ଭାରତ-କାନାଡା ବିବାଦ: ମହିନ୍ଦ୍ରା ପରେ ଜିନ୍ଦଲ ଦେଲା କାନାଡାକୁ ବଡ ଝଟକା

ନୂଆଦିଲ୍ଲୀ,୨୩।୯: କାନାଡା ଓ ଭାରତ ବିବାଦ ଚରମରେ ପହଞ୍ଚିଛି। ଉଭୟ ଦେଶ ମଧ୍ୟରେ ତିକ୍ତତାର ପ୍ରଭାବ ବ୍ୟବସାୟରେ ମଧ୍ୟ ପ୍ରଭାବିତ କରିବା ଆରମ୍ଭ କଲାଣି। ବିବାଦ ଭିତରେ ଭାରତୀୟ କମ୍ପାନୀଗୁଡିକ କାନାଡାରେ ସେମାନଙ୍କର ବ୍ୟବସାୟ ବନ୍ଦ କରୁଛନ୍ତି। ଯାହା କାନାଡା ଅର୍ଥନୀତିରେ ଗୁରୁତର ପ୍ରଭାବ ପକାଇଛି। କାନାଡାର ଭାରତକୁ ନେଇ ଅଭିଯୋଗ ମଧ୍ୟରେ ଭାରତର ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଆନନ୍ଦ ମହିନ୍ଦ୍ରାଙ୍କ କମ୍ପାନି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କାନାଡାରେ ନିଜର ବ୍ୟବସାୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ସହଯୋଗୀ କମ୍ପାନି ରେସନ ଏରୋସ୍ପେସ କର୍ପୋରେଶନ ସେଠାରୁ ଏହାର ସଞ୍ଚାଳନ ବନ୍ଦ କରିବାକୁ ଘୋଷଣା କରିଛି । ମହିନ୍ଦ୍ରା ପରେ ଶନିବାର ଭାରତୀୟ କମ୍ପାନୀ ଜେଏସଡବ୍ଲୁ ଷ୍ଟିଲ ଜିନ୍ଦଲ କାନାଡା ସରକାରଙ୍କୁ ଏକ ବଡ ଝଟକା ଦେଇଛି।

ଏକ ଅର୍ନ୍ତଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଭାରତର ବୃହତ୍ତମ ଷ୍ଟିଲ ନିର୍ମାତା ଜେଏସଡବ୍ଲୁ ଷ୍ଟିଲ(ଜିନ୍ଦଲ ସାଉଥ ଓ୍ବେଷ୍ଟ) ଏବଂ ଟେକ ରିସୋର୍ସ ମଧ୍ୟରେ ଅଂଶଧନ ଉପରେ ଆଲୋଚନାକୁ ସ୍ଥଗିତ ରଖାଯାଇଛି। ଜିନ୍ଦଲ ଟେକ ରିସୋର୍ସରୁ ୩୪-୩୭ ପ୍ରତିଶତ ଅଂଶଧନ କିଣିବାକୁ ଚେଷ୍ଟା କରୁଛି। ଜିନ୍ଦଲ କାନାଡିୟ କମ୍ପାନୀ ଟେକ ରିସୋର୍ସର କୋଇଲା ୟୁନିଟର ଅଂଶଧନ କିଣିବାକୁ ଯାଉଛି। କିନ୍ତୁ ଦୁଇ ଦେଶ ମଧ୍ୟରେ ବଢୁଥିବା ତିକ୍ତତା ମଧ୍ୟରେ କମ୍ପାନୀ ଏହି ଡିଲକୁ ମନ୍ଥର କରିଦେଇଛି। ଏଥିଯୋଗୁ କମ୍ପାନୀର ଶେୟାର ୪ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ମିଡିଆ ରିପୋର୍ଟ ଅନୁଯାୟୀ ଦୁଇ ଦେଶ ମଧ୍ୟରେ ତିକ୍ତତା ହ୍ରାସ ପାଇବାକୁ କମ୍ପାନୀ ଅପେକ୍ଷା କରିଛି।

ସୂଚନାଯୋଗ୍ୟ, ପ୍ରାୟ ୩୦ଟି ଭାରତୀୟ କମ୍ପାନୀ କାନାଡାରେ କୋଟି କୋଟି ଟଙ୍କା ନିବେଶ କରିଛନ୍ତି। ଏହି କମ୍ପାନୀଗୁଡିକ ହେଲା ଇନଫୋସିସ, ୱିପ୍ରୋ ଏବଂ ଟିସିଏସ ଭଳି କମ୍ପାନୀ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri