ଘରେ ପଶିଗଲା ୧୮ ଚକିଆ ଟ୍ରକ୍, ଶୋଇଥିବା ସମୟରେ ଜଣଙ୍କର ମୃତ୍ୟୁ

ଢେଙ୍କାନାଳ,୬।୩(ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି କରମୂଳ ହାତିବାରି ଗ୍ରାମ ରେ ଭୟଙ୍କର ଦୁର୍ଘଟଣା । ଗୁରୁବାର ବିଳମ୍ବିତ ରାତିରେ ଏକ ୧୮ ଚକିଆ ଟ୍ରକ ଅନ୍ୟ ଏକ ଟ୍ରକକୁ ଧକ୍କା ଦେଇ ଏକ ଘର ଉପରେ ମାଡିଯାଇଥିଲା ।

ଏକ ଟ୍ରାକ୍ଟରକୁ ଧକ୍କା ଦେବା ପରେ ଘର କାନ୍ଥ ଭାଙ୍ଗି ପଶିଗଲା ଟ୍ରକ୍ । ଫଳରେ ଘରେ ଶୋଇଥିବା ଅସ୍ଥିର ତରାଇଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଖବର ପାଇ ଫାଣ୍ଡି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଅସ୍ଥିର ତରାଇଙ୍କ ଅକାଳ ମୃତ୍ୟୁ ଯୋଗୁ ଗ୍ରାମରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି ।

 

Dharitri – Odisha’s No.1 Odia Daily

Share