Posted inଖେଳ

ଆଣ୍ଡରସନଙ୍କୁ ‘ସାର୍‌’ ଉପାଧି: ଅବସର ପରେ ମିଳିଲା ‘ନାଇଟହୁଡ୍‌’ ଟ୍ୟାଗ

ଲଣ୍ଡନ,୨୮ା୧୦- ଇଂଲଣ୍ଡର ଅବସରପ୍ରାପ୍ତ ପେସର ଜେମ୍ସ ଆଣ୍ଡରସନଙ୍କୁ ମଙ୍ଗଳବାର ନାଇଟ୍‌ହୁଡ୍‌ ସମ୍ମାନରେ ସମ୍ମାନିତ କରାଯାଇଛି। ଓ୍ବିଣ୍ଡସର କାସେଲଠାରେ ଆୟୋଜିତ ସମାରୋହରେ ପ୍ରିନ୍ସେସ୍‌ ରୟାଲ ଆନୁଷ୍ଠାନିକ ଭାବେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି। କ୍ରିକେଟ୍‌ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ଉପାଧି ଦିଆଯାଇଛି। ସାର ଜେମ୍ସ ୨୦୦୨ରେ ଲଙ୍କାଶାୟାର ପାଇଁ ଫାଷ୍ଟ କ୍ଲାସ୍‌ କ୍ରିକେଟ୍‌ ଓ ଇଂଲଣ୍ଡ ଲାଗି ଇଣ୍ଟରନ୍ୟାଶନାଲ ପଦାର୍ପଣ କରିଥିଲେ। ଏହାର ପରବର୍ଷ ସେ ୨୦୦୩ ମେ’ରେ ପ୍ରଥମ ଟେଷ୍ଟ ଖେଳିଥିଲେ। ତାଙ୍କ ନାମରେ ଇଂଲଣ୍ଡ ପାଇଁ ଟେଷ୍ଟ କ୍ରିକେଟରେ ସର୍ବାଧିକ ଓ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପେସର ଭାବେ ସର୍ବାଧିକ ସଂଖ୍ୟକ ଉଇକେଟ ନେବାର ରେକର୍ଡ ରହିଛି। ୪୩ ବର୍ଷୀୟ ପେସର ତାଙ୍କର ୨୨ ବଷର୍ର ଲମ୍ବା ଇଣ୍ଟରନ୍ୟାଶନାଲ କ୍ୟାରିୟରରେ ୧୮୮ ଟେଷ୍ଟରେ ୭୦୪ ଉଇକେଟ ନେଇଥିଲେ। ଟେଷ୍ଟ କ୍ରିକେଟ୍‌ରେ ତାଙ୍କଠାରୁ କେବଳ ଶ୍ରୀଲଙ୍କାର ସ୍ପିନର ମୁଥିଆ ମୁରଲିଧରନ(୮୦୦) ଓ ଅଷ୍ଟ୍ରେଲିଆର ସ୍ବର୍ଗତ ଶେନ୍‌ ଓ୍ବର୍ନ (୭୦୮) ଅଧିକ ଉଇକେଟ ନେଇଛନ୍ତି। ୨୦୨୪ରେ ଇଣ୍ଟରନ୍ୟାଶନାଲ କ୍ରିକେଟ୍‌ରୁ ଅବସର ନେବା ପରେ ମଧ୍ୟ ଆଣ୍ଡରସନ ତାଙ୍କ ପିଲାଦିନର କ୍ଲବ ଲଙ୍କାଶାୟାର ପାଇଁ ଖେଳିବା ଜାରି ରଖିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସୋରେନ ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟଙ୍କ ଝଟକା, JSSC-CGL ସମେତ ୨୨ଟି ରଦ୍ଦ ପରୀକ୍ଷା ଉପରେ…

ରାଞ୍ଚି, ୨୦।୮: ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାରଙ୍କୁ ବଡ଼ ଝଟକା ଲାଗିଛି । JSSC-CGL ସମେତ ୨୨ଟି ନିଯୁକ୍ତି ପରୀକ୍ଷା ରଦ୍ଦ କରିବା ନେଇ ସରକାର ନେଇଥିବା…

ବନ୍ଧ୍ୟାକରଣ ସତ୍ତ୍ୱେ କେମିତି ହେଲି ୬ଟି ଛୁଆର ବାପା? କୁକୁର ବେଶରେ ଆସି ଜନଶୁଣାଣିରେ ଏମିତି ପଚାରିଲେ…

ଭୋପାଳ,୨୦।୮: ମଧ୍ୟପ୍ରଦେଶର ଖଣ୍ଡୱାରେ ଜନଶୁଣାଣି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁକୁରର ମୁଖା ଓ ପୋଷାକ ପିନ୍ଧି ‘କୁକୁର’ ହୋଇ କଲେକ୍ଟର…

କାର୍ଯ୍ୟକାରୀ ହେଲା ନିର୍ଦ୍ଦେଶ: ଆର୍ଯ୍ୟପଲ୍ଲୀ ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ପଥର ପ୍ୟାକିଂ କାର୍ଯ୍ୟ

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଦିନକୁ ଦିନ ବଙ୍ଗୋପସାଗର ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ କୂଳ ଲଙ୍ଘି ଚାଲିଛି। ଏନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁ ବିପଦରେ ଥିବାବେଳେ ଲୋକେ…

ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ, ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଯାଇ…

ରାଜନଗର,୨୦।୮: ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଦେଲା ସାପ । ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ବେଳେ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି ।…

ସୁପ୍ରିମକୋର୍ଟରୁ ଆସିଲା ସାଂଘାତିକ ତଥ୍ୟ: ମୁଖ୍ୟମନ୍ତ୍ରୀ ବିଜୟ ଥଲାପତିଙ୍କ ନାଁରେ ଏତେ ଆପରାଧିକ ମାମଲା, ଶୀର୍ଷରେ…

ନୂଆଦିଲ୍ଲୀ, ୨୦।୮: ନେତାମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ବହୁ ସମୟ ଧରି ଖୋଜାଖୋଜି ପରେ ବି…

ପଟ୍ଟାମୁଣ୍ଡାଇ,୨୦ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତ ନାହିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବନ୍ୟାପାଣିର ପ୍ରବଳ ସ୍ରୋତରେ ଭାସିଯାଇ…

୨୦ରୁ ୨୨ଅଗଷ୍ଟ ଯାଏ ସବୁ ସ୍କୁଲ-କଲେଜ ବନ୍ଦ; ରାଜ୍ୟପାଳ ଜାରି କଲେ ନିର୍ଦ୍ଦେଶ, ଜାଣନ୍ତୁ କାହିଁକି…

୨୦ ରୁ ୨୨ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ, ଯାହାକୁ ନେଇ ଶିକ୍ଷା ବିଭାଗ ପକ୍ଷରୁ ଆନୁଷ୍ଠାନିକ ନିର୍ଦ୍ଦେଶ ଜାରି କରାଯାଇଛି। ଶିକ୍ଷା ବିଭାଗ…

ଶନିଙ୍କ ଚଳନରେ ମାଲାମାଲ ହେବେ ୪ ରାଶି: ଅଚାନକ ବଦଳିଯିବ ଭାଗ୍ୟ, ହେବ ଧନବର୍ଷା

ବୈଦିକ ଜ୍ୟୋତିଷରେ ଶନିଦେବଙ୍କ ଚଳନ ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ମହତ୍ତ୍ୱ ଦିଆଯାଏ। ଶନି ରାଶି କିମ୍ବା ନକ୍ଷତ୍ର ପରିବର୍ତ୍ତନ କଲେ ଏହାର ପ୍ରଭାବ ସମସ୍ତ ୧୨ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri