Posted inଜାତୀୟ

ଦାମ୍‌ କମାଇଲା ଅମୂଲ: ପନିରରୁ ନେଇ ଚକୋଲେଟ ଯାଏ, ସବୁକିଛି ହେଲା ଶସ୍ତା, ଜାଣନ୍ତୁ ରେଟ୍‌…

ଅହମଦାବାଦ,୨୦।୯: ଅମୂଲର ପ୍ୟାରେଣ୍ଟ କମ୍ପାନୀ ଗୁଜରାଟ କୋଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେସନ (GCMMF) ଶନିବାର ବଡ଼ ଘୋଷଣା କରିଛି। କମ୍ପାନୀ ନିଜର ୭୦୦ରୁ ଅଧିକ ଉତ୍ପାଦର ମୂଲ୍ୟ ହ୍ରାସ କରିବାକୁ ଯାଉଛି। ଏହି ନିଷ୍ପତ୍ତି ନିକଟରେ ହୋଇଥିବା GST ସୁଧାରର ଲାଭ ସିଧାସଳଖ ଗ୍ରାହକଙ୍କୁ ପହଞ୍ଚାଇବା ପାଇଁ ନିଆଯାଇଛି। ନୂଆ ମୂଲ୍ୟ ୨୨ ସେପ୍ଟେମ୍ବର ୨୦୨୫ଠାରୁ ଲାଗୁ ହେବ। ଏଥିରେ ଘିଅ, ଲହୁଣୀ, ଆଇସକ୍ରିମ, ବେକେରୀ ଉତ୍ପାଦ ଓ ଫ୍ରୋଜେନ ସ୍ନାକ୍ସ ଆଦି ଅନେକ ଜିନିଷ ଅନ୍ତର୍ଭୁକ୍ତ ରହିଛି।
କମ୍ପାନୀ କହିଛି ଯେ ଏହି ମୂଲ୍ୟ ହ୍ରାସ ଘିଅ, ଲହୁଣୀ, ଆଇସକ୍ରିମ, ଚିଜ୍‌, ପନୀର, ଚକୋଲେଟ, ବେକେରୀ ଆଇଟମ, ଫ୍ରୋଜେନ ସ୍ନାକ୍ସ, କଣ୍ଡେନ୍ସଡ ମିଲ୍କ, ପିନଟ ସ୍ପ୍ରେଡ ଓ ମାଲ୍ଟ-ଭିତ୍ତିକ ପାନୀୟ ଭଳି ବିଭିନ୍ନ ଶ୍ରେଣୀରେ ଲାଗୁ ହେବ। ଅମୂଲର ମତ ଅନୁଯାୟୀ, ମୂଲ୍ୟ ହ୍ରାସ ହେତୁ ବିଶେଷକରି ଆଇସକ୍ରିମ, ଚିଜ ଓ  ଲହୁଣୀର  ବିକ୍ରି ବଢ଼ିବ।
୩୬ ଲକ୍ଷ କୃଷକଙ୍କ ମାଲିକାନାଧୀନ GCMMF ଆଶା କରୁଛି ଯେ ମୂଲ୍ୟ ହ୍ରାସ ହେତୁ ଉତ୍ପାଦର ଚାହିଦା ଓ ବିକ୍ରି ଦୁଇଟି ବଢ଼ିବ। ଏହା ପୂର୍ବରୁ ମଦର ଡେୟାରୀ ମଧ୍ୟ ନିଜ ଉତ୍ପାଦର ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିଥିଲା, ଯାହା ୨୨ ସେପ୍ଟେମ୍ବରଠାରୁ ଲାଗୁ ହେବ। ମୂଲ୍ୟ ପ୍ରାୟ ୪୦ ଟଙ୍କା ପର୍ୟ୍ୟନ୍ତ ହ୍ରାସ ପାଇଛି।
GCMMFର ମ୍ୟାନେଜିଂ ଡାଇରେକ୍ଟର ଜୟେନ ମେହେଟା ଗତ ୧୧ ସେପ୍ଟେମ୍ବରରେ କହିଥିଲେ ଯେ ତାଜା ପ୍ୟାକେଟ ଦୁଧ ଉପରେ GST ପୂର୍ବରୁ ହିଁ ଶୂନ ଥିବାରୁ ଏହାର ମୂଲ୍ୟରେ କୌଣସି ହ୍ରାସ କରାଯାଇନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ନିଷ୍ପତ୍ତି: ପୁରୁଷ ଦଳର କୋଚ୍ ହେଲେ ମହିଳା କ୍ରିକେଟର

ନୂଆଦିଲ୍ଲୀ,୧୩।୫: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଇଂଲଣ୍ଡ କ୍ରିକେଟ ବୋର୍ଡ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଇଂଲଣ୍ଡର ପୂର୍ବତନ ମହିଳା ଉଇକେଟକିପର ସାରା ଟେଲରଙ୍କୁ ପୁରୁଷ…

୧୦୮୨୮ ରନ୍, ୩୮୦ ଉଇକେଟ… ସିଜିନ ମଝିରେ ହଠାତ୍ ଅବସର ନେଲେ ଅଭିଜ୍ଞ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୩।୫: ଇଂଲଣ୍ଡ କ୍ରିକେଟରୁ ଏକ ଚକିତ କଲାଭଳି ଖବର ସାମ୍ନାକୁ ଆସିଛି । ଇଂଲଣ୍ଡ ଟିମ୍‌ର ଅଭିଜ୍ଞ ଅଲରାଉଣ୍ଡର ଲିଆମ ଡସନ (Liam Dawson) ହଠାତ ପ୍ରଥମ…

ବଲାଙ୍ଗୀର ତୁଷୁରା ଗ୍ରୀଡରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା…

ବଲାଙ୍ଗୀର,୧୩।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଓପିଡିସିଏଲ ଗ୍ରୀଡ଼ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ରାତିରେ ହଠାତ୍ ଗ୍ରୀଡ଼ ପରିସରରୁ ଭୟଙ୍କର ନିଆଁ ଓ କଳା…

ଖୁବ୍ ଶୀଘ୍ର ଚାଲିବ ପୁରୀ-କୋରାପୁଟ ନୂଆ ଏକ୍ସପ୍ରେସ୍‌; ରେଳ ମନ୍ତ୍ରଣାଳୟର ମଞ୍ଜୁରୀ, ବଲାଙ୍ଗୀରରେ ଖୁସିର ଲହରୀ

ବଲାଙ୍ଗୀର,୧୩।୫ (ସୁନିଲ କୁମାର ମହାନ୍ତି): ଓଡ଼ିଶାର ରେଳ ସଂଯୋଗୀକରଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ରେଳ ମନ୍ତ୍ରଣାଳୟ ପକ୍ଷରୁ ପୁରୀ ଏବଂ କୋରାପୁଟ ମଧ୍ୟରେ ଏକ…

ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ବିଜୁ ଛାତ୍ର ଜନତାର ପ୍ରତିବାଦ, ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଚିତ୍ର ଦାହ କଲେ…

ବରଗଡ଼,୧୩।୫(ପ୍ରେମାନନ୍ଦ ଖମାରୀ): ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ପ୍ରତିବାଦ ଓ ବିରୋଧର ସ୍ବର ତେଜି ଉଠିଛି । ବରଗଡ଼ରେ ମଧ୍ୟ ଏହାର…

କପିଳଧାର ଜଳପ୍ରପାତ ନିକଟରୁ ମହିଳାଙ୍କ ମୃତଦେହ ଜବତ

ପାଇକମାଳ,୧୩ା୫(ବଡ଼ ଶତପଥୀ): ପାଇକମାଳ ନୃସିଂହନାଥ ମନ୍ଦିରରୁ ପାଞ୍ଚକିମି ଦୂର କପିଳଧାର ଜଳପ୍ରପାତ ନିକଟରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ବୁଧବାର ସ୍ଥାନୀୟ ପୋଲିସ ଜବତ କରିଛି ।…

କିଏ ହେବେ କେରଳ ମୁଖ୍ୟମନ୍ତ୍ରୀ? ଗୁରୁବାର ଘୋଷଣା କରିବ କଂଗ୍ରେସ

ଥିରୁଭାନନ୍ତପୁର,୧୩ା୫:  ୧୦ ଦିନର ମାନସ ମନ୍ଥନ ପରେ କଂଗ୍ରେସ ଦଳ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ କରିଛି । ଯାହା ଗୁରୁବାର ଘୋଷଣା ହେବାକୁ ଯାଉଛି।…

ଅମୂଲ ପରେ ବଢ଼ିଲା ଏହି କ୍ଷୀରର ଦର, ରାତି ପାହିଲେ ଲାଗୁ ହେବ ନୂଆ ଦାମ୍

ନୂଆଦିଲ୍ଲୀ,୧୩ା୫: ଅମୂଲ ପରେ ଏବେ ଆଉ ଏକ କ୍ଷୀର ଦର ବୃଦ୍ଧି ପାଇଛି । ମଦର ଡାଏରୀ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି । କମ୍ପାନୀ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri