କୃତ୍ରିମ ଜରୁରୀକାଳୀନ ସ୍ଥିତି ସୃଷ୍ଟି କରାଯାଉଛି, ସିସିଆଇ ଜରିମାନା ମାମଲାରେ ଗୁଗଲ ଆବେଦନ ନେଇ କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୬।୧ : ଗୁଗଲର ସହାୟକ ଆଣ୍ଡ୍ରଏଡ ଇଙ୍କ ଉପରେ ଭାରତୀୟ ପ୍ରତିଯୋଗୀତା ଆୟୋଗ  (ସିସିଆଇ) ଜରିମାନା ଲଗାଇବା ନେଇ ଗୁଗଲର ଆବେଦନ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି। ସୁପ୍ରିମକୋର୍ଟ ଗୁଗଲକୁ ପଚାରିଛନ୍ତି ଯେ ସେମାନେ ୟୁରୋପରେ ରଖିଥିବା ସମାନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ଆଗ୍ରହୀ କି? ଜାନୁଆରୀ ୧୮ ରେ ଗୁଗଲର ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ। ପ୍ରଧାନବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ ପିଏସ ନରସିଂହ ଏବଂ ଜଷ୍ଟିସ ଜେ.ବି ପାରଦିୱାଲାଙ୍କ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରିଛନ୍ତି।

ଶୁଣାଣି ସମୟରେ ସିଜେଆଇ ଗୁଗଲକୁ ପଚାରିଥିଲେ, ଯେ ଏହି ଆଦେଶ ଅକ୍ଟୋବର ୨୦ ରେ ପାରିତ ହୋଇଥିଲା। ଡିସେମ୍ବରରେ ଏହି ଆବେଦନ କରାଯାଇଥିଲା, ଆପଣଙ୍କର ଓକିଲମାନଙ୍କର ଅଭାବ ନାହିଁ। ଆପଣ ଏହି ଆଦେଶ ବିରୋଧରେ ଏକ ଆବେଦନ କରିଥାଇ ପାରିଥାନ୍ତେ। ଏଥିରୁ ଜଣାପଡୁଛି ଯେ କୃତ୍ରିମ ଜରୁରୀକାଳୀନ ପରିସ୍ଥିତି ଏହି ପ୍ରସଙ୍ଗରେ ସୃଷ୍ଟି କରାଯାଉଛି। ଆପଣ ଏପରି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରୁଛନ୍ତି ଯେ ଟ୍ରିବ୍ୟୁନାଲ ତାରିଖ ବଢ଼ାଇବାକୁ ବାଧ୍ୟ ହେଉଛନ୍ତି।

ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ବେଳେ ଗୁଗଲ ପକ୍ଷରୁ ଆଇନଜୀବୀ ଅଭିଷେକ ମନୁ ସିଂଘଭି କହିଛନ୍ତି, ଏହା ଠିକ ନୁହେଁ। ଅନୁପାଳନ ତାରିଖ ଜାନୁଆରୀ ୧୯ ଅଟେ। ଯେତେବେଳେ ଏହି ମାମଲା ଏନସିଏଲଏଟି କୁ ଆସିଲା ସେତେବେଳେ ବିଚାରପତିଙ୍କୁ ଆମେ କହିଲୁ ଯେ ମାମଲା ବଡ। ଆମେ କହିଲୁ ଦୟାକରି ୧୩ ରୁ ୧୬ଜାନୁଆରୀ ମଧ୍ୟରେ ଯେକୌଣସି ସମୟରେ ଏହାକୁ ଶୁଣନ୍ତୁ। ଅସାଧାରଣ ନିର୍ଦ୍ଦେଶ ପାଇଁ ଅପିଲ ଏବଂ ମକଦ୍ଦମା ଦାୟର କରାଯାଇଥିଲା। ଆମେ ଆଣ୍ଡ୍ରଏଡ ତିଆରି କରିଛୁ, ଯାହା ସର୍ବୋତ୍ତମ ସଫ୍ଟୱେର୍‌ ଅଟେ।

ଆମେ ଆପଣଙ୍କୁ କହିବୁ ଯେ ବୈଷୟିକ କମ୍ପାନୀ ଗୁଗଲ ଭାରତୀୟ ପ୍ରତିଯୋଗୀତା ଆୟୋଗର ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛି। ଅକ୍ଟୋବର ୨୦୨୨ ରେ, ପ୍ରତିଯୋଗିତାର ଆୟୋଗ (ସିସିଆଇ) ବଜାରରେ ଏହାର ପ୍ରାଧାନ୍ୟ ସ୍ଥିତିର ଅଯଥା ଫାଇଦା ଉଠାଇବା ପାଇଁ ଗୁଗଲର ଏକ ସହାୟକ କମ୍ପାନୀ ଆଣ୍ଡ୍ରଏଡ ଇଙ୍କ ଉପରେ ୧୩୩୮ କୋଟି ଟଙ୍କା ଜରିମାନା କରିଥିଲା। ଭାରତରେ ୯୭ ପ୍ରତିଶତ ସ୍ମାର୍ଟଫୋନ ପାଇଁ ଏହା ଆଣ୍ଡ୍ରଏଡ ଅପରେଟିଂ ସିଷ୍ଟମ ଯୋଗାଥାଏ ବୋଲି ସିଂଘଭି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନ ବିଚାରପତି କଲେ ବଡ଼ ଘୋଷଣା, ହ୍ବାଟ୍ସଆପ୍‌ରେ ଓକିଲଙ୍କୁ ମାମଲା ସମ୍ପର୍କିତ ସୂଚନା ପ୍ରଦାନ କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୫।୪: ଭାରତର ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୁଡ଼ ଘୋଷଣା କରିଛନ୍ତି ଯେ ସୁପ୍ରିମକୋର୍ଟ ହ୍ବାଟ୍ସଆପ୍‌ ଜରିଆରେ ଓକିଲଙ୍କ ସହ ଶୁଣାଣି ହେବାକୁ ଥିବା ମାମଲା, ମାମଲା...

ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ...

ମୋଦି, ରାହୁଲଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୨୫ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମୋଦି ଏବଂ ରାହୁଲଙ୍କ ଭାଷଣକୁ...

ଅରୁଣାଚଳ-ଚାଇନା ସୀମାରେ ପ୍ରବଳ ବର୍ଷା, ଭୂସ୍ଖଳନରେ ଧୋଇଗଲା ରାଜପଥ

ଇଟାନଗର,୨୫ା୪: ଦେଶର ଅଧିକାଂଶ ଅଞ୍ଚଳରେ ପ୍ରବଳ ଖରାଗରମ ହେଉଥିବା ବେଳେ ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ହୋଇଛି। ଚାଇନା ସୀମାନ୍ତ ଅରୁଣାଚଳ ପ୍ରଦେଶରେ ଲଗାତର ବର୍ଷା...

କ୍ରାସ୍‌ ହେଲା ବାୟୁସେନା ବିମାନ: ଉଡିଗଲା ପଙ୍ଖା

ନୂଆଦିଲ୍ଲୀ,୨୫।୪: ରାଜସ୍ଥାନର ଜୈସଲମେର ନିକଟରେ ବିମାନ ଉଡ଼ାଣ ସମୟରେ ଏକ ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟର ବିଷୟ ହେଉଛି ଏହି ଦୁର୍ଘଟଣାରେ ଜୀବନହାନୀ...

୫୨୭ ଟି ଭାରତୀୟ ପଦାର୍ଥରେ କ୍ୟାନ୍ସର ସୃଷ୍ଟିକାରୀ ରାସାୟନିକ ପଦାର୍ଥ ପାଇଲା ୟୁରୋପୀୟ ୟୁନିଅନ: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୨୫।୪: ୟୁରୋପୀୟ ୟୁନିଅନର ଖାଦ୍ୟ ନିରାପତ୍ତା କର୍ତ୍ତୃପକ୍ଷ ଇଥାଇଲନ୍ ଅକ୍ସାଇଡ୍, କର୍କଟ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ଭାରତ ସହିତ ସଂଯୁକ୍ତ ୫୨୭ ଉତ୍ପାଦରେ ଚିହ୍ନଟ...

ଭୋଟ ଦେଇଥିବା ପ୍ରମାଣ କଲେ ରେଷ୍ଟୁରାଣ୍ଟରେ ମିଳିବ ଡିସକାଉଣ୍ଟ, ଫ୍ରିରେ ମିଳିବ ବିଅର

ନୂଆଦିଲ୍ଲୀ,୨୫।୪: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବାବେଳେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ତେବେ...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପ୍ରଧାନମନ୍ତ୍ରୀ ମୋଦି

ଭୋପାଳ,୨୫।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋରେନାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri