କଣାସରୁ ମିଳିଲା ପ୍ରାଚୀନ ହାତୀ ମୂର୍ତ୍ତି

ଭୁବନେଶ୍ୱର(ବ୍ୟୁରୋ)/କଣାସ,୧୬।୫(ସ୍ବ.ପ୍ର.): ପୁରୀ ଜିଲା କଣାସ ବ୍ଲକ ଅନ୍ତର୍ଗତ ଗଡ଼ବଳଭଦ୍ରପୁର ଗ୍ରାମରୁ ମିଳିଛି ଏକ ପ୍ରାଚୀନ ହାତୀ ମୂର୍ତ୍ତି। ଐତିହ୍ୟ ଗବେଷଣା ସଂସ୍ଥା ଇଣ୍ଡିଆନ ନ୍ୟାଶନାଲ ଟ୍ରଷ୍ଟ ଫର୍‌ ଆର୍ଟ ଆଣ୍ଡ କଲଚରାଲ ହେରିଟେଜ (ଇନ୍‌ଟାକ)ର ପ୍ରତ୍ନତାତ୍ତ୍ୱିକ-ଐତିହ୍ୟ ସନ୍ଧାନକାରୀ ଦଳ ଏହି ପୁରାତନ ହାତୀ ମୂର୍ତ୍ତିକୁ ସନ୍ଧାନ କରିଛନ୍ତି। ଇନ୍‌ଟାକ ଓଡ଼ିଶା ଶାଖାର ଆବାହକ ଅମିୟ ଭୂଷଣ ତ୍ରିପାଠୀଙ୍କ ନେତୃତ୍ୱରେ ଏହି ଅନୁସନ୍ଧାନକାରୀ ଦଳରେ ଅନିଲ ଧୀର, ସଞ୍ଜୀବ ହୋତା, ଦୀପକ କୁମାର ନାୟକ ଓ ଡ. ବିଶ୍ୱଜିତ ମହାନ୍ତି ପ୍ରମୁଖ ସାମିଲ ଥିଲେ।
ଏ ସମ୍ପର୍କରେ ଐତିହାସିକ ଅନିଲ ଧୀର କହିଛନ୍ତି, ଗୋଟିଏ ମାତ୍ର ପଥର ଖଣ୍ଡକୁ କଟାଯାଇ ଏପରି ହାତୀର ମୂର୍ତ୍ତି ଗଠନ ଅତି ବିରଳ ଓ ଏହା ବୌଦ୍ଧ ଧର୍ମ ସହ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି। ଓଡ଼ିଶାରେ ଯାଜପୁରର କାଇମା, କେନ୍ଦୁଝରର ସିତାବିଞ୍ଜି ତଥା ଭୁବନେଶ୍ବରର ଧଉଳି ଆଦି ସ୍ଥାନରେ ଏପରି ହାତୀ ମୂର୍ତ୍ତି ଦେଖାଯାଏ। ଏହି ସ୍ଥାନଟିରେ ହାତୀ ମୂର୍ତ୍ତି ବ୍ୟତୀତ ପ୍ରାଚୀନ ପ୍ରସ୍ତର ଖମ୍ବ, ଅନେକ ପୁରାତନ ପ୍ରସ୍ତର ଖଣ୍ଡ ପଡ଼ିଛି। ଏହା ସୂଚାଉଛି ଏହି ସ୍ଥାନର ମାଟି ତଳେ ଅନେକ କୀର୍ତ୍ତିରାଜି ପୋତି ରହିଛି। ପ୍ରାଥମିକ ଭାବେ ଏହି ହାତୀ ମୂର୍ତ୍ତିର ଗଠନ ପ୍ରାୟ ୨୨୦୦/୨୩୦୦ ବର୍ଷ ତଳର ଅର୍ଥାତ ମୌର୍ଯ୍ୟ ଶାସନ ସମୟର ହୋଇପାରେ ବୋଲି ଧୀର କହିଛନ୍ତି। ଇନ୍‌ଟାକ ସଦସ୍ୟ ଦୀପକ କୁମାର ନାୟକଙ୍କ ମତରେ ହାତୀ ବୁଦ୍ଧଙ୍କ ପ୍ରମୁଖ ସଙ୍କେତ। ବୌଦ୍ଧପୁରାଣ ଓ ବୌଦ୍ଧଜାତକ କଥା ଅନୁସାରେ ବୁଦ୍ଧଙ୍କ ପୂର୍ବବର୍ତ୍ତୀ ଜନ୍ମ ସବୁରେ ଏକାଧିକଥର ହାତୀ ରୂପେ ଜନ୍ମ କରିଛନ୍ତି। ତେଣୁ ବୌଦ୍ଧଧର୍ମରେ ହାତୀକୁ ପବିତ୍ର ମାନନ୍ତି। ଦୟାନଦୀର ଅବବାହିକାରେ ପୂର୍ବରୁ ଅନେକ ବୌଦ୍ଧ କୀର୍ତ୍ତିରାଜିର ସନ୍ଧାନ ମିଳିିଛି। ଏପରିକି ଗଡ଼ବଳଭଦ୍ରପୁର ଗ୍ରାମର ଆଖପାଖ ଅଞ୍ଚଳରେ ମଧ୍ୟ ଅନେକ ବୌଦ୍ଧ ମୂର୍ତ୍ତି, ମାନସିକ ସ୍ତୁପ ସବୁ ବିକ୍ଷିପ୍ତ ଭାବେ ଦେଖିବାକୁ ମିଳେ। ଗଡ଼ବଳଭଦ୍ରପୁର ଗଡଟି ଖୋର୍ଦ୍ଧାର ଭୋଇବଂଶୀୟ ରାଜାମାନଙ୍କ ଦ୍ୱାରା ସ୍ଥାପିତ ହୋଇଥିଲେ ମଧ୍ୟ ଏଠାରେ ଏହି ହାତୀ ମୂର୍ତ୍ତି ଓ ବୌଦ୍ଧ ପ୍ରତ୍ନତାତ୍ତ୍ୱିକ ଅବଶେଷ ବହୁ ପୂର୍ବକାଳରୁ ଉପସ୍ଥିତ ରହିଆସିଛି ବୋଲି ଅନୁମାନ। ସ୍ଥାନଟିର ପ୍ରତ୍ନତାତ୍ତ୍ୱିକ ଖନନ କରାଗଲେ ଅନେକ ଲୁକ୍କାୟିତ କୀର୍ତ୍ତିରାଜି ପଦାକୁ ଆସିବ। ଇନ୍‌ଟାକ ଆବାହକ ଅମିୟ ଭୂଷଣ ତ୍ରିପାଠୀ କୁହନ୍ତି, ଏହି ସ୍ଥାନରେ ସନ୍ଧାନ ହୋଇଥିବା ହାତୀ ମୂର୍ତ୍ତି ସମ୍ପର୍କରେ ତଥ୍ୟ କୋଣସି ଐତିହାସିକ ଦସ୍ତାବିଜରୁ ମିଳିନି। ତେଣୁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଏହାର ପ୍ରକୃତ ଇତିହାସ ଓ ଠିକ୍‌ ଗଠନ ସମୟ ନିର୍ଦ୍ଧାରଣ ପାଇଁ ବିଶେଷଜ୍ଞ ଦଳକୁ ଏଠାକୁ ପଠାଇବା ଆବଶ୍ୟକ। ଏହାବ୍ୟତୀତ ଏଠାରେ ଏକ ସଂଗ୍ରହାଳୟ ନିର୍ମାଣ କରି ହାତୀ ମୂର୍ତ୍ତି, ଏହି ପୁରାତନ ଖମ୍ବ ତଥା ଆଖପାଖ ଅଞ୍ଚଳରୁ ମିଳୁଥିବା ଅନ୍ୟ ପ୍ରତ୍ନତାତ୍ତ୍ୱିକ ଅବଶେଷ ସବୁକୁ ଏକତ୍ର ରଖିବା ଉଚିତ। ଏ ସମ୍ପର୍କରେ ଖୁବ୍‌ଶୀଘ୍ର ଇନ୍‌ଟାକ ତରଫରୁ ସରକାରଙ୍କୁ ଅବଗତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଚିଲିକାରେ ଅଘଟଣ, ବୁଲିବାକୁ ଯାଇଥିବା ବେଳେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ଖୋର୍ଦ୍ଧା,୨୧।୧୨: ସାତପଡ଼ା ବୁଲିବାକୁ ଯାଇ ଚିଲିକାରେ ବୁଡ଼ିଗଲେ ପର୍ଯ୍ୟଟକ । ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଯାଇଥିଲେ । ତେବେ ଏହି ଅଘଟଣରେ ପର୍ଯ୍ୟଟକଙ୍କ...

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ଶୁକ୍ରବାର ଜଣେ ଯୁବକଙ୍କର ମୃତଦେହ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri