କୃତ୍ରିମ ଜରୁରୀକାଳୀନ ସ୍ଥିତି ସୃଷ୍ଟି କରାଯାଉଛି, ସିସିଆଇ ଜରିମାନା ମାମଲାରେ ଗୁଗଲ ଆବେଦନ ନେଇ କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୬।୧ : ଗୁଗଲର ସହାୟକ ଆଣ୍ଡ୍ରଏଡ ଇଙ୍କ ଉପରେ ଭାରତୀୟ ପ୍ରତିଯୋଗୀତା ଆୟୋଗ  (ସିସିଆଇ) ଜରିମାନା ଲଗାଇବା ନେଇ ଗୁଗଲର ଆବେଦନ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି। ସୁପ୍ରିମକୋର୍ଟ ଗୁଗଲକୁ ପଚାରିଛନ୍ତି ଯେ ସେମାନେ ୟୁରୋପରେ ରଖିଥିବା ସମାନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ଆଗ୍ରହୀ କି? ଜାନୁଆରୀ ୧୮ ରେ ଗୁଗଲର ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ। ପ୍ରଧାନବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ ପିଏସ ନରସିଂହ ଏବଂ ଜଷ୍ଟିସ ଜେ.ବି ପାରଦିୱାଲାଙ୍କ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରିଛନ୍ତି।

ଶୁଣାଣି ସମୟରେ ସିଜେଆଇ ଗୁଗଲକୁ ପଚାରିଥିଲେ, ଯେ ଏହି ଆଦେଶ ଅକ୍ଟୋବର ୨୦ ରେ ପାରିତ ହୋଇଥିଲା। ଡିସେମ୍ବରରେ ଏହି ଆବେଦନ କରାଯାଇଥିଲା, ଆପଣଙ୍କର ଓକିଲମାନଙ୍କର ଅଭାବ ନାହିଁ। ଆପଣ ଏହି ଆଦେଶ ବିରୋଧରେ ଏକ ଆବେଦନ କରିଥାଇ ପାରିଥାନ୍ତେ। ଏଥିରୁ ଜଣାପଡୁଛି ଯେ କୃତ୍ରିମ ଜରୁରୀକାଳୀନ ପରିସ୍ଥିତି ଏହି ପ୍ରସଙ୍ଗରେ ସୃଷ୍ଟି କରାଯାଉଛି। ଆପଣ ଏପରି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରୁଛନ୍ତି ଯେ ଟ୍ରିବ୍ୟୁନାଲ ତାରିଖ ବଢ଼ାଇବାକୁ ବାଧ୍ୟ ହେଉଛନ୍ତି।

ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ବେଳେ ଗୁଗଲ ପକ୍ଷରୁ ଆଇନଜୀବୀ ଅଭିଷେକ ମନୁ ସିଂଘଭି କହିଛନ୍ତି, ଏହା ଠିକ ନୁହେଁ। ଅନୁପାଳନ ତାରିଖ ଜାନୁଆରୀ ୧୯ ଅଟେ। ଯେତେବେଳେ ଏହି ମାମଲା ଏନସିଏଲଏଟି କୁ ଆସିଲା ସେତେବେଳେ ବିଚାରପତିଙ୍କୁ ଆମେ କହିଲୁ ଯେ ମାମଲା ବଡ। ଆମେ କହିଲୁ ଦୟାକରି ୧୩ ରୁ ୧୬ଜାନୁଆରୀ ମଧ୍ୟରେ ଯେକୌଣସି ସମୟରେ ଏହାକୁ ଶୁଣନ୍ତୁ। ଅସାଧାରଣ ନିର୍ଦ୍ଦେଶ ପାଇଁ ଅପିଲ ଏବଂ ମକଦ୍ଦମା ଦାୟର କରାଯାଇଥିଲା। ଆମେ ଆଣ୍ଡ୍ରଏଡ ତିଆରି କରିଛୁ, ଯାହା ସର୍ବୋତ୍ତମ ସଫ୍ଟୱେର୍‌ ଅଟେ।

ଆମେ ଆପଣଙ୍କୁ କହିବୁ ଯେ ବୈଷୟିକ କମ୍ପାନୀ ଗୁଗଲ ଭାରତୀୟ ପ୍ରତିଯୋଗୀତା ଆୟୋଗର ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛି। ଅକ୍ଟୋବର ୨୦୨୨ ରେ, ପ୍ରତିଯୋଗିତାର ଆୟୋଗ (ସିସିଆଇ) ବଜାରରେ ଏହାର ପ୍ରାଧାନ୍ୟ ସ୍ଥିତିର ଅଯଥା ଫାଇଦା ଉଠାଇବା ପାଇଁ ଗୁଗଲର ଏକ ସହାୟକ କମ୍ପାନୀ ଆଣ୍ଡ୍ରଏଡ ଇଙ୍କ ଉପରେ ୧୩୩୮ କୋଟି ଟଙ୍କା ଜରିମାନା କରିଥିଲା। ଭାରତରେ ୯୭ ପ୍ରତିଶତ ସ୍ମାର୍ଟଫୋନ ପାଇଁ ଏହା ଆଣ୍ଡ୍ରଏଡ ଅପରେଟିଂ ସିଷ୍ଟମ ଯୋଗାଥାଏ ବୋଲି ସିଂଘଭି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

‘ଯିଏ ରାମଙ୍କର ହେଲେନି, ସେ କୃଷ୍ଣଙ୍କର ହୋଇପାରିବେନି’: ଅଖିଳେଶଙ୍କୁ ଟାର୍ଗେଟ୍ କଲେ…

ଲକ୍ଷ୍ନୌ,୨୩।୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟା, କାଶୀ ଓ ମଥୁରାକୁ ନେଇ ରାଜନୈତିକ ବୟାନବାଜି ଜୋରଦାର ହୋଇଛି। ଅଯୋଧ୍ୟାରେ ରାସ୍ତା ପ୍ରଶସ୍ତୀକରଣକୁ ନେଇ ସମାଜବାଦୀ…

ଆପଣଙ୍କର SBIରେ ଆକାଉଣ୍ଟ ଅଛି କି? ଅକ୍ଟୋବର ୧ରୁ ATMରୁ ଟଙ୍କା କାଢ଼ିବା ହେବ ମହଙ୍ଗା, ଜାଣନ୍ତୁ କେତେ କଟିବ…

ନୂଆଦିଲ୍ଲୀ,୨୩।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (SBI) ନିଜ ଗ୍ରାହକମାନଙ୍କ ପାଇଁ ATM ଏବଂ ନଗଦ ଟଙ୍କା ଉଠାଣ (Cash…

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

ଆୟ ବର୍ହିଭୂତ ସମ୍ପତ୍ତି ଠାବ, PEO କାର୍ତ୍ତିକେଶ୍ୱର ବେହେରା ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ । ତାଙ୍କ ଜଣାଶୁଣା ଆୟର…

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?