୨୪ ଘାଇ ପାଇଁ ୧୨.୩୯ କୋଟି ବ୍ୟୟ ଅଟକଳ

ଯାଜପୁର ଅଫିସ,୭।୯: ଯାଜପୁର ଜିଲାର ବ୍ରାହ୍ମଣୀ ଓ ବୈତରଣୀ ନଦୀରେ ହୋଇଥିବା ବନ୍ୟାରେ ଜାରକା ଜଳସେଚନ ଡିଭିଜନ ଅଧୀନରେ ଥିବା ନଦୀବନ୍ଧରେ ୨୧ ଏବଂ ଯାଜପୁର ଜଳସେଚନ ଡିଭିଜନରେ ୪ଟି ଘାଇ ସୃଷ୍ଟି ହୋଇଛି। ଏସବୁର ପୁନରୁଦ୍ଧାର ପାଇଁ ୧୨ କୋଟି ୩୯ ଲକ୍ଷ ଟଙ୍କାର ବ୍ୟୟଅଟକଳ ପ୍ରସ୍ତୁତ ହୋଇଥିବା ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ମିଳିଛି। ଜିଲାର ପ୍ରାୟ ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ଏହି ପ୍ରଳୟଙ୍କରୀ ବନ୍ୟା ଯୋଗୁ ଦୁର୍ଗତ ନାହିଁ ନ ଥିବା ଦୁଃଖ ଭୋଗୁଛନ୍ତି। ଏହିକ୍ରମରେ ଦୁର୍ବଳ ନଦୀବନ୍ଧକୁ ନେଇ କିଛିଦିନ ପାଇଁ ରାଜନୈତିକ ଟଣାଓଟରା ଲାଗି ରହିଥିଲା। ବନ୍ୟା ନିୟନ୍ତ୍ରଣ ହେବାର ଇତିମଧ୍ୟରେ ସପ୍ତାହେ ବିତିଯାଇଛି। ବନ୍ୟା ଦୁର୍ଗତମାନେ ନିଜକୁ ସମ୍ଭାଳିବାକୁ ଠିକଣା ଖୋଜୁଛନ୍ତି। ବିଭିନ୍ନ ଘାଇ ପାଇଁ ବିରୋଧୀ ଦଳ କର୍ମକର୍ତ୍ତା ବନ୍ୟା ଅଞ୍ଚଳ ଗସ୍ତ କରି ଯେଉଁ କାଦୁଅ ଫିଙ୍ଗା ଆରମ୍ଭ କରିଥିଲେ ତାହା ପୁଣି ଥମିଯାଇଛି। ଯାହାକି ସାଧାରଣରେ ବିରୋଧୀଙ୍କ ଭୂମିକାକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଚଳିତ ବନ୍ୟା ସମୟରେ ଜଳସମ୍ପଦ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରି ଅନୁ ଗର୍ଗ ତାଙ୍କ ପତ୍ରସଂଖ୍ୟା ୧୫୩୦୧/୨୯ା୮ା୨୦୨୦ରେ ଯାଜପୁର ଜିଲା ସମେତ ୧୩ ଜିଲାର ଜିଲାପାଳଙ୍କୁ କ୍ଷୁଦ୍ର ଓ ମଧ୍ୟମଧରଣର ବନ୍ୟାର ସୁପରିଚାଳନା ଉପରେ କେତେକ ପରାମର୍ଶ ଦେଇଥିଲେ। ଏଥିମଧ୍ୟରୁ ଦୁର୍ବଳ ଓ ଘଳିଆ ଥିବା ନଦୀବନ୍ଧଗୁଡିକର ସୁଦୃଢୀକରଣ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏହାସହ ଜଳସମ୍ପଦ ଅଧିକାରୀ ଓ କର୍ମଚାରୀଙ୍କ ଦ୍ୱାରା ନଦୀବନ୍ଧଗୁଡିକର ରାତ୍ରିକାଳୀନ ପାଟ୍ରୋଲିଂ କରିବାକୁ ପରାମର୍ଶ ଦିଆଯାଇଥିଲା। ଜିଲାପାଳମାନେ ବ୍ୟକ୍ତିଗତ ଭାବେ ଏହାର ପରିଚାଳନା କରିବାକୁ ପତ୍ରରେ ଦର୍ଶାଯାଇଥିଲା। ପୂର୍ବରୁ ମଧ୍ୟ ନଦୀବନ୍ଧଗୁଡିକର ପରିଚାଳନା କରିବାକୁ ଜଳସମ୍ପଦ ବିଭାଗ ପକ୍ଷରୁ ଅନେକ ନିଷ୍ପତ୍ତି ନିଆଯାଇ ତାହାର କାର୍ଯ୍ୟକାରୀ ଉପରେ ପରାମର୍ଶ ଦିଆଯାଇ ଆସୁଛି। କିନ୍ତୁ ସେହିସବୁ ନିଷ୍ପତ୍ତି କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ବୁଝିବାକୁ ଜିଲାରେ କେହି ନାହାନ୍ତିି ବୋଲି ମନେ ହେଉଛି। ଏଥିଯୋଗୁ କେବଳ ଘାଇ ସୃଷ୍ଟି ହେଉନାହିଁ ଲକ୍ଷାଧିକ ଲୋକଙ୍କ ଧନଜୀବନ ସହ ଖେଳ ଖେଳାଯାଉଛି ବୋଲି ଅଭିଯୋଗ ହୋଇଛି। ବନ୍ୟା ଯୋଗୁ ଘାଇ ସୃଷ୍ଟି ହେବା ପରେ ଜଳସମ୍ପଦ ବିଭାଗ ପକ୍ଷରୁ ମରାମତି ପାଇଁ ବ୍ୟୟଅଟକଳ ପ୍ରସ୍ତୁତ କରାଯାଇ ତୁରନ୍ତ ଅନୁଦାନ ମଞ୍ଜୁର କରିବାକୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରାଯାଉଛି। ଅନୁରୂପ ପରିସ୍ଥିତି ଚଳିତ ବନ୍ୟାରେ ହୋଇଛି। ଜାରକା ଜଳ ସମ୍ପଦ ଡିଭିଜନ ପକ୍ଷରୁ ୨୧ଟି ଘାଇର ମରାମତି କରିବାକୁ ପ୍ରାୟ ୭ କୋଟି ୮୪ ଲକ୍ଷ ଟଙ୍କା ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି। ଯାଜପୁର ଜଳସମ୍ପଦ ଡିଭିଜନ ପକ୍ଷରୁ ୪ଟି ଘାଇର ମରାମତି ପାଇଁ ୪ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟଅଟକଳ ପ୍ରସ୍ତୁତ ହୋଇଛି। ତେବେ ତୁରନ୍ତ ପୁନରୁଦ୍ଧାର କରିବାକୁ ୧ କୋଟି ୧୭ ଲକ୍ଷ ଟଙ୍କାର ଆବଶ୍ୟକତା ଅଛି ବୋଲି ରିପୋର୍ଟ ଦିଆଯାଇଛି। ଏହି ବ୍ୟୟଅଟକଳ ମଞ୍ଜୁର କରାଗଲେ ତୁରନ୍ତ ଟେଣ୍ଡର କରାଯାଇ ମରାମତି ମଧ୍ୟ କରାଯିବ ବୋଲି ବିଭାଗୀୟ ଅଧିକାରୀମାନେ ପ୍ରକାଶ କରିଛନ୍ତି। କିନ୍ତୁ ଦୁର୍ବଳ ନଦୀବନ୍ଧ ଦୂର ହେଲା କି ନାହିଁ, ଆଗାମୀ ଦିନରେ ପୁଣି ଘାଇ ସୃଷ୍ଟିର ସମ୍ଭାବନା ଅଛି କି? ଦୁର୍ବଳ ନଦୀବନ୍ଧ ଚିହ୍ନଟ କରି ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯିବ କି ନାହିଁ ? ଏହିସବୁ ପ୍ରଶ୍ନ ଏବେ ବନ୍ୟା ପ୍ରଭାବିତଙ୍କ ମଧ୍ୟରେ ଉଙ୍କିମାରୁଛି। ଯାହାକି ଆଗାମୀ ଦିନରେ ସବୁ କିଛି ନିର୍ଣ୍ଣୟ ହୋଇପାରେ ବୋଲି ମତପ୍ରକାଶ ପାଇଛି। ଚଳିତ ବନ୍ୟାରେ ବରୀ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୧୮ଟି ଘାଇ ସୃଷ୍ଟି ହୋଇଥିବାବେଳେ ଧର୍ମଶାଳା ନିର୍ବାଚନମଣ୍ଡଳୀରେ ୩ଟି ଘାଇ ସୃଷ୍ଟି ହୋଇଛି। ସେହିପରି ବିଞ୍ଝାରପୁର ନିର୍ବାଚନମଣ୍ଡିଳୀରେ ୩ଟି ଓ ଯାଜପୁର ନିର୍ବାଚନମଣ୍ଡଳୀରେ ୧ଟି ଘାଇ ସୃଷ୍ଟି ହୋଇଛି। ସେଥିମଧ୍ୟରୁ ଧର୍ମଶାଳା ନିର୍ବାଚନମଣ୍ଡଳୀ ଅଧୀନ କେଲୁଅ ନଦୀର ନିରଘାଟ ଓ ରମ୍ଭାପୁର ଘାଇ ଉପରେ ବିରୋଧୀଙ୍କ ପକ୍ଷରୁ ମନୁଷ୍ୟକୃତ ବୋଲି ଅଭିଯୋଗ କରାଯାଇଛି। ଏପରିଭାବେ କେତେକ ପ୍ରଭାବଶାଳୀ ଲୋକଙ୍କୁ ଅତ୍ୟଧିକ ଅନୁକମ୍ପା ଚଳିତବର୍ଷ ବନ୍ୟା ପରିସ୍ଥିତିକୁ ଗମ୍ଭୀର କରିଛି ବୋଲି ମତପ୍ରକାଶ ପାଇଛି। ଏସମ୍ପର୍କରେ ଜାରକା ଜଳସମ୍ପଦ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଦେବାଶିଷ ପଟ୍ଟନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହେବା ପରେ ଘାଇ ମରାମତି କାର୍ଯ୍ୟ ଆରମ୍ଭ କରାଯିବ। ବନ୍ୟା ମୁକାବିଲା ପାଇଁ ବିଭାଗୀୟସ୍ତରରେ ସବୁପ୍ରକାର ଉଦ୍ୟମ କରାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri