ପୁଣି ସମୁଦ୍ର ଆଁରେ ଲୀନ ହେଲେ ପୋଡମପେଟା ଗ୍ରାମର ଆଉ ୩ ଘର

ଗଞ୍ଜାମ,୧୬।୮(ଡି.ଏନ୍‌.ଏ.): ପୁଣି ସମୁଦ୍ରର ଆଁରେ ଲୀନ ହୋଇଛି ପୋଡମପେଟା ଗ୍ରାମର ଆଉ ୩ ଘର। ଲଘୁଚାପ ଯୋଗୁ ସମୁଦ୍ରରେ ଉଚ୍ଚ ଜୁଆର ଉଠୁଥିବାରୁ ଘରଗୁଡ଼ିକ ସମୁଦ୍ରଗର୍ଭକୁ ଚାଲିଯାଇଛି। ଫଳରେ ଘର ନ ପାଇ ଉକ୍ତ ଗ୍ରାମରେ ରହୁଥିବା ଲୋକେ ଆତଙ୍କିତ ହୋଇପଡିଛନ୍ତି l

ନିକଟରେ ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷା ସାଙ୍ଗକୁ ରାତ୍ର ସମୟରେ ଆଶାନ୍ତ ସମୁଦ୍ରର ଭୟଙ୍କର ଗର୍ଜନ ର
କାହାଣୀ ଘର ନପାଇ ଉକ୍ତ ଗ୍ରାମରେ ରହିଯାଇଥିବା ୬୫ବର୍ଷୀୟ ବୃଦ୍ଧା ସି.ଏଚ୍‌. ନାର୍ଶା ଗଣ ମାଧ୍ୟମ ସମ୍ମୁଖରେ ବଖାଣିଛନ୍ତି l ଏବେ ମଧ୍ୟ ସି.ଏଚ୍‌ ନାର୍ଶା, ଜେ. ଶୁକାନ୍ତି, ଜେ. ଟିଟୁ, ସି ଏଚ୍‌. ବୁଲଡୁ, ଜେ. ଶିବାନନ୍ଦ ପ୍ରମୁଖ ୬ପରିବାର କୁ ପ୍ରଶାସନ ପକ୍ଷରୁ ଓଡ଼ିଆରପି ଗୃହ ମିଳିନଥିବାରୁ ଉକ୍ତ ଗ୍ରାମରେ ଆତଙ୍କିତ ଭାବରେ ପଡିରହିଛନ୍ତି l ସେଥି ମଧ୍ୟରୁ ସି ଏଚ୍‌. ବୁଲଡୁ ନିଜ ଘରଟି ସମୁଦ୍ରରେ ମିଶିଗଲା ପରେ ନିଜ ସମ୍ପର୍କୀୟ ଘରକୁ ଚାଲିଯିବାକୁ ବାଧ୍ୟ ହୋଇଥିବା ବେଳେ ଜେ. ଶିବାନନ୍ଦ ପରିବାର ପରିବାର ଭୟଭୀତ ହୋଇ ଅନ୍ୟତ୍ର ଚାଲିଯିବାକୁ ବାଧ୍ୟ ହୋଇଛନ୍ତି l

ଅନ୍ୟପଟେ ପୂର୍ବରୁ ଓଡ଼ିଆରପି ଗୃହ ମିଳିଥିଲେ ମଧ୍ୟ ପରିବାରରେ ସଦସ୍ୟ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ସି ଏଚ. ପୋଟଡୁ, ବି. ବାବାଜୀ ଙ୍କ ପରିବାର ଉକ୍ତ ଗ୍ରାମରେ ଆତଙ୍କିତ ଅବସ୍ଥାରେ ରହିବାକୁ ବାଧ୍ୟ ହେଉଛନ୍ତି l ସମ୍ପ୍ରତି ଉକ୍ତ ଗ୍ରାମର ସମୁଦାୟ ୮ପରିବାର ଘର ପାଇ ନ ଥିବା ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ୨୦୦୪ମସିହାରେ ସମୁଦ୍ର କୂଳ ଲଙ୍ଘିବାକାରଣରୁ ଉକ୍ତ ଗ୍ରାମର ୧୧୦ ପରିବାରକୁରାମଗଡ଼ ପଞ୍ଚାୟତ ର ଡୁମୁନାଗିରି ପାଦଦେଶ ପାଲୁର ସାହେବ କେନାଲ ପାର୍ଶ୍ୱରେ ଥଇଥାନ କରାଯାଇଥିଲା। ୨୦୧୮ ମସିହାରେ ମୟୂରପଦା ଗ୍ରାମ ନିକଟସ୍ଥ ସାହେବ କେନାଲ ପାର୍ଶ୍ୱରେ ପ୍ରାୟ ୪୦୦ ପରିବାରକୁ ଓଡିଆର୍‌ପି ଗୃହ ପ୍ରଦାନକ ରାଯାଇ ଜିଲା ପ୍ରଶାସନ ପକ୍ଷରରୁ ଥଇଥାନ କରାଯାଇଥିଲା l ସମ୍ପ୍ରତି ଉକ୍ତ ଗ୍ରାମରେ ରହିଯାଇଥିବା ପରିବାରଙ୍କୁ ଥଇଥାନ କରିବାକୁ ଦାବିହେଉଛି l

 


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

୫୩ନଂ ରାଜ୍ୟ ରାଜପଥରେ ଗୋଟିଏ ପରେ ଗୋଟିଏ ହାଇଓ୍ବାକୁ ମାଡ଼ି ବସିଲା ପୋଲିସ 

ବନ୍ତ,୧୨।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ପୋଲିସ ପକ୍ଷରୁ ବେଆଇନ ବାଲି ଚାଲାଣ କରୁଥିବା ୯ଟି ହାଇଓ୍ବା ଜବତ ହୋଇଛି। ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥରେ…

ଯୁବକଙ୍କୁ ଧକ୍କାଦେଇ ଫେରାର ମାରିଲେ ହାଇଓ୍ବା ଚାଳକ, ଘଟଣାସ୍ଥଳରେ ପଡ଼ିରହିଛି ମୃତଦେହ

ବାଲେଶ୍ୱର,୧୨ା୪(ବାଞ୍ଛାନିଧି ଦେ): ଏଆର୍‌ଏସ୍‌ଏସ୍‌ କମ୍ପାନୀର ହାଇଓ୍ବା ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲା ବସ୍ତା ଥାନା ଅମର୍ଦ୍ଦାରୋଡ୍‌ ରେଳ ଷ୍ଟେଶନ ପରିସରରେ ମୋରମ ବୋଝେଇ ହାଇଓ୍ବା…

କେନ୍ଦ୍ରାପଡ଼ା ଜିଲାର ଏହି ବ୍ଲକରେ ବିଜେଡିରୁ ସମସ୍ତେ ଦେଇଦେଲେ ଇସ୍ତଫା

ପାଟକୁରା,୧୨ା୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସମର୍ଥିତ ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅନୁଗତମାନେ ବିଜେଡିରୁ ସମୂହ ଇସ୍ତଫା…

ଜିଲାପାଳଙ୍କ ତଦାରଖ ପରେ ଫେରିଘାଟ ବନ୍ଦ ନିର୍ଦ୍ଦେଶ, ଡଙ୍ଗା ଇଞ୍ଜିନ ଚାବି ଜବତ କରି…

ମହାକାଳପଡ଼ା,୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ-ମୂଷଡିଆ ମହାନଦୀ ଫେରିଘାଟରେ ଲାଇଫ ଜ୍ୟାକେଟ, ସିସିଟିଭି ଆଦି ବ୍ୟବାହର ହେଉ ନ ଥିବା…

ଚର୍ଚ୍ଚ କବାଟ ଭାଙ୍ଗି ବୁଲାଇଲେ କଳାକନା : ଥାନାରେ…

ଦାରିଙ୍ଗବାଡି, ୧୨।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିଆଙ୍ଗବାଲି ଚର୍ଚ୍ଚ ଗୃହର ମୁଖ୍ୟ କବାଟକୁ ତଡାଯାଇ ବହୁ ସାଉଣ୍ଡ ସିଷ୍ଟମର ଯନ୍ତ୍ରପାତି ଚୋରି ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri