ଧର୍ମଶାଳା,୨୫ା୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ଗନ୍ଧଣ ପଞ୍ଚାୟତର ଦରକୁଣ୍ଡି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଏକ କାର୍ ମାଡ଼ି ଯିବାରୁ ଘଟଣାସ୍ଥଳରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ବୃଦ୍ଧ ଜଣକ ହେଲେ ରଘୁନାଥ ଧଳ (୭୫)।
ମିଳିଥିବା ସୂଚନାନୁସାରେ, ରଘୁନାଥ ଗାଁ ଦାଣ୍ଡରେ ବସିଥିବା ସମୟରେ ଏକ କାର୍ ନଂ ଓଆର ୦୨ ସି ଜେଡ୍- ୩୯୧୨ ମାଡ଼ିଯାଇ ଧକ୍କା ଯାଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ବୁଝାଶୁଝା କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଧର୍ମଶାଳା ଗୋଷ୍ଠୀ କେନ୍ଦ୍ରକୁ ପଠାଇ ଦେଇଛି। ଡ୍ରାଇଭରଙ୍କୁ କୁଆଖିଆ ଥାନାକୁ ନେବା ସହିତ ଅଧିକ ତଦନ୍ତ ଜାରି ରଖିଛି।