Posted inଜାତୀୟ

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଚାକିରି ନ ଥିଲେ ପତ୍ନୀଙ୍କ ଭରଣ ପୋଷଣ ପାଇଁ ଶ୍ରମିକ କାମ କରନ୍ତୁ ସ୍ବାମୀ

ଲକ୍ଷ୍ନୌ,୨୮।୧: ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ କହିଛି ଯେ ସ୍ବାମୀଙ୍କର ଚାକିରିରୁ କୌଣସି ରୋଜଗାର ନଥିଲେ ମଧ୍ୟ ସେ ତାଙ୍କ ପତ୍ନୀଙ୍କୁ ରକ୍ଷଣାବେକ୍ଷଣ ବା ଭରଣ ପୋଷଣ ଯୋଗାଇବାକୁ ବାଧ୍ୟ, କାରଣ ସେ ଜଣେ ଅଣକୁଶଳି ଶ୍ରମିକ ଭାବରେ ପ୍ରତିଦିନ ପ୍ରାୟ ୩୦୦–୪୦୦ ଟଙ୍କା ରୋଜଗାର କରିପାରିବେ। ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚର ଜଷ୍ଟିସ ରେନୁ ଅଗ୍ରୱାଲ ଫ୍ୟାମିଲି କୋର୍ଟଙ୍କ ସେହି ଆଦେଶ ବିରୋଧରେ ବ୍ୟକ୍ତିଙ୍କ ସଂଶୋଧନ ଆବେଦନକୁ ଖାରଜ କରି ତାଙ୍କ ପତ୍ନୀଙ୍କୁ ଭାରଣ ପୋଷଣ ପାଇଁ ମାସିକ ୨,୦୦୦ ଟଙ୍କା ଦେବାକୁ କହିଥିଲେ।
ପତ୍ନୀଙ୍କ ସପକ୍ଷରେ ଦିଆଯାଇଥିବା ଭରଣପୋଷଣ ଆଦେଶ ପୁନରୁଦ୍ଧାର ପାଇଁ ସ୍ବାମୀଙ୍କ ବିରୋଧରେ ସମସ୍ତ ପ୍ରକାର ଉପାୟ ଆପଣେଇବାକୁ ଜଷ୍ଟିସ ଅଗ୍ରୱାଲ ନିର୍ଦ୍ଦେଶ ଦେଇଛନ୍ତି। ଫ୍ୟାମିଲି କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସ୍ବାମୀ ହାଇକୋର୍ଟରେ ପହଞ୍ଚିଥିଲେ, ଯେଉଁଥିରେ ଦଣ୍ଡ ପ୍ରକ୍ରିୟା ସଂହିତା (ସିଆରପିସି)ର ଧାରା ୧୨୫ ଅନୁଯାୟୀ ପତ୍ନୀଙ୍କୁ ୨୦୦୦ଟଙ୍କା ରକ୍ଷଣାବେକ୍ଷଣ ପାଇଁ ପରିବାର କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ସ୍ବାମୀ ହାଇକୋର୍ଟରେ ଏକ ସଂଶୋଧନ ଆବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିନିବସ୍-ଟ୍ରକ ମଧ୍ୟରେ ଭୟଙ୍କର ଧକ୍କା, ୧୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୯।୧: ଦକ୍ଷିଣ ଆଫ୍ରିକାରେ ଗୁରୁବାର ଦିନ ପୂର୍ବ କ୍ୱାଜୁଲୁ-ନାଟାଲ ପ୍ରଦେଶର ଡର୍ବାନ ସହର ନିକଟରେ ଏକ ମିନିବସ୍ ଏବଂ ଏକ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି…

‘ଡିଜିଟାଲ୍ ନିଶା’ରେ ଭାରତୀୟ ଯୁବପିଢ଼ି: ଚିନ୍ତା ପ୍ରକଟ କଲେ ସରକାର

ନୂଆଦିଲ୍ଲୀ,୨୯।୧: ଦିନକୁ ଦିନ ଭାରତୀୟ ଯୁବପିଢ଼ିଙ୍କ ଡିଜିଟାଲ ନିଶା ବଢ଼ିବାରେ ଲାଗିଛି। ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ୨୦୨୫-୨୬ ରିପୋର୍ଟରେ ଏହି ଧାରାକୁ ‘ଉଦ୍‌ବେଗଜନକ’ ବୋଲି ଦର୍ଶାଯାଇଛି।…

ଘୋଷଣା ହେଲା ରାୟଗଡ଼ା ଜିଲା କଂଗ୍ରେସ କମିଟି: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ଏଥିରେ ସାମିଲ ଅଛନ୍ତି…

ରାୟଗଡ଼ା,୨୯ା୧(ଆଶିଷ ରଞ୍ଜନ ପଣ୍ଡା): ଜିଲା କଂଗ୍ରେସ ସଭାପତି ତଥା ରାୟଗଡ଼ା ବିଧାୟକ ଆପଲସ୍ବାମୀ କାଡ୍ରାକାଙ୍କ ସଭାପତିତ୍ୱରେ ଗଠନ ହୋଇଛି ନୂତନ ଜିଲା କଂଗ୍ରେସ କମିଟି। ଜିଲା ସଭାପତି…

UGC New Rules: General, SC, ST, OBCଙ୍କ ପାଇଁ ହେଉ ଅଲଗା ଅଲଗା ହଷ୍ଟେଲ, ଶୁଣୁ ଶୁଣୁ କାହିଁକି ରାଗିଗଲେ CJI, କହିଲେ…

ନୂଆଦିଲ୍ଲୀ,୨୯।୧: ନୂତନ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ନିୟମକୁ ଗୁରୁବାର (ଜାନୁଆରୀ ୨୯, ୨୦୨୬)ରେ ଚ୍ୟାଲେଞ୍ଜ କରି ଏକ ଆବେଦନର ଶୁଣାଣି କରିବା ସମୟରେ, ବିଭିନ୍ନ ଜାତି…

୧୨୭ବାଟାଲିଆନ ସିଆରପିଏଫର ସିଭିକ୍ସ ଆକ୍ସନ ପ୍ରୋଗ୍ରାମ, ଦାଦନ ଶ୍ରମିକ ଭାବେ…

ତୁମୁଡିବନ୍ଧ,୨୯ା୧(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଝିରିପାଣି ପଞ୍ଚାୟତର ସଭା ଗୃହରେ ୧୨୭ବାଟାଲିଆନ ସିଆରପିଏଫର ସିଭିକ୍ସ ଆକ୍ସନ ପ୍ରୋଗ୍ରାମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି ।…

ପୁରୀରୁ ଫେରୁଥିବାବେଳେ କାର୍‌ ଦୁର୍ଘଟଣାଗ୍ରସ୍ତ: ଭିତରେ ଥିଲେ ଭଞ୍ଜନଗର ରୋଟାରୀ କ୍ଲବ ସମ୍ପାଦକଙ୍କ ସହ…

ଭଞ୍ଜନଗର,୨୯।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଗନ୍ନାଥପ୍ରସାଦ ମୁଖ୍ୟ ରାସ୍ତା ବିଡ଼ିପୁର ନିକଟରେ ଗୁରୁବାର ଅପରାହ୍ନରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଭଞ୍ଜନଗର ରୋଟାରୀ କ୍ଲବ…

ଲୁଚି-ଛପି ଜେଲରୁ ହସ୍ପିଟାଲ ଗଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ଲାଇଟ ହୋଇଗଲା ବନ୍ଦ

ଇସଲାମାବାଦ,୨୯।୧: ପାକିସ୍ତାନରେ ବନ୍ଦୀ ଥିବା ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମ୍ପର୍କରେ ଏକ ବଡ଼ ଗୁମର ସାମ୍ନାକୁ ଆସିଛି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇମ୍ରାନ…

ଭାରତରେ ନୂଆ ମାଇଲଖୁଣ୍ଟ ଅତିକ୍ରମ କଲା ଡିଜିଟାଲ୍ ବିପ୍ଳବ: ୬୧% ବ୍ୟବହାରକାରୀ ଦେଖୁଛନ୍ତି ସର୍ଟ-ଭିଡିଓ

ନୂଆଦିଲ୍ଲୀ,୨୯।୧: ଭାରତରେ ଡିଜିଟାଲ୍ ବିପ୍ଳବ ଏକ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛି। ‘ଇଣ୍ଟରନେଟ୍ ଆଣ୍ଡ ମୋବାଇଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ’ (IAMAI) ରିପୋର୍ଟ ଅନୁଯାୟୀ, ୨୦୨୫ ସୁଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri