କୋଟିଆ ସରକାରୀ ଜମିରେ ପ୍ରକଳ୍ପ କରି ଲାଭ ଉଠାଉଛି ଆନ୍ଧ୍ର

ପଟ୍ଟାଙ୍ଗି,୭ା୪(ଶରତ କୁମାର ଧଳ): ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଗ୍ରାମଗୁଡ଼ିକରେ ରହିଥିବା ସରକାରୀ ଜମିର ସୁରକ୍ଷା ରାଜସ୍ବ ବିଭାଗର ଦାୟିତ୍ୱ। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ସରକାରୀ ଜମିରେ ଆନ୍ଧ୍ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକରି ସୀମାନ୍ତବାସୀଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରୁଥିବା ଅଭିଯୋଗ ହେଉଛି। ଏହିସବୁ ଗ୍ରାମରେ ସେମାନେ ଉନ୍ନୟନ କାମ କରିବାକୁ କିଭଳି, କାହାଠାରୁ ଅନୁମତି ପାଉଛନ୍ତି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ସୁପ୍ରିମକୋର୍ଟ ୨ ରାଜ୍ୟକୁ ସ୍ଥିତାବସ୍ଥା ଜାରିକରିବା ସହ ପାର୍ଲାମେଣ୍ଟାରି କମିଟି ଦ୍ୱାରା ସୀମା ବିବାଦ ସମାଧାନ କରିବା ନେଇ ନିର୍ଦ୍ଦେଶ ଦେଇଥିବାବେଳେ ତାହା କାର୍ଯ୍ୟକାରୀ ହେଉ ନାହିଁ। ଏହାର ସୁଯୋଗ ନେଇ ପଡ଼ୋଶୀ ଆନ୍ଧ୍ର ଓଡ଼ିଶାର ସୀମାନ୍ତ ଗ୍ରାମରେ ନିୟମିତ ଅନୁପ୍ରବେଶ କରୁଥିବା ଅଭିଯୋଗ ହୋଇଛି।
କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମଗୁଡ଼ିକରେ ଅନେକ ସରକାରୀ ଜମି ରହିଛି। ସେଠାରେ ପଡ଼ୋଶୀ ଆନ୍ଧ୍ରର ସରକାରୀ କର୍ମଚାରୀ, ଅଧିକାରୀ ନିୟମିତ ଅନୁପ୍ରବେଶକରି ଉକ୍ତ ଜମିଗୁଡ଼ିକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରୁଛନ୍ତି। ଓଡ଼ିଶା ରାଜସ୍ବ ବିଭାଗ ଏ ଦିଗରେ କୌଣସି ପଦକ୍ଷେପ ନ ନେବାରୁ କୋଟିଆ ପଞ୍ଚାୟତ ତାଡ଼ିବାଲସା, ଧୂଳିପଦର ଓ ଅନ୍ୟ ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରାଯାଇଛି। ତାଡ଼ିବାଲସାରେ ଆନ୍ଧ୍ର ସରକାରୀ ଜମି ଚିହ୍ନଟ କରି ସେଠାରେ ସ୍ଥାୟୀ ବିଦ୍ୟାଳୟ ସ୍ଥାପନ ସହ ପିଲାଙ୍କୁ ଶିକ୍ଷାଦାନ କରୁଛି। ଏପରିକି ଆନ୍ଧ୍ର ସରକାର ଧୂଳିପଦର ଗ୍ରାମରେ ୨୦ ହଜାର ବିଶିଷ୍ଟ ପାଣିଟାଙ୍କି ନିର୍ମାଣ କାର୍ଯ୍ୟ ସାରିଛି। ଓଡ଼ିଶାର ରାଜସ୍ବ ବିଭାଗର ଏଭଳି ନୀରବତା ପାଇଁ ଜିଲା ଏବଂ ବ୍ଲକ୍‌ ପ୍ରଶାସନର ଚିନ୍ତା ବଢ଼ିଛି।
ପଟ୍ଟାଙ୍ଗି ତହସିଲରେ ୫ଟି ଆର୍‌ଆଇ ସର୍କଲ ରହିଛି। ୩ଟି ସର୍କଲରେ ସ୍ଥାୟୀ ରାଜସ୍ବ ନିରୀକ୍ଷକ ଅଛନ୍ତି। କୋଟିଆ ପଞ୍ଚାୟତ ବା ସର୍କଲ ପାଇଁ କେହି ସ୍ଥାୟୀ ରାଜସ୍ବ ନିରୀକ୍ଷକ ନ ଥିବାବେଳେ ଜଣେ ମାତ୍ର ଏଆର୍‌ଆଇ କାର୍ଯ୍ୟରତ ଅଛନ୍ତି। ପଟ୍ଟାଙ୍ଗି ସର୍କଲ ରାଜସ୍ବ ନିରୀକ୍ଷକ କୋଟିଆ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ଜଣାପଡ଼ିଛି। ସେହିପରି କୋଟିଆ ପଞ୍ଚାୟତକୁ ନେଇ ଲାଗି ରହିଥିବା ବିବାଦ ତଦାରଖ କରିବା ପାଇଁ ଜଣେ ସ୍ଥାୟୀ ରାଜସ୍ବ ନିରୀକ୍ଷକ, ରାଜସ୍ବ ବିଭାଗରୁ ଜଣେ ପ୍ରଶାସନିକ ସ୍ତରର ଅଧିକାରୀଙ୍କୁ ଉକ୍ତ ପଞ୍ଚାୟତ ପାଇଁ ସ୍ବତନ୍ତ୍ର ଦାୟିତ୍ୱ ଦେବା ଆବଶ୍ୟକ। ନ ହେଲେ ଏହିପରି ବିବାଦ ଲାଗି ରହିବ। ଏପରିକି ସମାଧାନର ବାଟ ବାହାରିବା ପରିବର୍ତ୍ତେ ପଡ଼ୋଶୀ ଆନ୍ଧ୍ର ତା’ର ଲକ୍ଷ୍ୟ ଜାରି ରଖିବ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ଜିଲା ପରିଷଦ ସଭ୍ୟା ଟିକାଇ ଗେମେଲ କହିଛନ୍ତି। ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆଙ୍କୁ ପଚାରିବାରୁ କୋଟିଆ ପଞ୍ଚାୟତର ବିବାଦୀୟ ୨୧ ଖଣ୍ଡ ଗ୍ରାମରେ ରହିଥିବା ସରକାରୀ ଜମିର କୌଣସି ଖାତା ବା ପ୍ଲଟ୍‌ ନମ୍ବର ନାହିଁ। ତେଣୁ ସରକାରୀ ସ୍ତରରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ହେଉନାହିଁ। ଉପରିସ୍ଥ ଅଧିକାରୀଙ୍କଠାରୁ ଯେପରି ନିର୍ଦ୍ଦେଶ ଆସୁଛି ସେହିପରି ପଦକ୍ଷେପ ଗ୍ରହଣ କରିବାକୁ ପଡୁଛି ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବହେଳିତ ସାମାଜିକ ସୁରକ୍ଷା ଅଧିକାରୀ: ପୁନର୍ଗଠନ, ପଦୋନ୍ନତି ମିଳିବାରେ ବିଳମ୍ବ

ଭବାନୀପାଟଣା,୫ା୨(ଉତ୍ତମ କୁମାର ଦାଶ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନହିତକର ଯୋଜନାର ସଫଳ ରୂପାୟନ ନିମନ୍ତେ ଗତ କିଛିବର୍ଷ ହେଲା ସମସ୍ତ ବିଭାଗକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ…

ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ଭବାନୀପାଟଣା, ୫ା୨(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ପରମାନନ୍ଦପୁରସ୍ଥିତ ରେଡ୍‌କ୍ରସ ଅନ୍ଧ, ମୂକ, ବଧିର ବିଦ୍ୟାଳୟର ଜଣେ କର୍ମଚାରୀଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆସିଥିଲା। ଏ…

ଯଖପୁରା ଷ୍ଟେଶନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ, ମୃତାହତ…

ଯାଜପୁର,୫।୨: ଯାଜପୁର ରୋଡ୍ ଷ୍ଟେଶନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ । ଯଖପୁରା ଷ୍ଟେଶନ ନିକଟରେ ଟ୍ରାକରୁ ଖସିଛି ୩ଟି ବଗି । ଆରମ୍ଭରୁ ଦୁଇଟି…

ଜଙ୍ଗଲ କିସମ ଜମି ଧାନ ଫସଲ ଜବତ ଘଟଣା: ନିଲାମ ବିରୋଧରେ ହାଇକୋର୍ଟଙ୍କ ରୋକ

ମହାକାଳପଡ଼ା,୫ା୨ (ପ୍ରତାପ ଚନ୍ଦ୍ର ସ୍ବାଇଁ)::କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ମୌଜା ୨୪ ଏକର ଗ୍ରାମ୍ୟ ଜଙ୍ଗଲ ଜମିରେ ସ୍ଥାନୀୟ ଅଞ୍ଚଳର ୨୦ରୁ ଅଧିକ ଚାଷୀ ଭାଗ…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୫।୨: ୧୯ ବର୍ଷରୁ କମ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ୨୦୬ ଷ୍ଟ୍ରାଇକ ରେଟ ସହିତ ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଓପନର୍‌ ଆରୋନ ଜର୍ଜ…

ମିଳିନି ୪ମାସର ଭତ୍ତା, ଜିଲାପାଳଙ୍କୁ ଭେଟିଲେ ବୃଦ୍ଧାବୃଦ୍ଧ

ନୟାଗଡ଼,୫।୨(ଲୋକନାଥ ମିଶ୍ର): ୪ମାସ ଧରି ଭତ୍ତା ନ ପାଇବାରୁ ନୟାଗଡ଼ ବ୍ଲକ ବାଲୁଗଁା ଓ ଲାଠିପଡା ଗ୍ରାମର ବୃଦ୍ଧାବୃଦ୍ଧ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ।…

ରାଜସ୍ବ ବିଭାଗର ବଡ଼ ନିଷ୍ପତ୍ତି, ଏଣିକି ଓଡ଼ିଆ ନାମ ଅନୁସାରେ ଲେଖାଯିବ ଜିଲାର ଇଂରାଜୀ ନାମ

ଭୁବନେଶ୍ବର,୫।୨: ରାଜ୍ୟର ୭ଟି ଜିଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି ।…

୬.୬.୬.୬.୬.୬.୬…ମାତ୍ର ୨୦ ବଲ୍‌ରେ ଚମତ୍କାର କଲେ ଇଶାନ

ନୂଆଦିଲ୍ଲୀ,୫।୨: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗତ ୪ ଫେବୃଆରୀ ରାତିରେ ଟି-୨୦ ବିଶ୍ୱକପ ଅଭ୍ୟାସ ମ୍ୟାଚରେ ଟିମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri