ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ୫୨ତମ ଜାତୀୟ ସୁରକ୍ଷା ସପ୍ତାହ

ଭୁବନେଶ୍ୱର,୨୩।୩: ଆର୍ସଲର ମିତ୍ତଲ ନିପ୍ପନ୍‌ ଷ୍ଟିଲ ଇଣ୍ଡିଆ (ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ) ର ଓଡ଼ିଶା ୟୁନିଟ୍‌ ପକ୍ଷରୁ ୫୨ତମ ଜାତୀୟ ସୁରକ୍ଷା ସପ୍ତାହ (ଏନ୍‌ଏସ୍‌ଡବ୍ଲ୍ୟୁ) ପାଳିତ ହୋଇଯାଇଛି। ଏପରିକି କମ୍ପାନୀର ସମସ୍ତ କାର୍ଯ୍ୟ କ୍ଷେତ୍ର (ଓଡ଼ିଶା) ଠାରେ ମଧ୍ୟ ଏହା ପାଳନ କରାଯାଇଥିଲା। ବିଶେଷକରି ସପ୍ତାହବ୍ୟାପୀ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ କମ୍ପାନୀର ବରିଷ୍ଠ ନେତୃତ୍ୱବୃନ୍ଦ, ବ୍ୟବସାୟ ସହଯୋଗୀ, କର୍ମଚାରୀ ଏବଂ କାରଖାନା ପରିଚାଳନାଠାରେ ନିୟୋଜିତ ଶ୍ରମିକ ପ୍ରତ୍ୟକ୍ଷ ଭାବେ ଯୋଗଦାନ କରିଥିଲେ।

ଏ ସମ୍ପର୍କରେ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ (ଓଡ଼ିଶା ଅପରେଶନ)ର କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେଶା.ଜି କହିଛନ୍ତି, ନିରପତ୍ତା ଏକ ବ୍ୟକ୍ତିଗତ ତଥା ସାମୂହିକ ଦାୟିତ୍ୱବୋଧତା। ଏପରିକି କମ୍ପାନୀ ପରିସରରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ଏବଂ ଶ୍ରମିକମାନଙ୍କ ସ୍ବାସ୍ଥ୍ୟ ଏବଂ ସୁରକ୍ଷାକୁ ଏକ ଦୃଷ୍ଟାନ୍ତମୂଳକ ସ୍ତର ସ୍ଥିର କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ବିଶେଷକରି ଆମେ ସ୍ବାସ୍ଥ୍ୟ ଏବଂ ସୁରକ୍ଷାକୁ ଏକ ସାମାଜିକୀକରଣ କରିବାକୁ ଲକ୍ଷ୍ୟ ରଖିବା ସହ ବିଭିନ୍ନ ଆଚରଣ ଭିତ୍ତିକ ଅଧିବେଶନ, କ୍ରସ୍‌ ଫଙ୍କ୍‌ସନାଲ ଶପ୍‌ ଫ୍ଲୋର ଅଡିଟ୍‌, ବିଭିନ୍ନ ପୁରସ୍କାର ଏବଂ ସ୍ବୀକୃତି ଇତ୍ୟାଦିର କାର୍ଯ୍ୟକ୍ରମ ଆରମ୍ଭ କରିଛୁ। ଏପରିକି ଯେକୌଣସି କାରଖାନା ପାଇଁ ବ୍ୟବସାୟିକ ସ୍ବାସ୍ଥ୍ୟ ଏବଂ ସୁରକ୍ଷା ଉପରେ ସର୍ବଦା ପ୍ରାଥମିକତା ଦେବା ନିତାନ୍ତ ଜରୁରୀ। ଅପରପକ୍ଷରେ ଜାତୀୟ ନିରାପତ୍ତା ସପ୍ତାହ-୨୦୨୩ର ଶୁଭାରମ୍ଭ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ୧୭୦ରୁ ଅଧିକ କର୍ମଚାରୀ ଓ ବ୍ୟବସାୟିକ ସହଯୋଗୀ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ ପରେ ତେଲ ୩୦% ମହଙ୍ଗା

ନୂଆଦିଲ୍ଲୀ,୧।୩:  ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିବା ପରେ କମ୍ପାନୀଙ୍କ ମାନୁଫାକଚରିଂ କଷ୍ଟ ବଢ଼ିଚାଲିଛି। ଏହାର ସିଧାସଳଖ ପ୍ରଭାବ ଖାଉଟିଙ୍କ ଉପରେ ପଡୁଛି। ତେଲ ଦର ବଢ଼ିଥିବାରୁ...

ଭୁବନେଶ୍ୱରରେ ଇନୋଭୋଏର ମୁଖ୍ୟାଳୟ ଉଦ୍‌ଘାଟିତ

ଭୁବନେଶ୍ୱର,୩।୧୧: ଅନ୍ତଃରାଷ୍ଟ୍ରୀୟ ହେଲ୍‌ଥ ଷ୍ଟାର୍ଟଅପ୍‌ ସଂସ୍ଥା (ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ଅଗ୍ରଣୀ ଉପତ୍ାଦ ବିକାଶ କମ୍ପାନୀ) ଇନୋଭୋଏର କର୍ପୋରେଶନ ତା’ର ଭାରତ ମୁଖ୍ୟାଳୟକୁ ଭୁବନେଶ୍ୱରସ୍ଥିତ ଡିଏଲ୍‌ଏଫ୍‌...

ଅର୍ବାନ ଲ୍ୟାଡରର ୯୬% ଅଂଶଧନ କିଣିଲା ରିଲାଏନ୍ସ

ନୂଆଦିଲ୍ଲୀ: ହୋମ୍‌ ଡେକୋର ସଲ୍ୟୁଶନ କମ୍ପାନୀ ଅର୍ବାନ ଲ୍ୟାଡରର ୯୬% ଅଂଶଧନକୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରିଟେଲ କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ କ୍ରୟ କରିଛି।...

୪ରେ ବିଏସ୍‌ଇର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ ରାମମୂର୍ତ୍ତି

ନୂଆଦିଲ୍ଲୀ,୧।୧: ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ଲିମିଟେଡ୍‌ ବା ବିଏସ୍‌ଇ ଲିଃ.ର ପରବର୍ତ୍ତୀ ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବରିଷ୍ଠ ବ୍ୟାଙ୍କର୍ସ ସୁନ୍ଦରରାମନ...

ମାର୍ଚ୍ଚ ମଧ୍ୟରେ ଏଲ୍‌ଆଇସି ଆଇପିଓ

ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ର ଆଇପିଓ ସମ୍ପର୍କରେ କେନ୍ଦ୍ର ସରକାର ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। କ୍ୟାପିଟାଲ ମାର୍କେଟ ରେଗୁଲେଟର ସେବୀଙ୍କ...

ଠକାମି ଏସ୍‌ଏମ୍‌ଏସ୍‌ ପ୍ରତି ସାବଧାନ

ଭୁବନେଶ୍ୱର,୨୩।୮ବିଦ୍ୟୁତ୍‌ ଗ୍ରାହକଙ୍କ ବିରୋଧରେ ଘଟୁଥିବା ସାଇବର ଠକାମିର ବର୍ଦ୍ଧିତ ସଂଖ୍ୟାକୁ ବିଚାରକୁ ନେଇ ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଏଭଳି ଅସାଧୁ...

ଯୁବରାଜ ସିଂ ଆକାଶର ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ

ନୂଆଦିଲ୍ଲୀ: ଆକାଶ ଏଡୁକେଶନାଲ ସର୍ଭିସେସ୍‌ ଲିମିଟେଡ୍‌ (ଏଇଏସ୍‌ଏଲ୍‌) କ୍ରିକେଟର ଯୁବରାଜ ସିଂଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଥିବା ବିଷୟର ଘୋଷଣା କରିଛି। ଏହି ପ୍ରତିଭାବାନ...

ସ୍ମାର୍ଟ ବଜାରର ଏକ୍ସକ୍ଲୁସିଭ ଷ୍ଟୋର ଉଦ୍‌ଘାଟିତ

ଭୁବନେଶ୍ୱର,୧୧ା୯: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରି (ଆର୍‌ଆଇଏଲ୍‌) ର ସହଯୋଗୀ କମ୍ପାନି ରିଲାଏନ୍ସ ରିଟେଲ ୟୁନିଟ୍‌ ‘ସ୍ମାର୍ଟ ବଜାର’ର ଏକ୍ସକ୍ଲୁସିଭ ଷ୍ଟୋର ସ୍ଥାନୀୟ...

Advertisement
Archives

Model This Week