Posted inଜାତୀୟ

ହନୁମାନ ଚାଳିଶା ପାଠକରି ୧୪୦ କିଲୋମିଟର ଲମ୍ବା ପଦଯାତ୍ରାରେ ବାହାରିଲେ ଅନନ୍ତ ଅମ୍ବାନୀ

ମୁମ୍ବାଇ,୧।୪: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ବର୍ତ୍ତମାନ ଦ୍ୱାରକାଧୀଶ ତୀର୍ଥଯାତ୍ରାରେ ଅଛନ୍ତି। ଅନନ୍ତ ଅମ୍ବାନୀ ୧୪୦ କିଲୋମିଟର ଲମ୍ବା ପଦଯାତ୍ରା ଆରମ୍ଭ କରିଛନ୍ତି। ଆଜି ଏହି ଯାତ୍ରାର ପଞ୍ଚମ ଦିନ। ସେ ନିଷ୍ପତ୍ତି ନେଇଛନ୍ତି ଯେ ସେ ଏପ୍ରିଲ ୯ ତାରିଖରେ ଦ୍ୱାରକାରେ ଭଗବାନ ଦ୍ୱାରକାଧୀଶଙ୍କ ଦର୍ଶନ କରି ତାଙ୍କର ଜନ୍ମଦିନ ପାଳନ କରିବେ।
ଅନନ୍ତ ଅମ୍ବାନୀ କଡ଼ା ସୁରକ୍ଷା ମଧ୍ୟରେ ରାତିରେ ବୁଲୁଛନ୍ତି। ଅନନ୍ତ ଅମ୍ବାନୀ ଏବଂ ସମଗ୍ର ଅମ୍ବାନୀ ପରିବାରଙ୍କର ଭଗବାନ ଦ୍ୱାରକାଧୀଶଙ୍କ ଉପରେ ବିଶ୍ୱାସ ଅଛି ଏବଂ ସେମାନେ ସମୟ ସମୟରେ ସେଠାକୁ ଯାଆନ୍ତି। ଅନନ୍ତ ଅମ୍ବାନୀଙ୍କ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ, ଅନନ୍ତ ଭକ୍ତିରେ ବୁଡ଼ି ରହିଥିବାର ଦେଖାଯାଉଛି। ଏହା ସହିତ ଅନନ୍ତ ଭିଡିଓରେ ହନୁମାନ ଚାଳିଶା ଜପ କରୁଥିବାର ମଧ୍ୟ ଦେଖାଯାଉଛି। ତାଙ୍କର ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି।
ଏହି ପଦଯାତ୍ରା ବିଷୟରେ ଅନନ୍ତ ଅମ୍ବାନୀ କହିଛନ୍ତି, ‘ପଦଯାତ୍ରା ଜାମନଗରରେ ଥିବା ଆମ ଘରୁ ଦ୍ୱାରକା ପର୍ଯ୍ୟନ୍ତ… ଏହା ଗତ ୫ଦିନ ଧରି ଚାଲିଛି ଏବଂ ଆମେ ଆଗାମୀ ୨-୪ ଦିନ ମଧ୍ୟରେ ପହଞ୍ଚିବୁ… ମୋର ପଦଯାତ୍ରା ଜାରି ରହିଛି। ପ୍ରଭୁ ଦ୍ୱାରକାଧିଶ ଆମକୁ ଆଶୀର୍ବାଦ କରନ୍ତୁ… ମୁଁ ଯୁବପିଢ଼ିଙ୍କୁ କହିବାକୁ ଚାହୁଁଛି ଯେ ଭଗବାନ ଦ୍ୱାରକାଧିଶଙ୍କ ଉପରେ ବିଶ୍ୱାସ ରଖନ୍ତୁ ଏବଂ କୌଣସି କାମ କରିବା ପୂର୍ବରୁ ଭଗବାନ ଦ୍ୱାରକାଧିଶଙ୍କୁ ସ୍ମରଣ କରନ୍ତୁ, ସେହି କାମ ନିଶ୍ଚିତ ଭାବରେ କୌଣସି ବାଧା ବିନା ସମାପ୍ତ ହେବ ଏବଂ ଯେତେବେଳେ ଭଗବାନ ଉପସ୍ଥିତ ଥିବେ, ସେତେବେଳେ ଚିନ୍ତା କରିବାର କିଛି ନାହିଁ।’


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri