ କହିଥିଲେ। କିନ୍ତୁ ଏହି ସମୟରେ ଉପସ୍ଥିତ ଗ୍ରାମବାସୀ ଉକ୍ତ ପୋଲିସମାନଙ୍କୁ କାହିଁକି ତୁମେ ମନା କରୁଛ ପ୍ରଶ୍ନ କରି ଆମେ ଆନ୍ଧ୍ର ସହ ରହିଛୁ ଆନ୍ଧ୍ର ରାଜ୍ୟ ପକ୍ଷରୁ ଆମକୁ ରାସନ କାର୍ଡ ପ୍ରଦାନ କରାଗଲେ କିଛି ଅସୁବିଧା ନାହିଁ ବୋଲି ଉତ୍ତର ରଖିଥିଲେ । ଗ୍ରାମବାସୀଙ୍କ ଏହିପରି ପ୍ରତିକ୍ରିୟା ଦେଖି ଉକ୍ତ ସ୍ଥାନରୁ ପୋଲିସ ଫେରି ଆସିଥିଲେ ।
ଆନ୍ଧ୍ରର ଏହିପରି ବାରମ୍ବାର ଅନୁପ୍ରବେଶ ରାଜ୍ୟ ସରକାରଙ୍କ ଉପରେ କୈଣସି ଫରକ ପଡି ନ ଥିବା ବେଳେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, କୋଟିଆବାସୀ ଆମ ସହିତ ଅଛନ୍ତି ଆମ ସହ ରହିବେ । ସେମାନେ ଡରାଇ ଧମକାଇ ଆମ ଲୋକଙ୍କୁ ନେଇ ପାରିବେ ନାହିଁ। କୋଟିଆର ସମ୍ପୂର୍ଣ୍ଣ ଅଞ୍ଚଳ ଆମ ସହ ରହିବ। ସେହିଭଳି ଏହାର ପ୍ରଭାବ ଉକ୍ତ ରାଜ୍ୟ ଉପରେ କୈଣସି ପ୍ରଭାବ ପକାଇବ ନାହିଁ ବୋଲି ଉପର ସେମ୍ବି ଗ୍ରାମବାସୀ କହିଛନ୍ତି । ସେପଟେ ରାଜସ୍ବ ମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ କୋଟିଆକୁ ଦୁଇ ଦୁଇଥର ଗସ୍ତ କରିଥିବା ସହ ଯୋଗାଣ ମନ୍ତ୍ରୀ ଥରେ ଗସ୍ତ କରିଥିଲେ ମଧ୍ୟ ପଞ୍ଚାୟତବାସୀଙ୍କ ଉପରେ କୈଣସି ଫରକ ପଡି ନ ଥିବା ସହ ଅନୁପ୍ରବେଶକାରୀ ଆନ୍ଧ୍ର ରାଜ୍ୟ ଉପରେ ମଧ୍ୟ କିଛି ପ୍ରଭାବ ପଡିନାହିଁ।
କାରଣ ଗତ ୨୪ତାରିଖ ଦିନ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ କୋଟିଆ ପଞ୍ଚାୟତ ଗସ୍ତ କରି ଫେରିବାର ଗୋଟିଏ ଦିନ ପରେ ଅର୍ଥାତ ମଙ୍ଗଳବାର ଆନ୍ଧ୍ର ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ଜନସେନା ଦଳର କର୍ମକର୍ତ୍ତା ଓ କର୍ମୀ ଅନୁପ୍ରବେଶ କରି ଓଡ଼ିଶା ସରକାର ଏବଂ ବ୍ଲକ ପ୍ରଶାସନକୁ ଏକ ପ୍ରକାର ଖୋଲା ଚ୍ୟାଲେଞ୍ଜ ଦେଇଥିବା ପରି ହୋଇଥିବା ଚର୍ଚ୍ଚା ହେଉଛି।
Dharitri – Odisha’s No.1 Odia Daily