କଣାସରୁ ମିଳିଲା ପ୍ରାଚୀନ ହାତୀ ମୂର୍ତ୍ତି

ଭୁବନେଶ୍ୱର(ବ୍ୟୁରୋ)/କଣାସ,୧୬।୫(ସ୍ବ.ପ୍ର.): ପୁରୀ ଜିଲା କଣାସ ବ୍ଲକ ଅନ୍ତର୍ଗତ ଗଡ଼ବଳଭଦ୍ରପୁର ଗ୍ରାମରୁ ମିଳିଛି ଏକ ପ୍ରାଚୀନ ହାତୀ ମୂର୍ତ୍ତି। ଐତିହ୍ୟ ଗବେଷଣା ସଂସ୍ଥା ଇଣ୍ଡିଆନ ନ୍ୟାଶନାଲ ଟ୍ରଷ୍ଟ ଫର୍‌ ଆର୍ଟ ଆଣ୍ଡ କଲଚରାଲ ହେରିଟେଜ (ଇନ୍‌ଟାକ)ର ପ୍ରତ୍ନତାତ୍ତ୍ୱିକ-ଐତିହ୍ୟ ସନ୍ଧାନକାରୀ ଦଳ ଏହି ପୁରାତନ ହାତୀ ମୂର୍ତ୍ତିକୁ ସନ୍ଧାନ କରିଛନ୍ତି। ଇନ୍‌ଟାକ ଓଡ଼ିଶା ଶାଖାର ଆବାହକ ଅମିୟ ଭୂଷଣ ତ୍ରିପାଠୀଙ୍କ ନେତୃତ୍ୱରେ ଏହି ଅନୁସନ୍ଧାନକାରୀ ଦଳରେ ଅନିଲ ଧୀର, ସଞ୍ଜୀବ ହୋତା, ଦୀପକ କୁମାର ନାୟକ ଓ ଡ. ବିଶ୍ୱଜିତ ମହାନ୍ତି ପ୍ରମୁଖ ସାମିଲ ଥିଲେ।
ଏ ସମ୍ପର୍କରେ ଐତିହାସିକ ଅନିଲ ଧୀର କହିଛନ୍ତି, ଗୋଟିଏ ମାତ୍ର ପଥର ଖଣ୍ଡକୁ କଟାଯାଇ ଏପରି ହାତୀର ମୂର୍ତ୍ତି ଗଠନ ଅତି ବିରଳ ଓ ଏହା ବୌଦ୍ଧ ଧର୍ମ ସହ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି। ଓଡ଼ିଶାରେ ଯାଜପୁରର କାଇମା, କେନ୍ଦୁଝରର ସିତାବିଞ୍ଜି ତଥା ଭୁବନେଶ୍ବରର ଧଉଳି ଆଦି ସ୍ଥାନରେ ଏପରି ହାତୀ ମୂର୍ତ୍ତି ଦେଖାଯାଏ। ଏହି ସ୍ଥାନଟିରେ ହାତୀ ମୂର୍ତ୍ତି ବ୍ୟତୀତ ପ୍ରାଚୀନ ପ୍ରସ୍ତର ଖମ୍ବ, ଅନେକ ପୁରାତନ ପ୍ରସ୍ତର ଖଣ୍ଡ ପଡ଼ିଛି। ଏହା ସୂଚାଉଛି ଏହି ସ୍ଥାନର ମାଟି ତଳେ ଅନେକ କୀର୍ତ୍ତିରାଜି ପୋତି ରହିଛି। ପ୍ରାଥମିକ ଭାବେ ଏହି ହାତୀ ମୂର୍ତ୍ତିର ଗଠନ ପ୍ରାୟ ୨୨୦୦/୨୩୦୦ ବର୍ଷ ତଳର ଅର୍ଥାତ ମୌର୍ଯ୍ୟ ଶାସନ ସମୟର ହୋଇପାରେ ବୋଲି ଧୀର କହିଛନ୍ତି। ଇନ୍‌ଟାକ ସଦସ୍ୟ ଦୀପକ କୁମାର ନାୟକଙ୍କ ମତରେ ହାତୀ ବୁଦ୍ଧଙ୍କ ପ୍ରମୁଖ ସଙ୍କେତ। ବୌଦ୍ଧପୁରାଣ ଓ ବୌଦ୍ଧଜାତକ କଥା ଅନୁସାରେ ବୁଦ୍ଧଙ୍କ ପୂର୍ବବର୍ତ୍ତୀ ଜନ୍ମ ସବୁରେ ଏକାଧିକଥର ହାତୀ ରୂପେ ଜନ୍ମ କରିଛନ୍ତି। ତେଣୁ ବୌଦ୍ଧଧର୍ମରେ ହାତୀକୁ ପବିତ୍ର ମାନନ୍ତି। ଦୟାନଦୀର ଅବବାହିକାରେ ପୂର୍ବରୁ ଅନେକ ବୌଦ୍ଧ କୀର୍ତ୍ତିରାଜିର ସନ୍ଧାନ ମିଳିିଛି। ଏପରିକି ଗଡ଼ବଳଭଦ୍ରପୁର ଗ୍ରାମର ଆଖପାଖ ଅଞ୍ଚଳରେ ମଧ୍ୟ ଅନେକ ବୌଦ୍ଧ ମୂର୍ତ୍ତି, ମାନସିକ ସ୍ତୁପ ସବୁ ବିକ୍ଷିପ୍ତ ଭାବେ ଦେଖିବାକୁ ମିଳେ। ଗଡ଼ବଳଭଦ୍ରପୁର ଗଡଟି ଖୋର୍ଦ୍ଧାର ଭୋଇବଂଶୀୟ ରାଜାମାନଙ୍କ ଦ୍ୱାରା ସ୍ଥାପିତ ହୋଇଥିଲେ ମଧ୍ୟ ଏଠାରେ ଏହି ହାତୀ ମୂର୍ତ୍ତି ଓ ବୌଦ୍ଧ ପ୍ରତ୍ନତାତ୍ତ୍ୱିକ ଅବଶେଷ ବହୁ ପୂର୍ବକାଳରୁ ଉପସ୍ଥିତ ରହିଆସିଛି ବୋଲି ଅନୁମାନ। ସ୍ଥାନଟିର ପ୍ରତ୍ନତାତ୍ତ୍ୱିକ ଖନନ କରାଗଲେ ଅନେକ ଲୁକ୍କାୟିତ କୀର୍ତ୍ତିରାଜି ପଦାକୁ ଆସିବ। ଇନ୍‌ଟାକ ଆବାହକ ଅମିୟ ଭୂଷଣ ତ୍ରିପାଠୀ କୁହନ୍ତି, ଏହି ସ୍ଥାନରେ ସନ୍ଧାନ ହୋଇଥିବା ହାତୀ ମୂର୍ତ୍ତି ସମ୍ପର୍କରେ ତଥ୍ୟ କୋଣସି ଐତିହାସିକ ଦସ୍ତାବିଜରୁ ମିଳିନି। ତେଣୁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଏହାର ପ୍ରକୃତ ଇତିହାସ ଓ ଠିକ୍‌ ଗଠନ ସମୟ ନିର୍ଦ୍ଧାରଣ ପାଇଁ ବିଶେଷଜ୍ଞ ଦଳକୁ ଏଠାକୁ ପଠାଇବା ଆବଶ୍ୟକ। ଏହାବ୍ୟତୀତ ଏଠାରେ ଏକ ସଂଗ୍ରହାଳୟ ନିର୍ମାଣ କରି ହାତୀ ମୂର୍ତ୍ତି, ଏହି ପୁରାତନ ଖମ୍ବ ତଥା ଆଖପାଖ ଅଞ୍ଚଳରୁ ମିଳୁଥିବା ଅନ୍ୟ ପ୍ରତ୍ନତାତ୍ତ୍ୱିକ ଅବଶେଷ ସବୁକୁ ଏକତ୍ର ରଖିବା ଉଚିତ। ଏ ସମ୍ପର୍କରେ ଖୁବ୍‌ଶୀଘ୍ର ଇନ୍‌ଟାକ ତରଫରୁ ସରକାରଙ୍କୁ ଅବଗତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ-ନେତାନ୍ୟାହୁଙ୍କ ବିରୋଧରେ ଯୁଦ୍ଧ ଘୋଷଣା କଲା ଆଉ ଏକ ଦଳ, ଥରିଲା ବିଶ୍ୱ!

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ୟେମେନର ଇରାନ-ସମର୍ଥିତ ହୁଥି ଗୋଷ୍ଠୀ; ଯାହା ଏପର୍ଯ୍ୟନ୍ତ ପ୍ରାୟତଃ ନୀରବ ରହିଥିଲା ସକ୍ରିୟ ଭାବରେ ସଂଘର୍ଷରେ ପ୍ରବେଶ କରିବାକୁ ପ୍ରସ୍ତୁତ…

ଯୁଦ୍ଧର ପ୍ରଭାବ: ବେଳକୁ ବେଳ ମହଙ୍ଗା ହେଉଛି ରାସ୍ତା କଡ଼ର ଖାଦ୍ୟ, ସାଧାରଣ ଜନତା ଚିନ୍ତାରେ

ନୂଆଦିଲ୍ଲଈ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଯୋଗୁ, ରାଜଧାନୀ ଦିଲ୍ଲୀ ଏବଂ ଏନସିଆରର ବାସିନ୍ଦାମାନେ ଗ୍ୟାସ ସିଲିଣ୍ଡର କିଣିବା ପାଇଁ ସଂଘର୍ଷ କରୁଛନ୍ତି; ଲୋକମାନେ ଲମ୍ବା ଧାଡ଼ିରେ ଠିଆ…

ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତିଙ୍କୁ ଭେଟିବା ପରେ…

ଭୁବନେଶ୍ୱର,୨୮ା୩: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ୨ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ନୂଆଦିଲ୍ଲୀରେ ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସେ ଯୋଗଦେବେ ବୋଲି ଜଣେ…

ଜଳସ୍ତର ନିମ୍ନଗାମୀ: ବଢ଼ିଲାଣି ତାତି,ସଙ୍କଟ ହେଲାଣି ପାନୀୟ ଜଳ

ମହାକାଳପଡ଼ା,୨୮ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦୀର୍ଘଦିନଧରି ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଅଞ୍ଚଳରେ ଜଳସ୍ତର ନିମ୍ନଗାମୀ ଯୋଗୁ ନଳକୂପରୁ ଅଧିକାଂଶ ସମୟରେ…

ଆମେରିକା-ଇରାନ ମଧ୍ୟରେ କେବେ ଶେଷ ହେବ ଯୁଦ୍ଧ? ସମୟସୀମା ସ୍ଥିର କଲେ ଟ୍ରମ୍ପ! ଏହି ଦିନ…

ଓ୍ବାଶିଂଟନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକା ପ୍ରଥମ ଥର ପାଇଁ ସ୍ପଷ୍ଟ ଭାବରେ ସୂଚିତ କରିଛି ଯେ ଇରାନ ବିରୁଦ୍ଧରେ ଏହାର ସାମରିକ ଅଭିଯାନ ଦୀର୍ଘ…

IPL 2026 ର ପ୍ରାରମ୍ଭିକ ମ୍ୟାଚରୁ ବାଦ ପଡ଼ିଲେ ଧୋନୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ନୂଆଦିଲ୍ଲୀ,୨୮।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ଆଜି ଅର୍ଥାତ୍‌ ଶନିବାର, ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ଶନିବାର RCB ଏବଂ…

ଏହି ଦିନଠୁ ଆରମ୍ଭ ଐତିହାସିକ ଚନ୍ଦନ ଯାତ୍ରା: ଉଠିଲା ଶୁଭଖୁଣ୍ଟ

ଗଞ୍ଜାମ,୨୮।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡର କରଣ ସାହି ସ୍ଥିତ ଶ୍ରୀ ଶ୍ରୀ ମଦନ ମୋହନ ଗୋପାଳ ସ୍ବାମୀଙ୍କ ପୀଠରେ ଚଳିତ ମାସ ୨୦ରୁ…

କାର ଉପରେ ପଡ଼ିଲା ଗଛ: ଆଉ ତା’ପରେ ଘଟିଲା…

ପାଟଣା,୨୮।୩(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ଗୁଳୁଦିପଶି ଗ୍ରାମର କ୍ଷେତ୍ରବାସୀ ବାରିକଙ୍କ ଘର ବାହାରେ ଥିବା ଏକ କୋଳି ଗଛ କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri