ଭୁବନେଶ୍ୱର,୨୩।୧୧: ଓଡ଼ିଶାର ଅନ୍ୟତମ ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣାରେ ଅନେକ କଥା ସାମ୍ନାକୁ ଆସୁଛି। ତାଙ୍କ ସହ କାମ କରିଥିବା କିଛି କଳାକାର ସାମ୍ନାକୁ ଆସି ମନ୍ତବ୍ୟ ରଖୁଛନ୍ତି। ଏହି କ୍ରମରେ ଆଙ୍କର ଲିଜାଙ୍କ ବୟାନ ବିବାଦ ଘେରକୁ ଆସିଥିଲା। ତାଙ୍କ ନାମରେ ବାଲେଶ୍ୱର ମେଲୋଡ଼ି ଆସୋସିଏଶନ ପକ୍ଷରୁ ଅଭିଯୋଗ କରାଯାଇଛି।
ଅପରପକ୍ଷେ ଲିଜା ଏକ ଭିଡିଓ ପୋଷ୍ଟ କରି ବାଲେଶ୍ୱରର କଳାକାରମାନଙ୍କୁ କ୍ଷମା ମାଗିଛନ୍ତି। ଯାହା ବି କହିଛି ସ୍ଲିପ ଅଫ ଟଙ୍ଗ। ତାଙ୍କ କଥା ଉଦ୍ଦେଶ୍ୟମୂଳକ ଭାବେ ନ ଥିଲା ବୋଲି ସେ କହିଛନ୍ତି। ଯଦି କାହାକୁ ବାଧିଛି ଦୁଃଖିତ ବୋଲି ସେ ଭିଡିଓରେ କହୁଥିବା ଦେଖାଯାଇଛି।
Dharitri – Odisha’s No.1 Odia Daily