ପରଜଙ୍ଗ,୨୩ା୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବରିହାପୁରସ୍ଥିତ ନିୟୁ ବିଶାଳ ଢାବା ସମ୍ମୁଖ ସର୍ଭିସ ରୋଡ୍ରେ ରବିବାର ରାତି ୯ଟାରେ ଏକ ଅଜଣା ଗାଡ଼ିଧକ୍କାରେ ବାରିହାପୁର ଗ୍ରାମର ଗୁରୁଚରଣ ବିଶ୍ୱାଳ (୭୫)ଙ୍କର ମୃତ୍ୟୁ ହୋଇଛି।
ସୂଚନା ମୁତାବକ ଗୁରୁଚରଣ ଏକ ବିବାହ ଭୋଜି ଖାଇ ଚାଲିଚାଲି ଘରକୁ ଫେରୁଥିବା ବେଳେ କାମାକ୍ଷାନଗର ଆଡୁ ପରଜଙ୍ଗ ଆଡ଼କୁ ଯାଉଥିବା ଏକ ଏକ ଅଜଣାଗାଡ଼ି ତାଙ୍କୁ ପଛ ପଟରୁ ଧକ୍କା ଦେଇ ପଳାଇ ଯାଇଥିଲା। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ବୃଦ୍ଧ ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ପରଜଙ୍ଗ ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ସୋମବାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏ ସଂକ୍ରାନ୍ତରେ ପରଜଙ୍ଗ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ସୂଚନା ଦେଇଛି।


