ପୁଣି ପ୍ରେମରେ ପଡ଼ିଛନ୍ତି ଅନନ୍ୟା ପାଣ୍ଡେ, ଏଥର ମନ ଚୋରି କରିଛନ୍ତି…

ମୁମ୍ବାଇ: ପୁଣିଥରେ ପ୍ରେମରେ ପଡ଼ିଛନ୍ତି ବଲିଉଡର ଚୁଲବୁଲି ନାୟିକା ଅନନ୍ୟା ପାଣ୍ଡେ। ଅଭିନେତା ଆଦିତ୍ୟ ରୟ କପୁରଙ୍କ ସହ ବ୍ରେକ୍‌ଅପ୍‌ ହେବା ପରେ ସିଙ୍ଗଲ୍‌ ବୋଲି ନିଜକୁ କହି ଆସୁଥିଲେ ସେ। ହେଲେ ଏବେ ପ୍ରେମର ଗାଡ଼ି ନୂଆ ଷ୍ଟେଶନକୁ ବାଛି ନେଇଛି। ହେଲେ ଏଥର ସେ ଜଣେ ମଡେଲଙ୍କୁ ହୃଦୟ ଦେଇଛନ୍ତି। ସେ ହେଲେ ଓ୍ବାର୍କର ବ୍ଲାନ୍କୋ।

ଓ୍ବାର୍କର ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ପୋଷ୍ଟ କଲା ମାତ୍ରେ ଅନନ୍ୟା କମେଣ୍ଟ ଦେଉଛନ୍ତି। ନିକଟରେ ସେଭଳି କିଛି ଘଟିଥିଲା। ସେ ଓ୍ବାଇଲ୍ଡ ଲାଇଫ୍‌ ଫଟୋଗ୍ରାଫିର କିଛି ଫଟୋ ଶେୟାର କରିବା ପରେ ଅନନ୍ୟାଙ୍କ ସହ ଭଉଣୀ ମଧ୍ୟ ପ୍ରତିକ୍ରିୟା ରଖିଥିଲେ। ଏହାପରେ ପ୍ରଶଂସକମାନେ ତାଙ୍କୁ ଭିଣୋଇଭାଇ କହିବା ଆରମ୍ଭ କରିଛନ୍ତି।

ଓ୍ବାର୍କରଙ୍କ ବିଷୟରେ କହିଲେ ସେ ଆମେରିକାରେ ମଡେଲ ଭାବେ କାମ କରୁଥିଲେ। ଏବେ ସେ ଗୁଜରାଟର ବନତାରାରେ କାମ କରୁଛନ୍ତି। ପ୍ରକୃତି ପ୍ରତି ତାଙ୍କର ବହୁତ ଭଲପାଇବା ରହିଛି। ତେବେ ଏହି ସମ୍ପର୍କ ଆଗକୁ କେଉଁ ମୋଡ଼ ନେଉଛି ତାହା ସମୟ କହିବ।

Share