ଆଜି ଅନନ୍ତ-ରାଧିକାଙ୍କ ରିସେପ୍ସନ, ଯୋଗ ଦେବେ ବଲିଉଡ୍‌ର ନାମୀଦାମୀ କଳାକାର, ତାଲିକାରେ ଅଛନ୍ତି…

ମୁମ୍ବାଇ,୧୪ା୭: ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ବୋହୂ ରାଧିକା ମର୍ଚାଣ୍ଟଙ୍କ ବିବାହର ରବିବାର ହେଉଛି ତୃତୀୟ ଦିନ। ଏନେଇ ଅମ୍ବାନୀ ପରିବାର ଆଜି ଏକ ବିଶାଳ ରିସେପ୍ସନର ଆୟୋଜନ କରିଛନ୍ତି। ଜୁଲାଇ ୧୨ରେ ପ୍ରାୟ ୨୦୦୦ ଭିଭିଆଇପି ଅତିଥିଙ୍କ ଉପସ୍ଥିତିରେ ଅନନ୍ତ ଏବଂ ରାଧିକା ସାତଫେରା ନେଇଥିଲେ। ଏହି ବିବାହ ଉତ୍ସବରେ ମୁକେଶ ଅମ୍ବାନୀ, ନୀତା ଅମ୍ବାନୀ, ଆକାଶ ଅମ୍ବାନୀ, ଇଶା ଅମ୍ବାନୀ ଏବଂ ଅନ୍ୟ ଅମ୍ବାନୀ ଭାଇ ତଥା ମୁମ୍ବାଇର ମର୍ଚାଣ୍ଟ ପରିବାରର ସଦସ୍ୟମାନେ ଯୋଗ ଦେଇଥିଲେ।

ଆଜିର ଏହି ଗ୍ରାଣ୍ଡ ପାର୍ଟିରେ ବଡ଼ ବଡ଼ ସେଲିବ୍ରିଟି ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ରବିବାର ସନ୍ଧ୍ୟାରେ ବିକେସିର ଜିଓ ଓ୍ବାଲର୍‌ଡ କନ୍‌ଭେନ୍‌ସନ୍‌ ସେଣ୍ଟରରେ ରିସେପ୍ସନ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ବହୁ ବଲିଉଡ୍‌ କଳାକାର ଯୋଗଦେବାର ସମ୍ଭାବନା ଥିବାବେଳେ କିଛି ରାଜନୈତିକ ନେତା ମଧ୍ୟ ଯୋଗଦେବେ ବୋଲି ଆଶା କରାଯାଉଛି।

ଏହି ବିବାହରେ ବହୁ ବଲିଉଡ ଏବଂ ହଲିଉଡ୍‌ ଷ୍ଟାର୍‌ ମଧ୍ୟ ଯୋଗ ଦେଇଥିଲେ। ଜନ ସିନା, କିମ୍‌ କାର୍‌ଦାସିୟାନ ଏବଂ ଖ୍ଲୋଏ କାର୍‌ଦାସିୟାନଙ୍କ ପରି ଷ୍ଟାର୍‌ମାନେ ବିବାହ ସମାରୋହରେ ଯୋଗ ଦେଇଥିଲେ। ସେହିପରି ଅଭିନେତା ଶାହାରୁଖ ଖାନ, ସଲମାନ ଖାନ, ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ସ୍ବାମୀ ନିକ୍‌ ଜୋନାସ, ରଣବୀର ସିଂ, ଦୀପିକା ପାଦୁକୋନ, ରଣବୀର କପୁର, ଆଲିଆ ଭଟ୍ଟ, କ୍ୟାଟ୍ରିନା କୈଫ୍‌, ବିକି କୌଶଲ, ଜୟା ବଚ୍ଚନ, ଅମିତାଭ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ, ରେଖା ପ୍ରମୁଖ ଉପସ୍ଥିତ ଥିଲେ।  ଆଜି ମଧ୍ୟ ଏହି କଳାକାରମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବିଶେଷକରି ଐଶ୍ୱର୍ଯ୍ୟା ରାୟ ଆଜିର ଏହି ପାର୍ଟିରେ ମୁଖ୍ୟ ଆକର୍ଷଣ ପାଲଟିବେ ବୋଲି କୁହାଯାଉଛି। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର, ଉଦ୍ଧବ ଠାକ୍‌ରେ, ମମତା ବାନାର୍ଜୀ ଏବଂ ଅଖିଳେଶ ଯାଦବ ବିବାହ ସମାରୋହରେ ସାମିଲ ଥିଲେ।

ଶନିବାର ‘ଶୁଭ ଆଶୀର୍ବାଦ’ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ, ଯିଏ କେବଳ ଏହି ଦମ୍ପତିଙ୍କୁ ଆଶୀର୍ବାଦ ଦେଇନାହାନ୍ତି ବରଂ ସେମାନଙ୍କୁ ଏକ ବିଶେଷ ଉପହାର ମଧ୍ୟ ଦେଇଥିଲେ। ଏହି ସମାରୋହରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ ଏବଂ ଭେଟେରାନ୍‌ ନେତା ତଥା ଏନ୍‌ସିପି ସୁପ୍ରିମୋ ଶରଦ ପାଓ୍ବାରଙ୍କ ସମେତ ଅନେକ ରାଜନୈତିକ ନେତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri