ଫେଲ୍‌ ମାରିଛି ଅମୃତ ଯୋଜନା: ପାଣି ଘେରରେ ବସ୍ତି ବାସିନ୍ଦା

ବାଲେଶ୍ୱର ଅଫିସ, ୫।୧୦-ବାଲେଶ୍ୱର ସହରକୁ ଅମୃତ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଏହାର ଉନ୍ନତୀକରଣ ଲାଗି କୋଟି କୋଟି ଟଙ୍କା ମଞ୍ଜୁର କରାଯାଇଛି। ହେଲେ ସେଭଳି କୌଣସି ଆଖିଦୃଶିଆ ଉନ୍ନତି କରାଯାଇଥିବା ଅନୁମେୟ ହେଉନାହିଁ। ଅସରାଏ ବର୍ଷା ହେଲେ ସହର ଅବସ୍ଥା ବେହାଲ ହୋଇପଡୁଛି। ସହରର ନାଳ ଓ ମହାନାଳର ସଂଯୋଗୀକରଣ ଲାଗି କୌଣସି ଯୋଜନା ଦେଖାଯାଉନାହିଁ। ସହର ସାରା ଅଳିଆ ଆବର୍ଜନାରେ ଭର୍ତ୍ତି। ଅଳ୍ପ ବର୍ଷା ହେଲେ ଡ୍ରେନରୁ ପାଣି ବାହାରି ବସ୍ତି ତଥା ତଳିଆ ଅଞ୍ଚଳର ଥିବା ଘର ଭିତରେ ପଶିଯାଉଛି। ଏଥିପ୍ରତି ମ୍ୟୁନିସିପାଲିଟି କିମ୍ବା ବ୍ରିଟ୍‌ କାହାରି ନଜର ନାହିଁ। ସହରବାସୀ ହନ୍ତସନ୍ତ ହେଉଛନ୍ତି।
୩ ଦିନ ଧରି ଲଘୁଚାପଜନିତ ବର୍ଷା ଲାଗି ରହିଛି। ଜିଲାରେ ୨ତାରିଖରେ ୩୦୯.୩ ମି.ମି., ୩ ତାରିଖରେ ୫୦୦ ମି.ମି. ଏବଂ ୪ ତାରିଖରେ ୧୧୩ ମି.ମି. ବର୍ଷା ରେକର୍ଡ କରାଯାଇଛି। ନାଳ ମୁକୁଳା ଥିବା ଅଞ୍ଚଳରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଯେଉଁଠି ନାଳ କାମ ହେଉଛି, ଉକ୍ତ ଅଞ୍ଚଳରେ ଥିବା ଘରଗୁଡିକରେ ଡ୍ରେନ ପାଣି ପଶିଯାଇଛି। ଏପରିକି ବହୁ ମୁଖ୍ୟ ରାସ୍ତାରେ ପାଣି ଚାଲିଛି। ସହରବାସୀ ନାନା ସମସ୍ୟାରେ ପଡୁଛନ୍ତି। ବାଲେଶ୍ୱର ପୌରାଞ୍ଚଳ ଅଧୀନରେ ଥିବା ୩୧ ୱାର୍ଡରେ ଅମୃତ ଯୋଜନା ପୂର୍ବରୁ ୫୧୯ କି.ମି. ୯୬୫ ମିଟର ଦୈର୍ଘ୍ୟର କଚ୍ଚା ଡ୍ରେନ ଥିଲା। ସେହିପରି ଘୋଡଣୀ ନ ଥିବା ଡ୍ରେନ ୬୩୦ କି.ମି. ୧୦୦ମିଟର ଏବଂ ପ୍ଳେଟ ପଡି କଭର ଥିବା ଡ୍ରେନର ଦୈର୍ଘ୍ୟ ୫୦୦ ମିଟର ଥିଲା। ଅବଶ୍ୟକ ଡ୍ରେନଗୁଡିକର ମରାମତି କାର୍ଯ୍ୟ ଚାଲୁ ରହିଛି। ବର୍ଷା ଋତୁରେ ଡ୍ରେନ ମରାମତି କାର୍ଯ୍ୟ ହେଉଥିବାରୁ ପାଣି ନିଷ୍କାସନରେ ସମସ୍ୟା ଉପୁଜିବା ସହ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହେଉଛି। ତେବେ ସହରରେ ଥିବା ନାଳ ଓ ମହାନାଳଗୁଡିକୁ ସଂଯୋଗ କରି ଏକ ମାଷ୍ଟରପ୍ଳାନର ଆବଶ୍ୟକତା ରହିଥିବା ବିଭିନ୍ନ ମହଲରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

ଇରାନକୁ ନୂଆ ଧମକ ଦେଲେ ଟ୍ରମ୍ପ, ଇରାନୀ କୋଠରୀ ଭିତରେ ନିବେଦନ କରନ୍ତି କିନ୍ତୁ…

ନୂଆଦିଲ୍ଲୀ,୨୬ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ତାଙ୍କ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ, ସେ ଇରାନକୁ ଏକ ନୂତନ ଧମକ ଦେଇଛନ୍ତି। ସେ…

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଏହି ଦିନ ହେବ ମ୍ୟାଚ୍

କଟକ,୨୬ା୩: ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ,…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଏହିସବୁ ବ୍ୟକ୍ତିଙ୍କୁ ମିଳିବ ମାଗଣା ରେଳ ସେବା: ରେଳ ବିଭାଗର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୩: ପ୍ରତିରକ୍ଷା ସାହସିକତା ପୁରସ୍କାର ବିଜେତା ଓ ପରିବାରଙ୍କ ପାଇଁ ଖୁସିଖବର। ରେଳ ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ ଘୋଷଣା କରାଯାଇଛି। ସାହସିକତା ପୁରସ୍କାର ପ୍ରାପ୍ତଙ୍କୁ…

ଯୁଦ୍ଧ ଭିତରେ ଭାରତକୁ ବଡ଼ ଝଟ୍‌କା, ବଢିଗଲା ପେଟ୍ରୋଲ ଦର; ଜାଣନ୍ତୁ ଆଜିର ରେଟ୍‌…

ନୂଆଦିଲ୍ଲୀ,୨୬।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ, ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଦେଶର ଏକ ପ୍ରମୁଖ ଘରୋଇ ଇନ୍ଧନ ଖୁଚୁରା ବ୍ୟବସାୟୀ ନାୟାରା ଏନର୍ଜି ଗୁରୁବାର ପେଟ୍ରୋଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri