୨୪ ଘାଇ ପାଇଁ ୧୨.୩୯ କୋଟି ବ୍ୟୟ ଅଟକଳ

ଯାଜପୁର ଅଫିସ,୭।୯: ଯାଜପୁର ଜିଲାର ବ୍ରାହ୍ମଣୀ ଓ ବୈତରଣୀ ନଦୀରେ ହୋଇଥିବା ବନ୍ୟାରେ ଜାରକା ଜଳସେଚନ ଡିଭିଜନ ଅଧୀନରେ ଥିବା ନଦୀବନ୍ଧରେ ୨୧ ଏବଂ ଯାଜପୁର ଜଳସେଚନ ଡିଭିଜନରେ ୪ଟି ଘାଇ ସୃଷ୍ଟି ହୋଇଛି। ଏସବୁର ପୁନରୁଦ୍ଧାର ପାଇଁ ୧୨ କୋଟି ୩୯ ଲକ୍ଷ ଟଙ୍କାର ବ୍ୟୟଅଟକଳ ପ୍ରସ୍ତୁତ ହୋଇଥିବା ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ମିଳିଛି। ଜିଲାର ପ୍ରାୟ ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ଏହି ପ୍ରଳୟଙ୍କରୀ ବନ୍ୟା ଯୋଗୁ ଦୁର୍ଗତ ନାହିଁ ନ ଥିବା ଦୁଃଖ ଭୋଗୁଛନ୍ତି। ଏହିକ୍ରମରେ ଦୁର୍ବଳ ନଦୀବନ୍ଧକୁ ନେଇ କିଛିଦିନ ପାଇଁ ରାଜନୈତିକ ଟଣାଓଟରା ଲାଗି ରହିଥିଲା। ବନ୍ୟା ନିୟନ୍ତ୍ରଣ ହେବାର ଇତିମଧ୍ୟରେ ସପ୍ତାହେ ବିତିଯାଇଛି। ବନ୍ୟା ଦୁର୍ଗତମାନେ ନିଜକୁ ସମ୍ଭାଳିବାକୁ ଠିକଣା ଖୋଜୁଛନ୍ତି। ବିଭିନ୍ନ ଘାଇ ପାଇଁ ବିରୋଧୀ ଦଳ କର୍ମକର୍ତ୍ତା ବନ୍ୟା ଅଞ୍ଚଳ ଗସ୍ତ କରି ଯେଉଁ କାଦୁଅ ଫିଙ୍ଗା ଆରମ୍ଭ କରିଥିଲେ ତାହା ପୁଣି ଥମିଯାଇଛି। ଯାହାକି ସାଧାରଣରେ ବିରୋଧୀଙ୍କ ଭୂମିକାକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଚଳିତ ବନ୍ୟା ସମୟରେ ଜଳସମ୍ପଦ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରି ଅନୁ ଗର୍ଗ ତାଙ୍କ ପତ୍ରସଂଖ୍ୟା ୧୫୩୦୧/୨୯ା୮ା୨୦୨୦ରେ ଯାଜପୁର ଜିଲା ସମେତ ୧୩ ଜିଲାର ଜିଲାପାଳଙ୍କୁ କ୍ଷୁଦ୍ର ଓ ମଧ୍ୟମଧରଣର ବନ୍ୟାର ସୁପରିଚାଳନା ଉପରେ କେତେକ ପରାମର୍ଶ ଦେଇଥିଲେ। ଏଥିମଧ୍ୟରୁ ଦୁର୍ବଳ ଓ ଘଳିଆ ଥିବା ନଦୀବନ୍ଧଗୁଡିକର ସୁଦୃଢୀକରଣ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏହାସହ ଜଳସମ୍ପଦ ଅଧିକାରୀ ଓ କର୍ମଚାରୀଙ୍କ ଦ୍ୱାରା ନଦୀବନ୍ଧଗୁଡିକର ରାତ୍ରିକାଳୀନ ପାଟ୍ରୋଲିଂ କରିବାକୁ ପରାମର୍ଶ ଦିଆଯାଇଥିଲା। ଜିଲାପାଳମାନେ ବ୍ୟକ୍ତିଗତ ଭାବେ ଏହାର ପରିଚାଳନା କରିବାକୁ ପତ୍ରରେ ଦର୍ଶାଯାଇଥିଲା। ପୂର୍ବରୁ ମଧ୍ୟ ନଦୀବନ୍ଧଗୁଡିକର ପରିଚାଳନା କରିବାକୁ ଜଳସମ୍ପଦ ବିଭାଗ ପକ୍ଷରୁ ଅନେକ ନିଷ୍ପତ୍ତି ନିଆଯାଇ ତାହାର କାର୍ଯ୍ୟକାରୀ ଉପରେ ପରାମର୍ଶ ଦିଆଯାଇ ଆସୁଛି। କିନ୍ତୁ ସେହିସବୁ ନିଷ୍ପତ୍ତି କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ବୁଝିବାକୁ ଜିଲାରେ କେହି ନାହାନ୍ତିି ବୋଲି ମନେ ହେଉଛି। ଏଥିଯୋଗୁ କେବଳ ଘାଇ ସୃଷ୍ଟି ହେଉନାହିଁ ଲକ୍ଷାଧିକ ଲୋକଙ୍କ ଧନଜୀବନ ସହ ଖେଳ ଖେଳାଯାଉଛି ବୋଲି ଅଭିଯୋଗ ହୋଇଛି। ବନ୍ୟା ଯୋଗୁ ଘାଇ ସୃଷ୍ଟି ହେବା ପରେ ଜଳସମ୍ପଦ ବିଭାଗ ପକ୍ଷରୁ ମରାମତି ପାଇଁ ବ୍ୟୟଅଟକଳ ପ୍ରସ୍ତୁତ କରାଯାଇ ତୁରନ୍ତ ଅନୁଦାନ ମଞ୍ଜୁର କରିବାକୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରାଯାଉଛି। ଅନୁରୂପ ପରିସ୍ଥିତି ଚଳିତ ବନ୍ୟାରେ ହୋଇଛି। ଜାରକା ଜଳ ସମ୍ପଦ ଡିଭିଜନ ପକ୍ଷରୁ ୨୧ଟି ଘାଇର ମରାମତି କରିବାକୁ ପ୍ରାୟ ୭ କୋଟି ୮୪ ଲକ୍ଷ ଟଙ୍କା ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି। ଯାଜପୁର ଜଳସମ୍ପଦ ଡିଭିଜନ ପକ୍ଷରୁ ୪ଟି ଘାଇର ମରାମତି ପାଇଁ ୪ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟଅଟକଳ ପ୍ରସ୍ତୁତ ହୋଇଛି। ତେବେ ତୁରନ୍ତ ପୁନରୁଦ୍ଧାର କରିବାକୁ ୧ କୋଟି ୧୭ ଲକ୍ଷ ଟଙ୍କାର ଆବଶ୍ୟକତା ଅଛି ବୋଲି ରିପୋର୍ଟ ଦିଆଯାଇଛି। ଏହି ବ୍ୟୟଅଟକଳ ମଞ୍ଜୁର କରାଗଲେ ତୁରନ୍ତ ଟେଣ୍ଡର କରାଯାଇ ମରାମତି ମଧ୍ୟ କରାଯିବ ବୋଲି ବିଭାଗୀୟ ଅଧିକାରୀମାନେ ପ୍ରକାଶ କରିଛନ୍ତି। କିନ୍ତୁ ଦୁର୍ବଳ ନଦୀବନ୍ଧ ଦୂର ହେଲା କି ନାହିଁ, ଆଗାମୀ ଦିନରେ ପୁଣି ଘାଇ ସୃଷ୍ଟିର ସମ୍ଭାବନା ଅଛି କି? ଦୁର୍ବଳ ନଦୀବନ୍ଧ ଚିହ୍ନଟ କରି ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯିବ କି ନାହିଁ ? ଏହିସବୁ ପ୍ରଶ୍ନ ଏବେ ବନ୍ୟା ପ୍ରଭାବିତଙ୍କ ମଧ୍ୟରେ ଉଙ୍କିମାରୁଛି। ଯାହାକି ଆଗାମୀ ଦିନରେ ସବୁ କିଛି ନିର୍ଣ୍ଣୟ ହୋଇପାରେ ବୋଲି ମତପ୍ରକାଶ ପାଇଛି। ଚଳିତ ବନ୍ୟାରେ ବରୀ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୧୮ଟି ଘାଇ ସୃଷ୍ଟି ହୋଇଥିବାବେଳେ ଧର୍ମଶାଳା ନିର୍ବାଚନମଣ୍ଡଳୀରେ ୩ଟି ଘାଇ ସୃଷ୍ଟି ହୋଇଛି। ସେହିପରି ବିଞ୍ଝାରପୁର ନିର୍ବାଚନମଣ୍ଡିଳୀରେ ୩ଟି ଓ ଯାଜପୁର ନିର୍ବାଚନମଣ୍ଡଳୀରେ ୧ଟି ଘାଇ ସୃଷ୍ଟି ହୋଇଛି। ସେଥିମଧ୍ୟରୁ ଧର୍ମଶାଳା ନିର୍ବାଚନମଣ୍ଡଳୀ ଅଧୀନ କେଲୁଅ ନଦୀର ନିରଘାଟ ଓ ରମ୍ଭାପୁର ଘାଇ ଉପରେ ବିରୋଧୀଙ୍କ ପକ୍ଷରୁ ମନୁଷ୍ୟକୃତ ବୋଲି ଅଭିଯୋଗ କରାଯାଇଛି। ଏପରିଭାବେ କେତେକ ପ୍ରଭାବଶାଳୀ ଲୋକଙ୍କୁ ଅତ୍ୟଧିକ ଅନୁକମ୍ପା ଚଳିତବର୍ଷ ବନ୍ୟା ପରିସ୍ଥିତିକୁ ଗମ୍ଭୀର କରିଛି ବୋଲି ମତପ୍ରକାଶ ପାଇଛି। ଏସମ୍ପର୍କରେ ଜାରକା ଜଳସମ୍ପଦ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଦେବାଶିଷ ପଟ୍ଟନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହେବା ପରେ ଘାଇ ମରାମତି କାର୍ଯ୍ୟ ଆରମ୍ଭ କରାଯିବ। ବନ୍ୟା ମୁକାବିଲା ପାଇଁ ବିଭାଗୀୟସ୍ତରରେ ସବୁପ୍ରକାର ଉଦ୍ୟମ କରାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri