ଭୁବନେଶ୍ୱର, ୭ା୧: କମନ ଲ ଆଡ୍ମିଶନ ଟେଷ୍ଟ (କ୍ଲାଟ୍)ର ଫଳାଫଳ ନିକଟରେ ପ୍ରକାଶିତ ହୋଇଛି। ଏଥିରେ ଅନାକାଡେମିର ଛାତ୍ରୀଛାତ୍ରମାନେ ବାଜିମାତ କରିଛନ୍ତି। ଏପରିକି ଏହାର ୭୦ରୁ ଅଧିକ ଶିକ୍ଷାର୍ଥୀ କ୍ଲାଟ୍ ପରୀକ୍ଷାଫଳରେ ଯୋଗ୍ୟତା ଅର୍ଜନ କରିଛନ୍ତି। ବିଶେଷକରି ଓଡ଼ିଶାର ଭୁବନେଶ୍ୱରରୁ ଓମ୍କାର ପଟ୍ଟନାୟକ କ୍ଲାଟ୍ ପରୀକ୍ଷା ୨୦୨୨ରେ ସର୍ବଭାରତୀୟ ସ୍ତରରେ ୧୮୮ (ଏଆଇଆର୍୧୮୮) ତମ ସ୍ଥାନ ହାସଲ କରିଛନ୍ତି। ସେହଭଳି ୨୦୨୨ କ୍ଲାଟ୍ ପରୀକ୍ଷାରେ ୭୦ରୁ ଅଧିକ ଅନାକେଡି ଶିକ୍ଷାର୍ଥୀ ଶୀର୍ଷ ମାନ୍ୟତା ପାଇଛନ୍ତି ଏବଂ ଏନ୍ଏଲ୍ୟୁରେ ମଧ୍ୟ ଆଡମିଶନ ପାଇଁ ସ୍ଥାନ ସୁରକ୍ଷିତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଶ୍ରେଷ୍ଠ ୧୦୦ ସ୍ଥାନ ମଧ୍ୟରେ ଅନାକାଡେମିର ୩ଜଣ ଶିକ୍ଷାର୍ଥୀ ର଼୍ୟାଙ୍କ୍ ହାସଲ କରିଥିବା ବେଳେ ୯ଜଣ ଶିକ୍ଷାର୍ଥୀ ୨୦୦ର଼୍ୟାଙ୍କ୍ ମଧ୍ୟରେ ଏବଂ ୨୧ଜଣ ଶିକ୍ଷାର୍ଥୀ ୫୦୦ର଼୍ୟାଙ୍କ୍ ମଧ୍ୟରେ ସ୍ଥାନ ପାଇଛନ୍ତି। ଅପରପକ୍ଷରେ ଶ୍ରେଷ୍ଠ ଶ୍ରେଣୀରେ ଉଚ୍ଚ ଗୁଣାତ୍ମକ ବିଷୟବସ୍ତୁ ୧:୧ ଲାଇଭ୍ ଅଧିବେଶନ ଏବଂ କ୍ରିତି ଭଟ୍ଟନାଗର, କେଶଭ ମାଲପାନି, ଦିବ୍ୟାକୁମାର ଗର୍ଗଙ୍କ ଭଳି ଜଣାଶୁଣା ଶିକ୍ଷକମାନଙ୍କଠାରୁ ବ୍ୟକ୍ତିଗତ ପରାମର୍ଶ, ଅନାକେଡମି ଶିକ୍ଷାର୍ଥୀମାନଙ୍କ ଶିକ୍ଷାଗତ ଯାତ୍ରାରେ ଉକତ୍ର୍ଷ ହେବା ପାଇଁ ବେଶ୍ ସହାୟତା ପ୍ରଦାନ କରିଛି।
ସୂଚନାଯୋଗ୍ୟ, ଓକିଲ ହେବାର ସ୍ବପ୍ନକୁ ଅନୁସରଣ କରି ଓମ୍କାର ଅନାକାଡେମିରେ ନାମ ଲେଖାଇ ତାଙ୍କର ଇଚ୍ଛା ପୂରଣ ପାଇଁ ଏକ ବୃହତ୍ ମୂଳଦୁଆ ପକାଇଥିଲେ। ସେ ତାଙ୍କର କ୍ଲାଟ୍ ପରୀକ୍ଷା ପ୍ରସ୍ତୁତି ସମୟରେ ଦେଶର ବରିଷ୍ଠ ଶିକ୍ଷାବିତ୍ଙ୍କଠାରୁ ଆବଶ୍ୟକ ପରାମର୍ଶ ଗ୍ରହଣ କରିଥିଲେ।
‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’
ଭୁବନେଶ୍ୱର, ୯।୧୦(ସୁନିତ୍ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…
ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ
ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…
ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…
ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…
ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ
ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…
ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ
ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…
କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ
କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…
ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ
ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…
ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …
ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

