ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଅଭିଯୋଗ ଆଣିଲେ ଓ୍ବାର୍ଡ ସଭ୍ୟାସଭ୍ୟ

ଦାରିଙ୍ଗବାଡ଼ି,୨୪ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରପଞ୍ଚ ଚନ୍ଦ୍ରିକା ମଲିକଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଭିଯୋଗ ଆଣିଛନ୍ତି ୧୬ ଜଣ ଓ୍ବାର୍ଡ ସଭ୍ୟାସଭ୍ୟ। ଶୁକ୍ରବାର ଏନେଇ ବାଲିଗୁଡ଼ା ଉପଜିଲାପାଳ ଡଃ ରୀନା ପ୍ରଧାନଙ୍କ ନିକଟରେ ଫେରାଦ ହୋଇ ଲିଖିତ ଭାବେ ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ଅଭିଯୋଗ ମୁତାବକ ସରପଞ୍ଚ କୁଆ ପଞ୍ଚାୟତରେ ନିଜର ମନମୁଖୀ ଶାସନ ଚଳାଇଛନ୍ତି। ଓ୍ବାର୍ଡମେମ୍ବରମାନଙ୍କ କଥାକୁ ଗୁରୁତ୍ୱ ଦେଉ ନାହାନ୍ତି। ଆଉ ଯାହା କାମ ପଞ୍ଚାୟତକୁ ଆସୁଛି ନିଜର ନିର୍ଦ୍ଦିଷ୍ଟ ଗୋଟିଏ ଠିକାଦାରଙ୍କୁ ହିଁ ସବୁ ଓ୍ବାର୍ଡର କାମ ଦେଉଛନ୍ତି। ପଞ୍ଚାୟତ ବୈଠକ ପ୍ରତ୍ୟେକ ମାସରେ ବସୁ ନ ଥିବା ବେଳେ ପଲ୍ଲୀସଭା ଓ ଗ୍ରାମସଭା ବୈଠକ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନ ଥିବା ଅଭିଯୋଗ ହୋଇଛି। ପଞ୍ଚାୟତର ଆୟବ୍ୟୟ ଉପସ୍ଥାପନ ନ କରି ନିଜ ମନ ମୁତାବକ ସରପଞ୍ଚ ମନଇଚ୍ଛା ଖର୍ଚ୍ଚ କରୁଥିବା ଓ୍ବାର୍ଡର ସଦସ୍ୟମାନେ ଅଭିଯୋଗ କରିଛନ୍ତି। ପଞ୍ଚାୟତର ମାର୍କେଟ କମ୍ପ୍ଲେକ୍ସ ଓ ବିଭିନ୍ନ ଗୃହକୁ କମ ମୂଲ୍ୟରେ ଭଡ଼ା ଲଗାଯାଇଥିବା ଦର୍ଶାଯାଉଥିବା ଓ ସରପଞ୍ଚ ଏହା ଚଞ୍ଚକତା କରୁଥିବା ଆଦି ଅଭିଯୋଗରେ ଦର୍ଶାଯାଇଛି। ଏଥିରେ ନାଏବ ସରପଞ୍ଚ ଦୀପକ ପ୍ରଧାନ, ଓ୍ବାର୍ଡମେମ୍ବର ରାସନ୍ତ ପ୍ରଧାନ, ବୁଲେଶ୍ୱର ମଲିକ, ସୁନନ୍ଦା ପ୍ରଧାନ,ଝିଲି ପ୍ରଧାନ, ନବିତା ପ୍ରଧାନ, କିଲି ପ୍ରଧାନ, ଅରୂପା ପ୍ରଧାନ, ପ୍ରଶାନ୍ତ ପ୍ରଧାନ, ବନିତା ପ୍ରଧାନ, ପ୍ରତିମା ପ୍ରଧାନ, ପୁଷ୍ପିତା ପଡ୍ରା, ଜନିତା ପ୍ରଧାନ ପ୍ରମୁଖ ୧୬ ଜଣ ଓ୍ବାର୍ଡ ସଭ୍ୟସଭ୍ୟା ଏହି ଅନାସ୍ଥା ପ୍ରସ୍ତାବ ନେଇ ଉପଜିଲାପାଳଙ୍କ ନିକଟରେ ଫେରାଦ ହୋଇଥିବା ବେଳେ ଦାରିଙ୍ଗବାଡ଼ି ପଞ୍ଚାୟତରେ ୨୨ଟି ଓ୍ବାର୍ଡ ରହିଛି।
ସୂଚନାଥାଉକି, ଏହା ପୂର୍ବରୁ ଗତ ୧୯ ତାରିଖରେ ଦାରିଙ୍ଗବାଡ଼ି ପଞ୍ଚାୟତର ସମସ୍ତ ଓ୍ବାର୍ଡ ସଭ୍ୟାସଭ୍ୟ ମିଶି ଏକ ବୈଠକ କରି ନିଷ୍ପତ୍ତି ନେଇଥିବାବେଳେ ଶୁକ୍ରବାର ଫେରାଦ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ଭବାନୀପାଟଣା, ୫ା୨(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ପରମାନନ୍ଦପୁରସ୍ଥିତ ରେଡ୍‌କ୍ରସ ଅନ୍ଧ, ମୂକ, ବଧିର ବିଦ୍ୟାଳୟର ଜଣେ କର୍ମଚାରୀଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆସିଥିଲା। ଏ…

ଯଖପୁରା ଷ୍ଟେଶନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ, ମୃତାହତ…

ଯାଜପୁର,୫।୨: ଯାଜପୁର ରୋଡ୍ ଷ୍ଟେଶନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ । ଯଖପୁରା ଷ୍ଟେଶନ ନିକଟରେ ଟ୍ରାକରୁ ଖସିଛି ୩ଟି ବଗି । ଆରମ୍ଭରୁ ଦୁଇଟି…

ଜଙ୍ଗଲ କିସମ ଜମି ଧାନ ଫସଲ ଜବତ ଘଟଣା: ନିଲାମ ବିରୋଧରେ ହାଇକୋର୍ଟଙ୍କ ରୋକ

ମହାକାଳପଡ଼ା,୫ା୨ (ପ୍ରତାପ ଚନ୍ଦ୍ର ସ୍ବାଇଁ)::କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ମୌଜା ୨୪ ଏକର ଗ୍ରାମ୍ୟ ଜଙ୍ଗଲ ଜମିରେ ସ୍ଥାନୀୟ ଅଞ୍ଚଳର ୨୦ରୁ ଅଧିକ ଚାଷୀ ଭାଗ…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୫।୨: ୧୯ ବର୍ଷରୁ କମ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ୨୦୬ ଷ୍ଟ୍ରାଇକ ରେଟ ସହିତ ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଓପନର୍‌ ଆରୋନ ଜର୍ଜ…

ମିଳିନି ୪ମାସର ଭତ୍ତା, ଜିଲାପାଳଙ୍କୁ ଭେଟିଲେ ବୃଦ୍ଧାବୃଦ୍ଧ

ନୟାଗଡ଼,୫।୨(ଲୋକନାଥ ମିଶ୍ର): ୪ମାସ ଧରି ଭତ୍ତା ନ ପାଇବାରୁ ନୟାଗଡ଼ ବ୍ଲକ ବାଲୁଗଁା ଓ ଲାଠିପଡା ଗ୍ରାମର ବୃଦ୍ଧାବୃଦ୍ଧ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ।…

ରାଜସ୍ବ ବିଭାଗର ବଡ଼ ନିଷ୍ପତ୍ତି, ଏଣିକି ଓଡ଼ିଆ ନାମ ଅନୁସାରେ ଲେଖାଯିବ ଜିଲାର ଇଂରାଜୀ ନାମ

ଭୁବନେଶ୍ବର,୫।୨: ରାଜ୍ୟର ୭ଟି ଜିଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି ।…

୬.୬.୬.୬.୬.୬.୬…ମାତ୍ର ୨୦ ବଲ୍‌ରେ ଚମତ୍କାର କଲେ ଇଶାନ

ନୂଆଦିଲ୍ଲୀ,୫।୨: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗତ ୪ ଫେବୃଆରୀ ରାତିରେ ଟି-୨୦ ବିଶ୍ୱକପ ଅଭ୍ୟାସ ମ୍ୟାଚରେ ଟିମ…

ଆମେ ଭାରତ ବିପକ୍ଷରେ ବିଶ୍ବକପ୍ ଖେଳିବୁ ନାହିଁ..ବୟକଟ ନିଷ୍ପତ୍ତିକୁ ଦୋହରାଇଲେ ଶେହବାଜ ଶରିଫ

ନୂଆଦିଲ୍ଲୀ,୫।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବୁଧବାର ଦିନ ଭାରତ ବିପକ୍ଷରେ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ବର୍ଜନ କରିବାର ଦେଶର ନିଷ୍ପତ୍ତିକୁ ଦୋହରାଇଛନ୍ତି । ସେ କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri