ଦେଶର ଏହି ସ୍ଥାନରେ ଅଛି ଦ୍ୱିତୀୟ ଅଯୋଧ୍ୟା, ପୂଜା ପାଉଛନ୍ତି ଶ୍ରୀରାମଙ୍କ ବଂଶଧର

ବେଗୁସରାଇ,୧୨।୧: ୟୁପିର ଅଯୋଧ୍ୟାରେ ଜାନୁଆରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଏଥିପାଇଁ ଦେଶରୁ ଏବଂ ଦେଶ ବାହାରୁ ଅଯୋଧ୍ୟାରେ ଲକ୍ଷଲକ୍ଷ ଲୋକଙ୍କ ଜନସାମଗମ ଦେଖିବାକୁ ମିଳିବ। କିନ୍ତୁ ଦେଶରେ ଆଉ ଏକ ଅଯୋଧ୍ୟା ବିଷୟରେ ଜାଣିଛନ୍ତି କି? ଉତ୍ତର ପ୍ରଦେଶର ଅଯୋଧ୍ୟାରେ ସରଯୂ ନଦୀ ତଟରେ ସ୍ଥିତ ଅଯୋଧ୍ୟା ପରେ ଆଉ ଏକ ଦ୍ୱିତୀୟ ଅଯୋଧ୍ୟା ଦେଶରେ ରହିଛି। ଯେଉଁଠାରେ ଶ୍ରୀରାମ ନୁହନ୍ତି ରାମଙ୍କ ବଂଶଧର ପୂଜା ପାଉଛନ୍ତି। ଏହା ମଧ୍ୟ ଏକ ପ୍ରକାର ତୀର୍ଥକ୍ଷେତ୍ର ଭାବେ ଜଣାଶୁଣା। ଯାହା ଏବେ ଲୁକ୍କାୟିତବସ୍ଥାରେ ଅଛି।
ସ୍ଥାନଟି ହେଉଛି ବିହାରର ବେଗୁସରାଇ। ବେଗୁସରାଇର ଗଙ୍ଗା ନଦୀ କୂଳରେ ଦେଶର ଏହି ଦ୍ୱିତୀୟ ଅଯୋଧ୍ୟା ରହିଛି। ଏହି ଅଯୋଧ୍ୟା ଗାଁର ମହତ୍ତ୍ୱ କେଉଁ ଐତିହାସିକ ଓ ଧାର୍ମିକ ମହତ୍ତ୍ୱ ଠାରୁ କମ୍‌ ନୁହେଁ। ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‌ଘାଟନୀ ଉତ୍ସବ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଏହି ଛୋଟ ଗାଁର ଲୋକ ମଧ୍ୟ ଏନେଇ ଜୋରସୋରରେ ଉତ୍ସବ ପାଳନରେ ଲାଗି ପଡିଛନ୍ତି।
ତେବେ ଗାଁର ନାମକରଣକୁ ନେଇ ଲୋକଙ୍କର ଅଲଗା ଅଲଗା ମତ ରହିଛି। ଗାଁର ଗୁରୁଜନମାନେ କହିଛନ୍ତି ଯେ, ଗଙ୍ଗା ନଦୀ କୁଳରେ ଏହି ଗାଁ ଥିବାରୁ ବହୁ ସାଧୁସନ୍ଥ ଜଳମାର୍ଗଦେଇ ଯାତାୟତ କରୁଥିଲେ ା ମୋଗଲ ଶାସନ ସମୟରେ ମିର୍ଜା ଓ ପେଗାମ୍ବର ନାମକ ଦୁଇ ଭାଇଙ୍କ ମଧ୍ୟରେ ବଚସା ଯୋଗୁଁ ଗାଁ ଭାଗଭାଗ ହୋଇଯାଇଥିଲା। ପରେ ଏହାର ନାଁ ଅଧ୍ୟା ରଖାଯାଇଥିଲା। ପୁଣି ପରେ ନାମ ପରିବର୍ତ୍ତନ ହୋଇ ଅଜ ନାଁ ନାମିତ ହେଲା।
ଭଗବାନ ଶ୍ରୀରାମଙ୍କ ପିତାମହ ଅଜଙ୍କ ନାମନୁସାରେ ଗାଁକୁ ଅଜଧ୍ୟା କୁହାଯାଉଥିଲା। ଏଠାରେ ଅଜଙ୍କୁ ଖୁବ୍‌ ମାନିବା ସହ ଇଷ୍ଟ ଦେବତା ଭାବେ ପୂଜାର୍ଚ୍ଚନା କରାଯାଏ। ଯାହା ଏବେ ଯାଏଁ ପ୍ରଚଳିତ। ଇଂରେଜ ଶାସନ ସମୟରେ ଅଯୋଧ୍ୟାରୁ ଫେରୁଥିବା ସାଧୁ-ସନ୍ଥଙ୍କ ଗୋଷ୍ଠୀ ଆସି ଏହି ଗାଁରେ ରହିଥିଲେ। ଯେତେବେଳେ ସେମାନେ ଗାଁର ନାଁ ଅଜଧ୍ୟା ବୋଲି ଗାଁ ଲୋକଙ୍କ ଠାରୁ ଶୁଣିବାକୁ ପାଇଲେ ସେମାନେ ନାମ ପରିବର୍ତ୍ତନ କରି ଏହାକୁ ଅଯୋଧ୍ୟା କରିଦେଇଥିଲେ।
ସନ୍ଥଙ୍କନୁସାରେ, ୟୁପିର ସରଯୂ ନଦୀ କୂଳରେ ଥିବା ରାମଲଲାଙ୍କ ଅଯୋଧ୍ୟା ପରି ବିହାରର ଗଙ୍ଗା କୂଳରେ ଥିବା ଏହି ଗାଁର ନାଁ ମଧ୍ୟ ଅଯୋଧ୍ୟା ରହିବା ଉଚିତ୍‌। ଯେଉଁଠି ଖୋଦ୍‌ ଶ୍ରୀରାମଙ୍କ ବଂଶଧର ପୂଜା ପାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri