ଅନନ୍ୟାଙ୍କୁ ପସନ୍ଦ ବିଷଧର ସାପ

ମୁମ୍ବାଇ: ବଲିଉଡର ଦିଭା ଅନନ୍ୟା ପାଣ୍ଡେ ଡେଟିଂ ବ୍ୟତୀତ ଏବେ ଆଉ କିଛି କାରଣକୁ ନେଇ ବି ହେଡଲାଇନରେ ରହୁଛନ୍ତି। ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ଖୁବ ସକ୍ରିୟ। ବିଶେଷକରି ଅନନ୍ୟା ପାଣ୍ଡେଙ୍କର ଗୋଟିଏ ଇନଷ୍ଟା ପୋଷ୍ଟ ଶୀଘ୍ର ଭାଇରାଲ ହୁଏ। ନିକଟରେ ଅଭିନେତ୍ରୀ ତାଙ୍କ ପ୍ରେମିକ ଆଦିତ୍ୟ ରୟ କାପୁରଙ୍କୁ ଜନ୍ମଦିନରେ ଶୁଭକାମନା ଜଣାଇ ଆସିଥିଲେ ଚର୍ଚ୍ଚାକୁ। ଏଠାରେ ଅନନ୍ୟାଙ୍କ ଲାଟେଷ୍ଟ ପୋଷ୍ଟ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ଅଭିନେତ୍ରୀ କିଛି ଫଟୋ ଶେୟାର କରି କହିଥିଲେ ଯେ ସେ ସାପକୁ ବହୁତ ପସନ୍ଦ କରନ୍ତି। ଫଟୋଗୁଡ଼ିକରେ ଅନନ୍ୟା ତାଙ୍କ ହାତରେ ପାଇଥନ ବା ଅଜଗର ପରି ବିଷଧର ସାପ ସହିତ ଖେଳୁଥିବା ନଜର ଆସିଛନ୍ତି।

ଅଭିନେତ୍ରୀ ରବିବାର ଇନଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିଛନ୍ତି। ସେଥିରେ ଅଭିନେତ୍ରୀଙ୍କ ହାତରେ ଏକ ପାଇଥନ ସାପ ଅଛି । ଫଟୋ ଶେୟାର କରିବାବେଳେ ସେ ସାପକୁ ତାଙ୍କର ପ୍ରିୟ ପଶୁ ବୋଲି କହିଛନ୍ତି। ଫଟୋ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅନନ୍ୟା ଏକ କମଳା ରଙ୍ଗର ମିନି ଡ୍ରେସ ପିନ୍ଧିଛନ୍ତି। ଅଫ ସୋଲଡର ପୋଷାକରେ ଅଭିନେତ୍ରୀ ବହୁତ ସୁନ୍ଦର ଦେଖାଯାଉଛନ୍ତି। ହାତରେ ପାଇଥନ ଧରି ସେ ଗୋଟିଏ ପରେ ଗୋଟିଏ ଫଟୋ କ୍ଲିକ କରୁଛନ୍ତି। କ୍ୟାପସନରେ ଅଭିନେତ୍ରୀ ଲେଖିଛନ୍ତି- ‘ମୋ ପାଇଁ ସ୍ବର୍ଗର ପରିଭାଷା … କୁକୁର ଏବଂ ସାପ। ମୋର ଦୁଇଟି ପ୍ରିୟ ଆନିମଲ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri